ପ୍ରଦ୍ୟୁମ୍ନ କୁମାର ମାଝୀ, ନୂଆଦିଲ୍ଲୀ: ଦୀପାବଳୀରେ ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରାଯାଇଥାଏ । ପଞ୍ଚ ମହୋତ୍ସବ ରୂପରେ ପାଞ୍ଚଦିନର ପର୍ବ ପାଳନ ଧନତେରସ ଦିନରୁ ଆରମ୍ଭ ହୋଇଥାଏ । ଏହା ସହ ନରକ ଚତୁର୍ଥୀ, ଗୋବର୍ଦ୍ଧନ ପୂଜା ମଧ୍ୟ ପାଳନ କରାଯାଏ । ଏସବୁ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଦୀପାବଳୀ ପର୍ବ । ଚଳିତ ଥର ଦୀପାବଳୀ ପର୍ବ ଅକ୍ଟୋବର ମାସ ୨୭ ତାରିଖ ଦିନ ପାଳନ କରାଯିବ । ଶାସ୍ତ୍ର ଅନୁସାରେ ଦୀପାବଳୀ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ପାଳନ କରାଯାଏ ।
ତନ୍ତ୍ରଶାସ୍ତ୍ର ଅନୁସାରେ ଦୀପାବଳୀ ପୂର୍ବରୁ କିଛି ଏମିତି ଜିନିଷ ଘରକୁ ଆଣନ୍ତୁ ଯାହା ଦ୍ୱାରା ଘରେ ଧନ ସମନ୍ଧୀୟ ସମସ୍ୟା କେବେ ଦେଖା ଦେବନାହିଁ । ଜାଣନ୍ତୁ ଏମିତି କେଉଁ ଜିନିଷ ରହିଛି ଯାହାକୁ ଦୀପାବଳୀ ପୂର୍ବରୁ ଘରକୁ ଆଣିଲେ ଶୁଭ ହୋଇଥାଏ ।
କଉଡ଼ି, ଶ୍ରୀ ଯନ୍ତ୍ର ସହିତ ଆଣନ୍ତୁ ଏହି ୭ଟି ଜିନିଷ, ଘରେ ହେବନାହିଁ ଧନର ଅଭାବ
ଧଳା ଅରଖ ଗଛ ମୂଳ:
ଅରଖ ଫୁଲର ମାଆ ଲକ୍ଷ୍ମୀଙ୍କ ସହ ସମ୍ପର୍କ ରହିଛି । ସେଥିପାଇଁ ଦୀପାବଳୀ ପୂର୍ବରୁ ଯେକୌଣସି ଶୁକ୍ରବାର ଦିନ ବିଦ୍ଧି ବିଧାନ ଅନୁସାରେ ଧଳା ଅରଖ ମୂଳକୁ ପୂଜା କରନ୍ତୁ । ଏହାପରେ ତାହାକୁ ଧନ ଭଣ୍ଡାର ଉପରେ ରଖିଦିଅନ୍ତୁ । ଏହା ଦ୍ୱାରା ଘରେ ଧନର ଅଭାବ ଦେଖାଦେବନାହିଁ ।
କମଳ ବିଜ ମାଳ:
କମଳ ବିଜ ମାଳ ଅର୍ଥାତ ପଦ୍ମଫୁଲ ମଞ୍ଜିରେ ତିଆରି ମାଳା ହୋଇଥାଏ । ଏଥିପାଇଁ ଏହି ମାଳାରେ ମାଆ ଲକ୍ଷ୍ମୀ ବିରାଜମାନ କରିଥାନ୍ତି । କମଳ ବିଜରେ ତିଆରି ମାଳାକୁ ମାଆ ଲକ୍ଷ୍ମୀଙ୍କ ଫଟୋରେ ବିଦ୍ଧି ବିଧାନ ଅନୁସାରେ ପିନ୍ଧାଇ ଦିଅନ୍ତୁ । ଏହାଦ୍ୱାରା ଆପଣଙ୍କ ଘରେ କେବେ ମଧ୍ୟ ଧନର ଅଭାବ ଦେଖାଦେବନାହିଁ ।
ଗୌମତି ଚକ୍ର:
ଘର, ଅଫିସ ଏବଂ ଦୋକାନରେ ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଦୀପାବଳୀ ପୂର୍ବରୁ ଏକ ଛୋଟ ହଳଦିଆ କପଡ଼ାରେ ୧୧ଟି ଗୋମତି ଚକ୍ର ନିଅନ୍ତୁ । ହଳଦିଆ କପଡ଼ାକୁ ମାଆ ଲକ୍ଷ୍ମୀଙ୍କ ଆଗରେ ରଖିଦିଅନ୍ତୁ କିମ୍ୱା ତାହାକୁ ଘରର ଏକ ସ୍ଥାନରେ ଗୌମତି ଚକ୍ର ମନ୍ତ୍ର ଉଚ୍ଚାରଣ କରି ରଖିଦିଅନ୍ତୁ । ଏକ ଗୌମତି ଚକ୍ର ହଳଦିଆ କପଡ଼ାରେ ରଖି 'ଓଂ ନାରାୟଣ ନମଃ' ମନ୍ତ୍ର ଉଚ୍ଚାରଣ କରନ୍ତୁ । ଏହିପରି ଭାବରେ ଗୌମତି ଚକ୍ର ଗୁଡ଼ିକୁ ମଧ୍ୟ ରଖିଦିଅନ୍ତୁ । ଏହାପରେ ଧୂପ, ଦୀପ, ଆଦି ଦ୍ୱାରା ବିଦ୍ଧି ବିଧାନ ଅନୁସାରେ ଶ୍ରୀ ବିଷ୍ଣୁ, ଦେବୀ ଲକ୍ଷ୍ମୀ ଏବଂ ଘରର ଠାକୁର ଘରେ ରଖିଥିବା ଗୌମତି ଚକ୍ର ଗୁଡ଼ିକୁ ପୂଜା କରନ୍ତୁ । ପୂଜା ଶେଷ ହେବାପରେ ଏହି ଗୌମତି ଚକ୍ରକୁ ସେଠାରେ ରହିବାକୁ ଦିଅନ୍ତୁ । ତାହା ଆଗ ଦିନ ସେଥିମଧ୍ୟରୁ ୫ଟି ଗୌମତି ଚକ୍ର ନିଜ ଘରର ଧନ ଭଣ୍ଡାରରେ ରଖିଦିଅନ୍ତୁ । ୫ଟି ଗୌମତି ଚକ୍ରକୁ ନିଜର ଦୋକାନ, ଅଫିସ ଏବଂ ଶେଷରେ ବଞ୍ଚିଥିବା ଗୌମତି ଚକ୍ରକୁ ସେହି ହଳଦିଆ କପଡ଼ାରେ ବାନ୍ଧି ଘରର ଠାକୁରଘରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ସବୁ ପ୍ରକାରର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ ।
ହାତଯୋଡ଼ି:
ହାତଯୋଡ଼ିକୁ ମଙ୍ଗଳବାର କିମ୍ୱା ଶନିବାର ଦିନ ଘରକୁ ଆଣନ୍ତୁ । ଏହାକୁ ନାଲି ରଙ୍ଗର କପଡ଼ାରେ ବାନ୍ଧି ଧନ ଭଣ୍ଡାରରେ କିମ୍ୱା ଆଲମିରାରେ ରଖିଦିଅନ୍ତୁ ।
ଶ୍ରୀ ଯନ୍ତ୍ର:
ଯଦି ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପାଇବାକୁ ଚାହାନ୍ତି ତ ଘରେ ଶ୍ରୀ ଯନ୍ତ୍ରର ସ୍ଥାପନା କରନ୍ତୁ । ଏହି ଯନ୍ତ୍ର ମାଆ ଲକ୍ଷ୍ମୀଙ୍କ ସହ ୩୩ ଅନ୍ୟ ଦେବୀ ଦେବତାଙ୍କ ଛବି ରହିଥାଏ । ଯାହା ଆପଣ ଭାଗ୍ୟ ବଦଳାଇଦେବ ।
ମୋତି ଶଙ୍ଖ:
ଶାସ୍ତ୍ର ଅନୁସାର କୁହାଯାଏ ବାସଗୃହରେ ମୋତି ଶଙ୍ଖ ରଖିଲେ ଧନ ସଞ୍ଚୟ ହୋଇଥାଏ । ଯାହାଦ୍ୱାରା ଆମଦାନୀ ଦୃତ ଗତିରେ ବଢ଼ିଥାଏ । ଏଥିପାଇଁ ଏହି ମୋତି ଶଙ୍ଖକୁ ବିଦ୍ଧି ବିଧାନ ଅନୁସାରେ ପୂଜା କରିବା ସହ ଧନ ଭଣ୍ଡାରରେ ରଖିଦିଅନ୍ତୁ ।
କଉଡ଼ି:
ଶାସ୍ତ୍ର ଅନୁସାରେ ମାଆ ଲକ୍ଷ୍ମୀ ସମୁଦ୍ରରୁ ଉତ୍ପନ ହୋଇଥିଲେ । ସେହିପ୍ରକାର କଉଡ଼ି ମଧ୍ୟ ସମୁଦ୍ରରୁ ବାହାରିଥାଏ । ଏହି କାରଣରୁ କଉଡ଼ି ଧନକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ସେଥିପାଇଁ କଉଡ଼ି ଆଣି ଘରେ ନିଶ୍ଚୟ ରଖନ୍ତୁ ।
ଏହାସହିତ ଆପଣ ଚାହିଁଲେ କୈଣସି ବାସନକୁସନ, ଝାଡ଼ୁ, ତମ୍ୱା ବା ପିତ୍ତଳ ବାସନ ଆଦି ମଧ୍ୟ ଆଣି ପାରିବେ ।