ରାଜଧାନୀରୁ ନୟାଗଡ଼କୁ ଗଡିଲା ଟ୍ରେନ, ଜାଣନ୍ତୁ କେଉଁ ସମୟରେ ନୟାଗଡ଼ରୁ ବାହାରୁଛି ଟ୍ରେନ

କାଲିଠାରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡିଲା ସେବା ଏକ୍ସପ୍ରେସ ଟ୍ରେନ୍। ଓଡିଶା ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ସେବା ଦ୍ୱାରା ସାଧାରଣ ଲୋକେ ବେଶ ଉପକୃତ ହେବେ। ମୁଖ୍ୟତଃ କର୍ମଜୀବୀଙ୍କୁ ନଜରରେ ରଖି ଏହି ସେବା ଉପଲବ୍ଧ କରାଯାଇଛି ।   

ରାଜଧାନୀରୁ ନୟାଗଡ଼କୁ ଗଡିଲା ଟ୍ରେନ, ଜାଣନ୍ତୁ କେଉଁ ସମୟରେ ନୟାଗଡ଼ରୁ ବାହାରୁଛି ଟ୍ରେନ

ନୟାଗଡ଼: ଦୀର୍ଘଦିନ ପରେ ପୂରଣ ହେଲା ସ୍ୱପ୍ନ। କାଲିଠାରୁ ଭୁବନେଶ୍ୱରରୁ ନୟାଗଡ଼କୁ ଗଡିଲା ସେବା ଏକ୍ସପ୍ରେସ ଟ୍ରେନ୍। ନୂଆ ଦିଲ୍ଲୀରୁ  ଭିଡିଓ କନଫରେନ୍ସିଂ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋୟଲ ଶୁଭାରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଡ. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ।  ସକାଳ ୬ଟା ୩୦ ରେ ବାହାରି ୯ଟାରେ  ଭୁବନେଶ୍ୱର ପହଞ୍ଚିବ ସେବା ଏକ୍ସପ୍ରେସ। ଓଡିଶା ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ସେବା ଦ୍ୱାରା ସାଧାରଣ ଲୋକେ ବେଶ ଉପକୃତ ହେବେ।   

 ବହୁ ପ୍ରତୀକ୍ଷିତ ସେବା ଏକ୍ସପ୍ରେସ୍ ଟ୍ରେନକୁ ଲୋକାର୍ପିତ କରିଛନ୍ତି ରେଳମନ୍ତ୍ରୀ ପୀୟୁସ ଗୋୟଲ।ଭିଡିଓ କନଫେରେନ୍ସିଂ ମାଧ୍ୟରେ ଦିଲ୍ଲୀରୁ ଭୁବନେଶ୍ବର ରେଳ ଷ୍ଟେସନ ପାଇଁ ସେ ଫ୍ଲାଗ୍ ଅଫ୍ କରିଛନ୍ତି।  ଏହି ଟ୍ରେନ୍ ଦୈନିକ ଭୁବନେଶ୍ବରୁ ନୟାଗଡ ଟାଉନ ଓ ନୟାଗଡ ଟାଉନରୁ ଭୁବନେଶ୍ବର ଯାଆସ କରିବ। ମୁଖ୍ୟତଃ କର୍ମଜୀବୀଙ୍କୁ ନଜରରେ ରଖି ଏହି ସେବା ଉପଲବ୍ଧ କରାଯାଇଛି ।   
୨ ସହର ମଧ୍ୟରେ ଗସ୍ତ ସମୟ ୨ଘଣ୍ଟା ରହିଛି। ସକାଳ ୬ଟା ୩୦ରେ ବାହାରି ୯ଟାରେ ଭୁବନେଶ୍ୱର ପହଞ୍ଚିବ ସେବା ଏକ୍ସପ୍ରେସ। ଓଡିଶା ସେବା ଏକ୍ସପ୍ରେସ ସହିତ ଅନ୍ୟ ରାଜ୍ୟ ପାଇଁ ୯ଟି ସେବା ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ।  

ତେବେ ଆଗରୁ ନୟାଗଡ଼ବାସୀଙ୍କୁ ଯାଆସରେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଥିଲା।  ଏହି ରେଳ ଦ୍ବାରା ଦେଢ ଶହ କିଲୋମିଟର ହ୍ରାସ ପାଇଛି।  ଯାହା ଦ୍ୱାରା ସାଧାରଣ ଲୋକେ ବେଶ ଉପକୃତ ହେବେ।  ତେଣୁ ନୂଆ ରେଳସେବାକୁ ନେଇ ନୟାଗଡବାସୀ ଉତ୍ସାହିତ ହୋଇପଡିଛନ୍ତି । ଏଥି ପାଇଁ ରେଳ ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ।  

ଭୁବନେଶ୍ବର ରେଳ ଷ୍ଟେସନରେ ଆୟୋଜିତ ଏକ ସ୍ବତନ୍ତ୍ର ଉଦଘାଟନି ଉତ୍ସବରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ପୁରୀ ସାଂସଦ ପିନାକୀ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର, ଖୋର୍ଦ୍ଦା ଡିଆରଏମ ପ୍ରମୁଖ ଯୋଗ ଦେଇଥିଲେ।