ବିବାଦରେ ଫିଲ୍ମ ‘ବାଲା’, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା...ଜାଣନ୍ତୁ କାରଣ କ'ଣ
Advertisement

ବିବାଦରେ ଫିଲ୍ମ ‘ବାଲା’, ସୁପ୍ରିମକୋର୍ଟରେ ପହଞ୍ଚିଲା ମାମଲା...ଜାଣନ୍ତୁ କାରଣ କ'ଣ

‘ଉଜଡା ଚମନ୍ ’ଫିଲ୍ମର ନିର୍ଦ୍ଦେଶକ ଆଣିଲେ ଅଭିଯୋଗ

ସୌଜନ୍ୟ: ସୋସିଆଲ ମିଡିଆ

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର:  ବଲିଉଡ୍ ଅଭିନେତା ଆୟୁଷ୍ମାନ୍  ଖୁରାନାଙ୍କ ଫିଲ୍ମ ‘ବାଲା’କୁ ନେଇ ଉଠିଥିବା ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ‘ଉଜଡା ଚମନ୍ ’ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍ କୁ ରୋକିବା ପାଇଁ ଏକ ପିଟିସନ୍  ଦାୟର୍  କରିଛନ୍ତି । ଯେଉଁ ପିଟିସନ୍ ରେ ସେ ଲେଖିଛନ୍ତି, ‘ବାଲା’ ଫିଲ୍ମର ନିର୍ଦ୍ଦେଶକ   କପି ରାଇଟସ୍ ର ଉଲ୍ଲଙ୍ଘନ କରିଛନ୍ତି। ତେବେ ଆପଣଙ୍କୁ  ଏହା ମଧ୍ୟ ଜଣାଇବା ପାଇଁ ଚାହିଁବୁ ଯେ କିଛି ସମୟ ପୂର୍ବରୁ ଫିଲ୍ମ ‘ଉଜଡା ଚମନ୍ ’ର ନୂଆ  ରିଲିଜ୍ ଡେଟ୍ ବାହାରିସାରିଛି...ଏବେ  ନେଭେମ୍ବରର ୮ ପରିବର୍ତ୍ତେ ନେଭେମ୍ବର ୧ରେ ରିଲିଜ  ହେବ ଏହି ଫିଲ୍ମଟି.. କେଉଁ କେଉଁ ଜାଣନ୍ତୁ କେଉଁ ବିବାଦରେ ଫସିଛି ଫିଲ୍ମ ବାଲା ।

ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ରେ ଲାଗିଛି କପି ରାଇଟସ୍ ର ଉଲ୍ଲଙ୍ଘନ ଆରୋପ । ସାମ୍ନା ସାମ୍ନୀ ହୋଇଛନ୍ତି ବାଲା ଓ ଉଜଡା ଚମନର ଫିଲ୍ମ ନିର୍ମାତା । ଆଜ୍ଞା ହଁ ଆୟୁଷ୍ମାନଙ୍କ ଫିଲ୍ମ ବାଲାର ବିବାଦ ଏବେ ସୁପ୍ରିମକୋର୍ଟରେ ଯାଇ ପହଁଚିଛି । ‘ଉଜଡା ଚମନ୍ ’ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ପାଠକ ସୁପ୍ରିମ କୋର୍ଟରେ ‘ବାଲା’ ଫିଲ୍ମ ରିଲିଜ୍ କୁ ରୋକିବା ପାଇଁ ଏକ ପିଟିସନ୍  ଦାୟର୍  କରିଛନ୍ତି । ଯେଉଁଥିରେ ସେ କହିଛନ୍ତି ଫିଲ୍ମା ବାଲା ଓ ଉଜଡା ଚମନ ଉଭୟର କାହାଣୀ ପ୍ରାୟତଃ ସାମାନ ଅଛି ।  ଆଉ ଏହି ଦୁଇଟି ଯାକ ଫିଲ୍ମ ଏକା ସହିତ ହିଁ ରିଲିଜ ହେବା ପାଇଁ ଯାଉଛି ।  ବାଲା  ନେଭେମ୍ବର 7ରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଉଜଡା ଚମନ ନେଭେମ୍ବର ୮ରେ ରିଲିଜ ହେବାର ଅଛି । ସୂଚନା ଅନୁସାରେ ଉଜଡା ଚମନର ନିର୍ମାତା ଏ ନେଇ ଖୁବ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଉ କହିଛନ୍ତି ଯେ ବାଲାର ନିର୍ମାତା ଜାଣିଶୁଣି ଅଧିକ ମାଇଲେଜ ନେବା ପାଇଁ ଏହି ଫିଲ୍ମକୁ  ଆଗୁଆ ରିଲିଜ କରାଉଛନ୍ତି ।