ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ପଟ୍ଟନାୟକଙ୍କ ସମାଧି
Advertisement

ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ବିଜୁ ପଟ୍ଟନାୟକଙ୍କ ସମାଧି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାରର ସର୍ବାଙ୍ଗୀନ ବିକାଶ ଲାଗି  ୫ କୋଟି  ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି । ସେଠାରେ ବୃକ୍ଷରୋପଣ, ଶବବାହକ ଓ ପରିଜନଙ୍କ ଲାଗି  ଆଶ୍ରୟସ୍ଥଳି ନିର୍ମାଣ ହେବ । 

source: social media

ଭୁବନେଶ୍ୱର: ପୁରୀ ସ୍ୱର୍ଗଦ୍ୱାରରୁ ହଟିବ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସମାଧି । ସ୍ୱର୍ଗଦ୍ୱାରରୁ ବିଜୁବାବୁଙ୍କ ସମାଧି ଉଠାଯାଇ, କେବଳ ଏକ ସ୍ମୁତି ଫଳକଟିଏ ରଖାଯିବ । ସ୍ୱର୍ଗଦ୍ୱାରକୁ ସଂପୂର୍ଣ୍ଣ ଭାବେ ସାଧାରଣ ଲୋକଙ୍କ ଲାଗି ସମର୍ପଣ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗଦ୍ୱାର ବିକାଶ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ସଂଜୟ ଦାସ ବର୍ମା ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାରର ସର୍ବାଙ୍ଗୀନ ବିକାଶ ଲାଗି  ୫ କୋଟି  ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି । ସେଠାରେ ବୃକ୍ଷରୋପଣ, ଶବବାହକ ଓ ପରିଜନଙ୍କ ଲାଗି  ଆଶ୍ରୟସ୍ଥଳି ନିର୍ମାଣ ହେବ । ହାଇଦ୍ରାବାଦର ଫୋଏନିକ୍ସ ଫାଉଣ୍ଡେସନ ସହାୟତାରେ ସ୍ୱର୍ଗଦ୍ୱାରରେ ଶବଦାହଠୁ ଆରମ୍ଭ କରି ଶବବାହକମାନଙ୍କ ସୁବିଧା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। ସବୁ ଋତୁରେ ସୁବିଧାରେ ଶବଦାହ ପାଇଁ ସେଠାରେ ବ୍ୟବସ୍ଥା ହେବ । ଏହି କାମ ଆରମ୍ଭର ୬ମାସ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱର୍ଗଦ୍ୱାର ବିକାଶ ଘୋଷଣାକୁ ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଜଣାଇଲେ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ।