ହୁସିଆର ! ଆଜିଠୁ ଟ୍ୱିନ ସିଟିରେ ଅଡ-ଇଭିନ ଫର୍ମୁଲା
Advertisement

ହୁସିଆର ! ଆଜିଠୁ ଟ୍ୱିନ ସିଟିରେ ଅଡ-ଇଭିନ ଫର୍ମୁଲା

କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଦିନେ ଦିଲ୍ଲୀରେ ପ୍ରଦୂଷଣରୁ ମୁକ୍ତି ପାଇଁ ଯେଉଁ ଫର୍ମୁଲା ପ୍ରୟୋଗ ହୋଇଥିଲା, ଏବେ କୋରୋନା ମୁକାବିଲା ପାଇଁ ଟ୍ୱିନ ସିଟିରେ ସମାନ ଫର୍ମୁଲା ଆପଣାଯାଇଛି । ଆଜିଠୁ ଉଭୟ କଟକ ଓ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅଡ-ଇଭିନ ଫର୍ମୁଲା । ତେବେ ଆଜି ଯୁଗ୍ମ ନମ୍ବର ଥିବା ଗାଡ଼ି ଉପରେ କଟକଣା ଲାଗିଛି । 

ଟ୍ୱିନ ସିଟିରେ ଯୁଗ୍ମ-ଅଯୁଗ୍ମ ଫର୍ମୁଲା । କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଜି କେବଳ ଅଯୁଗ୍ମ ନମ୍ବରର ଗାଡ଼ି ଗଡ଼ିବ । ଅର୍ଥାତ ଯେଉଁ ଗାଡ଼ିର ନମ୍ବରର ଶେଷ ଅଙ୍କ ୦, ୨, ୪, ୬, ୮ ଅଟେ, ସେ ଗାଡ଼ି ଉପରେ ଆଜି କଟକଣା ଲାଗିବ । ସେହିପରି ଆସନ୍ତାକାଲି ଯୁଗ୍ମ ନମ୍ବର ଗାଡ଼ି ଗଡ଼ିବ । ଅନ୍ୟପଟେ ଅଯୁଗ୍ମ ନମ୍ବର ଗାଡ଼ି ଅର୍ଥାତ ଯେଉଁ ଗାଡ଼ି ନମ୍ବରର ଶେଷ ଅଙ୍କ  ୧, ୩, ୫, ୭, ୯ ଅଟେ ସେ ଉପରେ କଟକଣା ଲାଗିବ । କୋରୋନାରୁ ରକ୍ଷା ପାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଦିନେ ଯୁଗ୍ମ ଏବଂ ଦିନେ ଅଯୁଗ୍ମ ନମ୍ବର ଗାଡ଼ି ଉପରେ କଟକଣା ଲଗାଯାଇଛି ।  

ତେବେ  ଏହି ନିୟମ କେବଳ ପବ୍ଲିକ୍ ଟ୍ରାନ୍ସପୋର୍ଟ ଭେଇକିଲ୍ ପାଇଁ ଲାଗୁ ହେବ ବୋଲି ସ୍ପଷ୍ଟ କରାଯାଇଛି। ଅର୍ଥାତ ବସ୍, ଟାକ୍ସି, ଅଟୋ ପାଇଁ କେବଳ ଅଡ-ଇଭିନ ଫର୍ମାଟ୍ ଲାଗୁ ହେବ ।

ଆହୁରି ପଢ଼ନ୍ତୁ; କାହିଁକି ଇସ୍ତଫା ଦେବା ପୂର୍ବରୁ ଶିବରାଜଙ୍କୁ ଜଣାଇଥିଲେ କମଲନାଥ ?