Advertisement
Article Detail0/zeeodisha/odisha694921
Zee OdishaBhubneshwarସିଲ୍ ହେଲା ୟୁନିଟ ୧

ସିଲ୍ ହେଲା ୟୁନିଟ ୧

ଅନ୍ୟପକ୍ଷେ ଆଜି ଏହା ପୂର୍ବରୁ ସିଲ୍ ହୋଇଥିଲା ମାର୍କେଟ ବିଲ୍ଡିଂ । ପ୍ରବଳ ଜନଗହଳିକୁ ଦେଖି ସିଲ୍ କରିଥିଲା ବିଏମସି ।

ସିଲ୍ ହେଲା ୟୁନିଟ ୧

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ସିଲ୍ ହେଲା ୟୁନିଟ ୧ । ପ୍ରବଳ ଜନଗହଳିକୁ ଦେଖି ୟୁନିଟ ୧କୁ ମଧ୍ୟ ସିଲ୍ କଲା ବିଏମସି । ଅପରାହ୍ନରେ ୟୁନିଟ ୨ ମାର୍କେଟ ବିଲ୍ଡିଂ ସିଲ୍ କରିଛି ବିଏମସି । ୟୁନିଟ ୧ ତଳ ବଜାର ପରିବା ହାଟ ସହ ଭିତର ମାର୍କେଟକୁ ମଧ୍ୟ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଛି ବିଏମସି । ତେବେ ଆସନ୍ତା  ୨ ଦିନ ସଟ୍ ଡାଉନ୍ ହେତୁ ଦୋକାନ ବଜାର ବନ୍ଦ ରହୁଥିବା ବେଳେ ସୋମବାର ସ୍ଥିତି ଦେଖି ସିଲ୍ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ ।

ଅନ୍ୟପକ୍ଷେ ଆଜି ଏହା ପୂର୍ବରୁ ସିଲ୍ ହୋଇଥିଲା ମାର୍କେଟ ବିଲ୍ଡିଂ । ପ୍ରବଳ ଜନଗହଳିକୁ ଦେଖି ସିଲ୍ କରିଥିଲା ବିଏମସି । ରଜ ବଜାରରେ କିଣାକିଣିରେ ଅଣାୟତ ଭିଡକୁ ଦେଖି ସଂପୂର୍ଣ୍ଣ ଭାବେ ସିଲ୍ କରିଛି ବିଏମସି । ସେପଟେ ଆଜି ସକାଳେ ୟୁନିଟ ଚାରି ଆମିଷ ମାର୍କେଟରେ ମାତ୍ରାଧିକ ଭିଡକୁ ଦେଖି ଫାଇନ ଆଦାୟ କରିଥିଲା ବିଏମସି । ଏହାସହ ପୂର୍ବାହ୍ନ ଓ ପରେ ଅପରାହ୍ନ ସମୟରେ ୟୁନିଟ ୨ ମାର୍କେଟ ବିଲ୍ଡିଂରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।

ପୂର୍ବାହ୍ନରେ ବିଏମସି, ବିଡିଏର ମିଳିତ ଏନଫୋର୍ସମେଣ୍ଟ ସ୍କାର୍ଡ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଦୋକାନ ଓ ସପିଂ ମଲ୍ ଭିତରେ ଭିଡ଼ ନିୟନ୍ତ୍ରଣ କରିଥିଲା । ମାସ୍କ ଓ ସାମାଜିକ ଦୂରତା ସମେତ କୋଭିଡ-୧୯ ଗାଇଡ ଲାଇନ ପାଳନ ହେଉଛି କି ନାହିଁ ଯାଞ୍ଚ କରିଥିଲା ସ୍କ୍ବାର୍ଡ । ହେଲେ ଅପରାହ୍ନରେ ପ୍ରବଳ ଭିଡକୁ ଦେଖି ସିଲ୍ କରାଯାଇଛି । ସେପଟେ ଶେଷ ଦିନରେ ରଜ ସଜବାଜ ପାଇଁ ଆବଶ୍ୟକୀୟ ସାମଗ୍ରୀ ଘରକୁ ବୋହିନେଇଛନ୍ତି ଗ୍ରାହକ ।

Add Zee News as a Preferred Source
About the Author