ଭୁବନେଶ୍ୱର ମ୍ୟୁନିସିପାଲିଟି ଓ କମିଶନରେଟ ପୋଲିସର କର୍ମଚାରୀ ଆଜି ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି।
Trending Photos
)
ଭୁବନେଶ୍ୱର: ଜନ୍ମଦିନ ପାଳିବା ମହଙ୍ଗା ପଡ଼ିଛି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ। ଭୁବନେଶ୍ୱର ମ୍ୟୁନିସିପାଲିଟି ଓ କମିଶନରେଟ ପୋଲିସର କର୍ମଚାରୀ ଆଜି ସାଂସଦଙ୍କ କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି।
ସୂଚନାଯୋଗ୍ୟ ଗତ କିଛି ଦିନ ତଳେ ସାଂସଦ ଅପରାଜିତା ତାଙ୍କ କାର୍ଯ୍ୟାଳୟରେ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ। ସେଥିଲେ ସାଂସଦ କୋଭିଡ଼ ନିୟମ ଉଲ୍ଲଂଘନ କରି ନିଜର ଶୁଭେଚ୍ଛୁ, ସହଯୋଗୀଙ୍କ ସହିତ ଜନ୍ମଦିନ ପାର୍ଟି ପାଳନ କରୁଥିବା ଦେଖିବାକୁ ମିଳିଥିଲା। ଯାହାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଥିଲା।
ତେବେ ଏହି ଭିଡ଼ିଓ ସାମ୍ନାକୁ ଆସିବା ପରେ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ସ୍ତରରେ ଚର୍ଚ୍ଚା ଜୋର ଧରିଥିଲା। ବିଜେଡ଼ି ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ମଧ୍ୟ ଚିଠି ଲେଖିଥିଲେ। ତେବେ ଅମାନିଆ ଅପରାଜିତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚର୍ଚ୍ଚା ଜୋର ଧରିବା ପରେ ଆଜି ବିଏମସି ଓ କମିଶନରେଟ ପୋଲିସ ସାଂସଦଙ୍କ ପଳାସପଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ସିଲ କରିଦେଇଛନ୍ତି। ସେପଟେ ତାଙ୍କୁ ଗିରଫ କରିବା ପାଇଁ ସ୍ୱର ତେଜିବାରେ ଲାଗିଛି।