ଭୁବନେଶ୍ୱରରେ ଲଜ୍ଜା, ନ୍ୟାୟ ପାଇଁ ଧାରଣା ସ୍ଥଳରେ ଆନ୍ଦୋଳନ ଜାରି ରଖିଥିବା ଯୁବତୀଙ୍କୁ ରାତିରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ରାଜଧାନୀରେ ଚାଞ୍ଚଲ୍ୟ ।
Trending Photos
ରାଜଧାନୀ: ଭୁବନେଶ୍ୱରରେ ଲଜ୍ଜା, ନ୍ୟାୟ ପାଇଁ ଧାରଣା ସ୍ଥଳରେ ଆନ୍ଦୋଳନ ଜାରି ରଖିଥିବା ଯୁବତୀଙ୍କୁ ରାତିରେ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ରାଜଧାନୀରେ ଚାଞ୍ଚଲ୍ୟ । ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ଅଞ୍ଚଳ ପିଏମ୍ଜିରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଗୋଟିଏ ପାର୍ଶ୍ୱରେ ରେଳ ଷ୍ଟେସନ୍ ରହିଥିବା ବେଳେ ଅନ୍ୟ ପାର୍ଶ୍ୱରେ ରହିଛି ସଚିବାଳୟ । ଏହା ଛଡ଼ା ରାସ୍ତାର ଆଖାପାଖରେ ରହୁଛନ୍ତି ଅନେକ ବରିଷ୍ଠ ଅଧିକାରୀ । ବିଧାନସଭା ସମ୍ମୁଖ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଥିବା ଯୋଗୁଁ ପିଏମ୍ଜି ରାସ୍ତାରେ ରହିଛି ପୁଲିସ ଆଉଟ୍ ପୋଷ୍ଟ୍ । ଏବେ ପୂଜା ପାଇଁ ଅନବରତ ପାଟ୍ରୋଲିଂ କରୁଛି କମିଶନରେଟ୍ ପୁଲିସ୍ । ଅଭିଯୋଗ ଅନୁସାରେ ଜଣେ ନିଶାସକ୍ତ ଯୁବକ ଗତକାଲି ରାତିରେ ଆନ୍ଦୋଳନରତ ଯୁବତୀଙ୍କ ଦୁଷ୍କର୍ମ ଉଦ୍ୟମ କରିଥିଲା। ପୁଲିସ ଅଭିଯୁକ୍ତ କାଳୁକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କୋରାପୁଟ ଲମତାପୁଟ ଅଞ୍ଚଳର ୨ ଭଉଣୀ ପ୍ରଶାସନଠାରୁ ନ୍ୟାୟ ଦାବିରେ ଦୀର୍ଘ ଦିନରୁ ପିଏମ୍ଜି ଧାରଣାରେ ବସିଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ ଧାରଣା ସ୍ଥଳରେ ଥିବା ଟେଣ୍ଟରେ ଥିଲେ। ଏହି ସମୟରେ ଅଭିଯୁକ୍ତ କାଳୁ ଟେଣ୍ଟ ଭିତରେ ପଶି ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲେ। ତେବେ ତା’କବଳରୁ ଜଣେ ଭଉଣୀ ଖସି ଆସି ନିକଟସ୍ଥ ପୁଲିସ କ୍ୟାମ୍ପରେ ଜଣାଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଯାଇ ଅଭିଯୁକ୍ତ କାଳୁକୁ କାବୁ କରିଥିଲା।କୋରାପୁଟ ଲମତାପୁଟ ଅଞ୍ଚଳର ୨ଭଉଣୀ ପ୍ରଶାସନଠାରୁ ନ୍ୟାୟ ଦାବିରେ ଦୀର୍ଘ ଦିନରୁ ପିଏମ୍ଜି ଧାରଣାରେ ବସିଥିଲେ। ତେବେ ଗତକାଲି ରାତିରେ ଦୁଇ ଭଉଣୀ ଧାରଣା ସ୍ଥଳରେ ଥିବା ଟେଣ୍ଟରେ ଥିଲେ। ଏହି ସମୟରେ ଅଭିଯୁକ୍ତ କାଳୁ ଟେଣ୍ଟ ଭିତରେ ପଶି ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲେ। ତେବେ ତା' କବଳରୁ ଜଣେ ଭଉଣୀ ଖସି ଆସି ନିକଟସ୍ଥ ପୁଲିସ କ୍ୟାମ୍ପରେ ଜଣାଇଥିଲେ ।
ପୋଲିସ ସଙ୍ଗେ ସଙ୍ଗେ ଯାଇ ଅଭିଯୁକ୍ତ କାଳୁକୁ କାବୁ କରିଥିଲା।ଅଭିଯୋଗରୁ ପ୍ରକାଶ, ପୀଡ଼ିତାଙ୍କ ବାପା ଜଣେ ହୋମ୍ଗାଡ଼ ଥିଲେ। ବାପାଙ୍କ ମୃତ୍ୟୁ ପରେ ତାଙ୍କ ଶବ ସତ୍କାର ପାଇଁ ପୀଡ଼ିତାଙ୍କ ବଡ଼ ଭଉଣୀ ଓ ବନ୍ଧୁବାନ୍ଧବ ବାଡ଼ିରେ ହୋଇଥିବା ନୀଳଗିରି ଗଛ କାଟି ବିକ୍ରି କରି ଖର୍ଚ୍ଚ କରିଥିଲେ। ଯାହାକୁ ପୀଡ଼ିତା ଦୁଇ ଭଉଣୀ ବିରୋଧ କରିଥିଲେ। ନୀଳଗିରି ଗଛ କାଟି ଥିବା ଓ ଜମି ହଡ୍ପ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁଇ ଭଉଣୀ ଦାବି କରୁଛନ୍ତି। ସେଥିପାଇଁ ସେମାନେ ରାଜଧାନୀ ପିଏମ୍ଜିରେ ଧାରଣାରେ ବସିଛନ୍ତି।