ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିରଜା ମନ୍ଦିରର ସେବାୟତ
Advertisement

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିରଜା ମନ୍ଦିରର ସେବାୟତ

ଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ମନ୍ଦିରର ସେବାୟତ, ମୁକ୍ତି ମଣ୍ଡପର ସଦସ୍ୟ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଧିତ କରିବା ସହ କୃତନଜ୍ଞତା ଜଣାଇଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିରଜା ମନ୍ଦିରର ସେବାୟତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଯାଇ କୃତଜ୍ଞତା ଜଣାଇଛନ୍ତି ବିରଜା ମନ୍ଦିରର ସେବାୟତମାନେ । ରାଜ୍ୟ ସରକାର ବିଭିନ୍ନ ଧର୍ମାନୁଷ୍ଠାନର ଭିତ୍ତିଭୂମି ଓ ସାମୂହିକ ବିକାଶ ପାଇଁ ଅନୁଦାନ ଦେଇଛନ୍ତି । ଯାଜପୁରର ଆରାଧ୍ୟ ଦେବୀ ମା ବିରଜାଙ୍କ ପୀଠର ବିକାଶ ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କୋଟିଏ ଟଙ୍କା ମଞ୍ଜୁର କରିଛନ୍ତି ।

ଯାଜପୁର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ମନ୍ଦିରର ସେବାୟତ, ମୁକ୍ତି ମଣ୍ଡପର ସଦସ୍ୟ ପ୍ରତିନିଧି ଦଳ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଧିତ କରିବା ସହ କୃତନଜ୍ଞତା ଜଣାଇଛନ୍ତି । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଆନ୍ତରିକ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଥିବାରୁ ସେବାୟତମାନେ ବିଧାୟକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।