ବେଆଇନ ପାର୍କି ଫି ଆଦାୟକାରୀଙ୍କୁ ଝଟକା ଦେଲା ବିଏମସି, ଜାଣନ୍ତୁ କେଉଁଠି...

ବେଆଇନ ପାର୍କି ଫି ଆଦାୟକାରୀଙ୍କୁ ଝଟକା ଦେଲା ବିଏମସି, ଆଦାୟକାରୀଙ୍କୁ ଲାଗିଲା ଝଟକା 

ବେଆଇନ ପାର୍କି ଫି ଆଦାୟକାରୀଙ୍କୁ ଝଟକା ଦେଲା ବିଏମସି, ଜାଣନ୍ତୁ କେଉଁଠି...

ସରୋଜ ବେହେରା, ବିବନେଶ୍ୱର: ବେଆଇନ ପାର୍କି ଫି ଆଦାୟକାରୀଙ୍କୁ ଲାଗିଲା ଝଟକା । ବିଏମସିର ନୋଟିସକୁ ବେଖାତିର କରିବାରୁ ବିଏମସିର ପଡିଲା ଛାଟ । ପାର୍କି ଆଦାୟକାରୀଙ୍କଠାରୁ ଜବତ କରିଲା ଟଙ୍କା ଆଦାୟର ମେସିନ୍ । ଭୁବନେଶ୍ୱରରର ବିଏମସି ଭବାନୀ ମଲରେ ବିଏମସିର ସ୍ୱତନ୍ତ୍ର ସ୍କାର୍ଡ ପହଞ୍ଚି ତନାଘନା କରିଥିଲେ । ୧୦ଜଣିଆ ଟିମ୍ ତଦନ୍ତ ବେଳେ ଧରାପଡିଥିଲା ଅସଲ ରୁପ . ସିକ୍ୟୁରିଟି ଗାର୍ଡମାନେ ସେଠାରେ ଗାଡି ପାର୍କ କରି ଟଙ୍କା ଆଦାୟ କରୁଥିଲେ । ଏମାନଙ୍କଠାରୁ ମେସିନ ଜହତ ହେବା ସହିତ ଆଦାୟକାରୀଙ୍କୁ ନୋଟିସ୍ ଦେଇଥିଲେ ବିଡିଏ ଓ ବିଏମସି ସ୍ୱାର୍ଡ୍ । ପୂର୍ବରୁ ଏଭଳି ଆଦାୟ ଉପରେ ରୋକ ଲଗାଇବାକୁ ବିଡିଏ ନୋଟିସ ଜାରି କରିଥିଲା ।  ତେଣୁ ଆସନ୍ତା ୧୫ ଦିନ ମଧ୍ୟରେ ଯଦି ନ ସୁଧୁରିବେ ତେବେ ତାଙ୍କ ନାମରେ କେସ୍ ରୁଜୁ କରିବାକୁ ଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

କଳ୍ପନା ଛକରେ ଗଢିଉଠିଥିବା  ଉତ୍କଳ କଳିକା  ସପିଂ ମଲ,ଏସପ୍ଲାନେଡ୍,  ବିଏମସି ମଲ, ଅପୋଲୋ ହସପିଟାଲ ଭଲି ହସିପଟାଲ ଗୁଡିକରେ ବେଆଇନ୍ ପାର୍କିଂ ଆଦାୟ ହେଲେ ହେବ ଦୃଢ କାର୍ଯ୍ୟାନୁ୍ଷ୍ଠାନ । ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ମାନଙ୍କରେ ଜୋରଜବରଦସ୍ଥ ପାର୍କି ଆଦାୟ କରୁଥିବାରୁ ଏମାନଙ୍କ ବିଲ୍ଡିଂ ପ୍ଲାନିଂ ଆପ୍ରୁଭାଲ୍ ସମୟରେ ଅଫ ଷ୍ଟିଟ୍ ପାର୍କିରେ ବିନା ମୁଲ୍ୟରେ ଗାଡି ପାର୍କ କରିବାର ନିୟନ ରହିଛି ହେଲେ ଏମାନେ ସେହି ବିଡିଏ ପ୍ଲାନର ୨୦ରୁ ୩୦ ପ୍ରତିଶତ ସ୍ଥାନରେ ଅନ୍ୟ ଉଦ୍ୟେଶରେ ବ୍ୟବହାର କରୁଛନ୍ତି । ଯାହା ବେଆଇନ ବୋଲି କହିଛନ୍ତି ବିଏମସ କମିଶନର ।  ଯେତିକି ପାର୍କିଂ ଅନୁମୋଦନ କରାଯାଇଛି ତାହା ଅନ୍ୟ ଉଦ୍ୟେଶରେ ବ୍ୟବହାର କରାଯାଉଥିବାରୁ ଏମାନଙ୍କୁ ତୁରନ୍ତ ବନ୍ଦ କରିବାକୁ ପଦକ୍ଷେପ ନିଆଯାଇଛି । ରାସ୍ତା ଉପରେ ଗାଡି ପାର୍କ କରି ବେଆଇନ ପାର୍କିଂ ଆଦାୟକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୭୨ଟି  ପାର୍କିଂ ଏପର୍ଯ୍ୟନ୍ତ ନୋଟିଫାଏଡ୍ ରହିଛି । ଯେଉଁମାନେ ଆସନ୍ତା ଦିନ ଗୁଡିକରେ କାର୍ଯ୍ୟକାରୀ ନକରିବେ ତାଙ୍କ ଉପରେ ସ୍ୱାର୍ଡ ଚଢାଉ କରିବ ବୋଲି କହିଛନ୍ତି ବିଏମସି କମିଶନର । ହେଲେ ଏବେ ବି ବିଭିନ୍ନ ମଲରେ ଚାଲିଛି ବେଆଇନ ପାର୍କିଂ । ଗାଡି ରଖିବା ପାଇଁ କେବଳ ଉନ୍ନୟନମୂଳକ ଫି ଆଦାୟ କରାଯାଉଛି ବୋଲି ମଲ କର୍ତ୍ତୃପକ୍ଷ କହିଛନ୍ତି ।