ବିଜେପୁରରେ ରୀତାଙ୍କ ରେକର୍ଡ ବିଜୟ
Trending Photos
ଭୁବନେଶ୍ୱର: ଶେଷ ହେଲା ବିଜେପୁରର ଭୋଟ ଗଣତି । ବାଜିମାରିଛି ଶାସକ ଦଳ ବିଜେଡି । ଦିନ ୧ଟା ସୁଦ୍ଧା ସମସ୍ତ ରାଉଣ୍ଡର ଭୋଟ ଗଣତି ଶେଷ ହୋଇଥିଲା । ବିଜେଡି ପ୍ରାର୍ଥୀ ରୀତା ସାହୁ ବିଜେପୁର ନିର୍ବାଚନର ବାଜି ଜିତିଛନ୍ତି । ଚଳିତ ଉପ ନିର୍ବାଚନରେ ରୀତାଙ୍କୁ ବିପୁଳ ବିଜୟ ମିଳିଛି । ମୋଟ ୧ ଲକ୍ଷ ୩୫ ହଜାର ୯୯୪ ଭୋଟରେ ରୀତା ବିଜୟ ଲାଭ କରିଛନ୍ତି । ରୀତା ୯୭,୯୯୪ ଖଣ୍ଡ ଭୋଟ ବ୍ୟବଧାନରେ ଆଗରେ ରହି ବାଜି ଜିତିଛି । ତେବେ ବିଜେପିର ସନତ ଗଡ଼କିଆଙ୍କୁ ୩୭ ହଜାର ୯୯୫ ଭୋଟ ମିଳିଛି ଓ କଂଗ୍ରେସର ଦୀଲିପ କୁମାର ପଣ୍ଡାଙ୍କୁ ୫ ହଜାର ୮୭୧ ଭୋଟ ମିଳିଛି । ଭୋଟ ଦୈଡରେ ବହୁ ପଛରେ ଅଛି ବିଜେପି ଓ କଂଗ୍ରେସ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନ ଯୋଗେ ରୀତା ସାହୁଙ୍କ ସହ କଥା ହୋଇ ତାଙ୍କର ରେକର୍ଡ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ଓ ଅଞ୍ଚଳବାସୀଙ୍କ ଅଗାଧ ଭଲ ପାଇବା ମୋତେ ଆଜି ବିପୁଳ ବିଜୟ ଆଣିଦେଇଥିବା କହିଛନ୍ତି ରୀତା ସାହୁ ।
ଗତ ନିର୍ବାଚନରେ ସୌମ୍ୟରଞ୍ଜନ ପଟ୍ଟନାୟକ ସର୍ବାଧିକ ବ୍ୟବଧାନରେ ଜିତିଥିବା ବେଳେ ଏହି ରେକର୍ଡକୁ ମଧ୍ୟ ପଛରେ ପକାଇଦେଲେ ରୀତା। ଖଣ୍ଡପଡ଼ାରୁ ସୌମ୍ୟ ୮୧, ୪୩୦ ଭୋଟରେ ଜିତିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟପିଗଲେ ରୀତା। ବିଜେପୁରରୁ ନବୀନ ଗତ ଥର ୫୭, ୧୨୨ ଭୋଟରେ ଜିତିଥିଲେ।