• ଅଭୟକାନ୍ତ ପାଠକଙ୍କ ଘରେ ପୁଣି ଭିଜିଲାନ୍ସର ଚଢ଼ାଉ
  • ସରକାରୀ ବାସଭବନରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ଼
  • ବାରଣାସୀରେ ଦେବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
  • ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ
  • ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ
  • ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ସର୍ବାଧିକ ୧୬,୫୧୫ ରୋଗୀ
  • କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ
  • ଦେଶରେ ଦିନକରେ ୩୧,୧୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ
  • ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ସାବଧାନ! ହ୍ୟାକର କବଜାରେ ଆପଣଙ୍କ ହ୍ୱାଟସ ଆପ

ସୋସିଆଲ ମିଡିଆ Whatsappରୁ ତଥ୍ୟ ଚୋରି ନେଇ ବଡ଼ ଖୁଲାସା 

ସାବଧାନ! ହ୍ୟାକର କବଜାରେ ଆପଣଙ୍କ ହ୍ୱାଟସ ଆପ
ସୌଜନ୍ୟ: ସୋସିଆଲ ମିଡିଆ

ଋତୁପର୍ଣ୍ଣା ସାହୁ, ଭୁବନେଶ୍ୱର: ସୋସିଆଲ ମିଡିଆ Whatsappରୁ ତଥ୍ୟ ଚୋରି ନେଇ ବଡ଼ ଖୁଲାସା ହୋଇଛି । Whatsapp କମ୍ପାନୀ ପକ୍ଷରୁ ଇଜ୍ରାଏଲର ଏକ ଷ୍ଟାର୍ଟ ଅପ କମ୍ପାନୀ ବିରୋଧରେ ଏନେଇ ଅଭିଯୋଗ କରିଛି । ପାଖାପାଖି ୧୪ ଶହ ଲୋକଙ୍କ Whatsapp Accountsକୁ ହ୍ୟାକ କରିଛି ଇଜ୍ରାଏଲ କମ୍ପାନୀ ।

ଷ୍ଟାର୍ଟ ଅପ କମ୍ପାନୀ ୨୦ଟି ଭିନ୍ନ ଭିନ୍ନ ଦେଶର ସାମ୍ବାଦିକ, ମାନବାଧିକାରକର୍ମୀ, ସରକାରଙ୍କୁ ବିରୋଧ କରୁଥିବା ରାଜନେତାଙ୍କ Whatsapp Accounts ହ୍ୟାକ କରିଥିଲା । କିଛି ଭାରତୀୟଙ୍କ  Whatsapp Accounts ହ୍ୟାକ ହୋଇଥିବା ବେଳେ ଏନେଇ ତଥ୍ୟ ଦାଖଲ କରିବାକୁ କେନ୍ଦ୍ର ସରକାର ୪ ନଭେମ୍ବର ପର୍ଯ୍ୟନ୍ତ କମ୍ପାନୀକୁ ସମୟ ଦେଇଛନ୍ତି ।  କମ୍ପାନୀର ସୂଚନା ଅନୁସାରେ ଇଜ୍ରାଏଲର  ଷ୍ଟାର୍ଟ ଅପ କମ୍ପାନୀ ଏକ Spyware ସାହାଯ୍ୟରେ ତଥ୍ୟ ଚୋରି କରିଛି । Whatsapp କମ୍ପାନୀ ପକ୍ଷରୁ ଏନେଇ ଆମେରିକାର ସାନ ଫ୍ରାନସ୍ସିକୋରେ ମାମଲା ରୁଜୁ କରିଛି ।

ବର୍ତ୍ତମାନ ଭାରତରେ  Whatsapp ୟୁଜର୍ସଙ୍କ ସଂଖ୍ୟା ୩ଶହ ମିଲିୟନ ରହିଛି । ଯାହା ୨୦୧୭ ବର୍ଷର ରିପୋର୍ଟ ତୁଳନାରେ ୧ଶହ ମିଳିୟନ ବୃଦ୍ଧି ପାଇଛି । ୟୁଜର୍ସଙ୍କ ଦୃତ ଅଭିବୃଦ୍ଧି ହେଉଥିବା ବେଳେ  Whatsappର ସୁରକ୍ଷା ଉପରେ କମ୍ପାନୀ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି ।