ମଦୁଆଙ୍କ ଦୁଃଖ ବୁଝିଲେ ସରକାର, ରାତି ୧ଟା ଯାଏ ଖୋଲା ରହିବ ବାର
trendingNow,recommendedStories0/zeeodisha/odisha617955

ମଦୁଆଙ୍କ ଦୁଃଖ ବୁଝିଲେ ସରକାର, ରାତି ୧ଟା ଯାଏ ଖୋଲା ରହିବ ବାର

ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ସରକାର ମଧ୍ୟ ରାତି ୧ଟା ଯାଏ ବାର ଖୋଲା ରଖିବାକୁ ଅନୁମତି ଦେଇଛନ୍ତି

ମଦୁଆଙ୍କ ଦୁଃଖ ବୁଝିଲେ ସରକାର, ରାତି ୧ଟା ଯାଏ ଖୋଲା ରହିବ ବାର

ଭୁବନେଶ୍ୱର: ଆଉ କିଛି ସମୟର ଅପେକ୍ଷା । ଆଉ ତାପରେ ସମସ୍ତେ ସେଲିବ୍ରେଟ କରିବେ ଇଂରାଜୀ ନୂଆବର୍ଷ ୨୦୨୦ । ନୂଆବର୍ଷ ପାଇଁ ଅନେକେ ଜିରୋ ନାଇଟ ପ୍ଲାନ କରିଥିବାବେଳେ ଅନେକେ ପିକନିକ, ବୁଲାବୁଲି ପ୍ଲାନ କରିଥିବେ । ଆଉ ନୂଆବର୍ଷ ଏବଂ ନୂଆବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି ସରକାର ମଧ୍ୟ ରାତି ୧ଟା ଯାଏ ବାର ଖୋଲା ରଖିବାକୁ ଅନୁମତି ଦେଇଛନ୍ତି ।

ବଢୁଥିବା ଡିମାଣ୍ଡକୁ ଦେଖି ସରକାର ମଦ କାଉଣ୍ଟରକୁ ରାତି ୧ଟା ଯାଏ ଖୋଲା ରଖିବାକୁ ଅନୁମତି ଦେଇଛନ୍ତି । ଏନେଇ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି ସରକାର । ତେବେ ସାଧାରଣ ଦିନରେ ମଦ କାଉଣ୍ଟର ରାତି ୧୦ଟା ଯାଏ ଖୋଲା ରୁହେ । 

 

fallback

ଓଡ଼ିଶାର ମହାନଗର ନିଗମ କଟକ ଓ ଭୁବନେଶ୍ୱର ସମେତ ପୁରୀରେ ମଧ୍ୟ କାଉଣ୍ଟର ଖୋଲା ରଖିବାକୁ ସରକାର ଚିଠିରେ ଉଲ୍ଲେଖ କରିଛନ୍ତି । ଭୁବନେଶ୍ୱରରେ ଥିବା ପ୍ରତିଷ୍ଠିତ ତିନିତାରକା ହୋଟେଲେରେ ଜିରୋ ନାଇଟ ସେଲିବ୍ରେସର ବ୍ୟବସ୍ଥା କରାଯାଇଛି । ସେପଟେ ବିଳମ୍ୱିତ ରାତିରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ ଡିଜି ଅଭୟ ଏନେଇ ପ୍ରସେମିଟ ମାଧ୍ୟମରେ ସୂଚନା ମଧ୍ୟ ଦେଇଛନ୍ତି ଯେ 'ସୁରକ୍ଷା ଆମର ପ୍ରାଥମିକତା ' ।

Trending news