ରାଜଧାନୀରେ ଦେଖିବାକୁ ମିଳୁଛି ଧାନରେ ପ୍ରସ୍ତୁତି ସୁନ୍ଦର କଳାକୃତି

କେବଳ ଦାମୀ ମୂଲ୍ୟବାନ ବସ୍ତୁ ଓ ପଦାର୍ଥକୁ ନେଇ ଯେ ସାଜସଜ୍ଜା ଓ ଘରକରଣା ସାମଗ୍ରୀ ତିଆରି କରି ହୁଏନି, ତାହା ସେମାନେ ପ୍ରମାଣିତ କରିଛନ୍ତି । ଧାନ, ପତଳା ବାଉଁଶ, ସୂତା ଓ ଅଠାକୁ ବ୍ୟବହାର କରି ସେମାନେ ଏହାକୁ ପିଢି ପରେ ପିଢି ବନାଇ ଆସୁଥିବା କହିଛନ୍ତି । ଏହି ସ୍ୱତନ୍ତ୍ର ମେଳାରେ ସୁନ୍ଦର କଳାକୃତି ମାନ ତିଆରି କରିବା ସହ ପ୍ରଦର୍ଶନ ସାଙ୍ଗକୁ ବିପଣନ ମଧ୍ୟ କରୁଛନ୍ତି, ଯାହାକୁ ରାଜଧାନୀବାସୀ ବେଶ୍ ପସନ୍ଦ କରିଛନ୍ତି ।  

 ରାଜଧାନୀରେ ଦେଖିବାକୁ ମିଳୁଛି ଧାନରେ ପ୍ରସ୍ତୁତି ସୁନ୍ଦର କଳାକୃତି
ଫାଇଲ ଫଟୋ

ଭୁବନେଶ୍ୱର: ସାଧାରଣତଃ ଧାନକୁ ଖାଦ୍ୟଶସ୍ୟ ରୂପେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଧାନକୁ ବ୍ୟବହାର କରି ସୁନ୍ଦର କଳାକୃତି ମଧ୍ୟ ସମ୍ଭବ । ଆଉ ଏଭଳି ସମ୍ଭବକୁ କରି ଦେଖାଇଛନ୍ତି ନବରଙ୍ଗପୁରରୁ ଆସିଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ । ଧାନରେ ତିଆରି ମୂର୍ତ୍ତି, ହାତୀ, କଳସ, କାନ ଫୁଲ ଆଦି ନାନା ରକମର ପସରା ସେମାନେ ମେଲି ଦେଇଛନ୍ତି ।

କେବଳ ଦାମୀ ମୂଲ୍ୟବାନ ବସ୍ତୁ ଓ ପଦାର୍ଥକୁ ନେଇ ଯେ ସାଜସଜ୍ଜା ଓ ଘରକରଣା ସାମଗ୍ରୀ ତିଆରି କରି ହୁଏନି, ତାହା ସେମାନେ ପ୍ରମାଣିତ କରିଛନ୍ତି । ଧାନ, ପତଳା ବାଉଁଶ, ସୂତା ଓ ଅଠାକୁ ବ୍ୟବହାର କରି ସେମାନେ ଏହାକୁ ପିଢି ପରେ ପିଢି ବନାଇ ଆସୁଥିବା କହିଛନ୍ତି । ଏହି ସ୍ୱତନ୍ତ୍ର ମେଳାରେ ସୁନ୍ଦର କଳାକୃତି ମାନ ତିଆରି କରିବା ସହ ପ୍ରଦର୍ଶନ ସାଙ୍ଗକୁ ବିପଣନ ମଧ୍ୟ କରୁଛନ୍ତି, ଯାହାକୁ ରାଜଧାନୀବାସୀ ବେଶ୍ ପସନ୍ଦ କରିଛନ୍ତି ।

ଧାନକୁ ବ୍ୟବହାର କରି କଳାକୃତି ତ ଦେଖିଲେ, ଏବେ ପତ୍ରକୁ ବ୍ୟବହାର କରି କିପରି ଆକର୍ଷଣୀୟ ଟୋପି ଓ ଫୁଲ ପ୍ରସ୍ତୁତ କରାଯାଇଛି ତାହା ମଧ୍ୟ ଦେଖିବାକୁ ମିଳିଛି । ବାଲେଶ୍ୱର ନୀଳିଗିରି ଅଞ୍ଚଳରୁ ଆସିଥିବା କେତେକ ଆଦିବାସୀ ସମ୍ପ୍ରଦାୟର ଲୋକେ ଏପରି ଏକ ନୂତନ ସ୍ୱତନ୍ତ୍ର ଟୋପି ପ୍ରସ୍ତୁତ କରିଛନ୍ତି । ସିଆଳି ପତ୍ରକୁ ବ୍ୟବହାର କରି ବର୍ଷାରୁ ରକ୍ଷା ପାଇବା ଭଳି ୱାଟର ପ୍ରୁଫ୍ ହ୍ୟାଟ ପ୍ରସ୍ତୁତ କରିଛନ୍ତି । ସେହିପରି ଖଜୁରୀ ଗଛର ପତ୍ରକୁ ବ୍ୟବହାର କରି ସ୍ୱତନ୍ତ୍ର ଫୁଲ ତିଆରି କରିଛନ୍ତି ।

ତେବେ ଏହାକୁ କେବଳ ପ୍ରଦର୍ଶନ ପାଇଁ ରଖାଯାଇଥିବା ବେଳେ ରାଜଧାନୀବାସୀଙ୍କ ମଧ୍ୟରେ ଆଦିବାସୀଙ୍କ ପ୍ରଦତ୍ତ ଏହି କଳାକୁ ଦେଖିବା ସହ ଫଟୋ ଉଠାବା ପାଇଁ ବେଶ୍ କ୍ରେଜ ଦେଖିବାକୁ ମିଳିଛି । ଆବାଳ ବୃଦ୍ଧ ବନିତା ସଭିଏଁ ଏହି ଷ୍ଟଲ ପାଖରେ ଘଡିଏ ଅଟକି ଏହାର ମଜା ଉଠାଉଛନ୍ତି ।