ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣା: ମାନବାଧିକାର କମିଶନଙ୍କ ଶୁଣାଣି ଆରମ୍ଭ
Advertisement

ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣା: ମାନବାଧିକାର କମିଶନଙ୍କ ଶୁଣାଣି ଆରମ୍ଭ

ବିଜୁ ପଟ୍ଟନାୟକ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମାନବାଧିକାର କମିଶନଙ୍କ ଶୁଣାଣି ଆରମ୍ଭ ହୋଇଛି । ଘଟଣାରେ ମୃତ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାରବର୍ଗଙ୍କୁ ଅଢେଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି । 

ବିମାନ ବନ୍ଦର ଛାତ ଭୁଶୁଡ଼ିବା ଘଟଣା: ମାନବାଧିକାର କମିଶନଙ୍କ ଶୁଣାଣି ଆରମ୍ଭ

ମଳୟ ମହାନ୍ତି, ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମାନବାଧିକାର କମିଶନଙ୍କ ଶୁଣାଣି ଆରମ୍ଭ ହୋଇଛି । ଘଟଣାରେ ମୃତ ଅନ୍ତର୍ଯ୍ୟାମୀ ଗୁରୁଙ୍କ ପରିବାରବର୍ଗଙ୍କୁ ଅଢେଇ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି । 

ସେହିପରି ଦିଲ୍ଲୀପ କନଷ୍ଟ୍ରକସନ ତୁରନ୍ତ ଏହି ଅନ୍ତରୀଣ କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି । ଠିକା ସଂସ୍ଥା ଦିଲ୍ଲୀପ କନଷ୍ଟ୍ରକସନ କ୍ଷତିପୂରଣ ନ ଦେଲେ ବିମାନବନ୍ଦର ଅଥରିଟି ଠିକା ସଂସ୍ଥାର ବିଲରୁ କାଟି କ୍ଷତିପୂରଣ ଦେବାକୁ କମିଶନ ନିର୍ଦେଶ ଦେଇଛନ୍ତି । ଏଥି ସହିତ ଆସନ୍ତା ୧୧ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବାକୁ ଥିବାବେଳେ ଏଥିରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଦିଲ୍ଲୀପ କନଷ୍ଟ୍ରକସନକୁ ହାଜର ହେବାକୁ ନୋଟିସ ଦିଆଯାଇଥିବା ଆବେଦନକାରୀ ଓକିଲ ଲଲାଟେନ୍ଦୁ ଦାସ ସୂଚନା ଦେଇଛନ୍ତି ।