Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ସାରା ଓଡ଼ିଶାରେ ଲାଗୁ ହେବ କେନ୍ଦ୍ର ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଯୋଜନା । ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା ଏଣିକି ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଏନେଇ ମହିଳା ଶିଶବୁ ବିକାଶ ବିଭାଗ ଯୁଗ୍ମ ସଚିବ ସବୁ ଜିଲ୍ଲାପଳଙ୍କୁ ଚିଠି ଲେଖିଛନ୍ତି ।
୨୦୧୫ରୁ କେବଳ ନୟାଗଡ଼ ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଲାଗୁ ହୋଇଥିଲା । ଏହି ଜିଲ୍ଲାରେ କନ୍ୟା ଭ୍ରୁଣ ହତ୍ୟାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନୟାଗଡ଼ରେ ଲାଗୁ କରାଯାଇଥିଲା । ଏହି ଯୋଜନା ମାଧ୍ୟମରେ କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ । ଏହି ଯୋଜନା କେନ୍ଦ୍ର ସରକାରଙ୍କ ତିନୋଟି ମନ୍ତ୍ରାଳୟ(ମହିଳା ଶିଶୁ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଏ ଏବଂ ମାନବସମ୍ବଳ) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି ।
ଏହି ଯୋଜନାର ଅର୍ଥ କେନ୍ଦ୍ର ସରକାର ସିଧାସଳଖ ଜିଲ୍ଲାପାଳଙ୍କୁ ଦେବାର ବ୍ୟବସ୍ଥା କରାଯାଇଛି । ସାମ୍ପ୍ରତିକ ସମୟରେ ଝିଅଙ୍କ ସୁରକ୍ଷା ଆବଶ୍ୟକ। ଏହା ଭଲ ଯୋଜନା। କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ରଖି ମିଳିମିଶି ଏହା କରିବା ଦରକାର। କେବଳ ଓଡ଼ିଶାର ୩୦ ଜିଲ୍ଲା ନୁହେଁ, ସାରା ଦେଶରେ ଲାଗୁ ହେବା ଦରକାର ବୋଲି ମହିଳା ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ କହିଛନ୍ତି ।
ଆହୁରି ପଢ଼ନ୍ତୁ; ରାଜ୍ୟରେ ଜାଡ଼ର ମାଡ଼, ଶୀତଳ ସହର ସୋନପୁର