Advertisement
Article Detail0/zeeodisha/odisha670097
Zee OdishaBhubneshwarଭୁବନେଶ୍ଵରକୁ କୋଭିଡ୍ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ

'ଭୁବନେଶ୍ଵରକୁ କୋଭିଡ୍ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ'

ସେ ଆହୁରି ମଧ୍ୟ କହିଛନ୍ତି, ରାପିଡ୍ ଟେଷ୍ଟ ସହ ବ୍ୟାପକ ସାନିଟାଇଜେସନ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବା ଦରକାର ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ଵରକୁ କୋଭିଡ୍ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ରାଜଧାନୀରେ କୋରୋନା ମୁକ୍ତ ନହେଲେ ଏହାର ପ୍ରଭାବ ସାରା ରାଜ୍ୟରେ ପଡିବ । ଅର୍ଥନୀତି , ଗମନାଗମନ ପ୍ରଭାବିତ ହେବ । ବର୍ତ୍ତମାନ ସମୟ ଆସିଛି ସ୍ମାର୍ଟ ସିଟି କରିବାକୁ ଯେମିତି ଉଦ୍ୟମ ହେଉଥିଲା, କୋଭିଡ୍ ମୁକ୍ତ କରିବାକୁ ମଧ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନିଆଯାଇ ପଦକ୍ଷେପ ନେବା ଦରକାର । ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । 

ସେ ଆହୁରି ମଧ୍ୟ କହିଛନ୍ତି, ରାପିଡ୍ ଟେଷ୍ଟ ସହ ବ୍ୟାପକ ସାନିଟାଇଜେସନ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯିବା ଦରକାର । ଭଗବାନଙ୍କ କୃପାରୁ ଅନ୍ୟ ରାଜ୍ୟ ପରି ଆମ ଓଡ଼ିଶା କୋରୋନା ପ୍ରଭାବିତ ହୋଇନି । ତେଣୁ ସ୍ଥିତି ସ୍ୱାଭାବିକ କରିବାକୁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେହିପରି ଯେଉଁ ଜିଲ୍ଲା ଆଦୌ ପ୍ରଭାବିତ ହୋଇନି ସେଠାରେ କଟକଣା କୋହଳ କରାଯିବା ନିଷ୍ପତ୍ତିକୁ ମଧ୍ୟ ବିଜୟ ସ୍ୱାଗତ କରିଛନ୍ତି ।

Add Zee News as a Preferred Source
About the Author