Advertisement
Article Detail0/zeeodisha/odisha667569
Zee OdishaBhubneshwarଲକ୍ ଡାଉନ୍ 2.O କୁ ନେଇ ଏମିତି କହିଲେ ବିଜେଡି ଓ ବିଜେପି...

ଲକ୍ ଡାଉନ୍ 2.O କୁ ନେଇ ଏମିତି କହିଲେ ବିଜେଡି ଓ ବିଜେପି...

ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧି ବିଜେପି ମଧ୍ୟ ଏହାକୁ ସାଦରେ ସ୍ୱାଗତ କରିଛନ୍ତି । ଏହି ସମୟରେ କୃଷି କାର୍ଯ୍ୟ ସାଙ୍ଗକୁ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ଓ ଜରୁରୀ କାମ ପାଇଁ କଟକଣାକୁ ଅପ୍ରେଲ ୨୦ ଠାରୁ କିଛି କୋହଳ କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଏପ୍ରିଲ ୧୪ରେ ସରୁଥିବା ୨୧ ଦିନିଆ ଲକ୍ ଡ଼ାଉନ୍ ଅବଧିକୁ ଆଉ ୧୯ ଦିନ ବୃଦ୍ଧି କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡ଼ାଉନ୍ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶା ସମେତ ଆଉ କିଛି ରାଜ୍ୟ ଲକ୍ ଡ଼ାଉନ୍ ଅବଧିକୁ ଏପ୍ରିଲ ୩୦ ଯାଏଁ ବୃଦ୍ଧି କରିଥିଲେ । କୋରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଲକ୍ ଡ଼ାଉନ୍ ହିଁ ଏକମାତ୍ର ସମାଧାନର ବାଟ । ତେଣୁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ବିରୋଧି ବିଜେପି ମଧ୍ୟ ଏହାକୁ ସାଦରେ ସ୍ୱାଗତ କରିଛନ୍ତି । ଏହି ସମୟରେ କୃଷି କାର୍ଯ୍ୟ ସାଙ୍ଗକୁ ଅତ୍ୟାବଶ୍ୟକ ସମାଗ୍ରୀ ପରିବହନ ଓ ଜରୁରୀ କାମ ପାଇଁ କଟକଣାକୁ ଅପ୍ରେଲ ୨୦ ଠାରୁ କିଛି କୋହଳ କରାଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ଯେଉଁ ଲକ୍ ଡାଉନ୍ ଅବଧି ଘୋଷଣା କରିଛନ୍ତି ତାହା ସ୍ୱାଗତଯୋଗ୍ୟ । ୨୦ପରେ କିଛି କୋହଳ ହେବ କିନ୍ତୁ କ'ଣ ହେବ ସମୀକ୍ଷା ପରେ ଜଣାପଡିବ । ଲକ୍ ଡାଉନ୍ ଠିକ୍ ଭାବରେ ପାଳନ ହେଲେ ସୁଫଳ ମିଳିବ । ଅର୍ଥନୀତି ଉପରେ ନିଶ୍ଚିତ ପ୍ରଭାବ ପଡିବ । ସେଥିପାଇଁ ଆମ ରାଜ୍ୟରେ କୃଷି ଉପରେ କଟକଣା କୋହଳ କରାଯାଇଛି । ଜିନିଷପତ୍ର ପରିବହନ ନେଇ କୌଣସି ବାଧା ନାହିଁ । କିନ୍ତୁ କାହିଁକି ଜିନିଷପତ୍ର ଠିକ୍ ରୂପେ ଆସିପାରୁନି ତାହାକୁ କେନ୍ଦ୍ର ଦୃଷ୍ଟି ଦେବା କଥା ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏହାକୁ ସମୟର ଆବଶ୍ୟକତା ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କେବଳ ଲକ୍ ଡ଼ାଉନ୍ ନିଷ୍ପତ୍ତିକୁ ଦେଶବାସୀଙ୍କ ଉପରେ ଲଦି ଦେଇନାହାଁନ୍ତି, ବରଂ ଅର୍ଥନୀତି ଉପରେ ପଡ଼ିଥିବା ପ୍ରଭାବକୁ କିପରି କମାଯାଇପାରିବ, ତାର ବାଟ ମଧ୍ୟ ଦେଖାଇଛନ୍ତି ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ଅତ୍ୟାବଶ୍ୟକୀୟ ଦ୍ରବ୍ୟର ପରିବହନ ହେଉ କି କୃଷି କାର୍ଯ୍ୟରେ ଅଗ୍ରଗତିକୁ ଜାରି ରଖିବା ପାଇଁ ପ୍ରଧାନମନ୍ତ୍ରୀ କୃଷକ ସମାଜକୁ ଆହ୍ୱାନ ଦେଇଛନ୍ତି । ଏହା ସାଙ୍ଗକୁ ଦିନ ମଜୁରିଆଙ୍କ ଜୀବନଜୀବିକା ପାଇଁ କଟକଣାରେ କୋହଳ କରିବା ବାବଦରେ ମଧ୍ୟ ଇଙ୍ଗିତ କରିଛନ୍ତି ପ୍ରଧାନମନ୍ତ୍ରୀ । କିନ୍ତୁ ଏବେ ଅର୍ଥନୀତି ନୁହେଁ ବରଂ ଜୀବନ ବଞ୍ଚାଇବାର ସମୟ । ଆଉ କିଛି ଦିନ ଲକ୍ ଡ଼ାଉନ୍ ରହିଲେ ଆମେ କୋରୋନାକୁ ଦୁରେଇ ଦେଇପାରିବା ଏବଂ ତାପରେ ଧିରେ ଧିରେ ସ୍ଥିତି ସୁଧୁରିବ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

Add Zee News as a Preferred Source

ଯାହା ଆଶା କରାଯାଉଥିଲା, ତାହା ହିଁ ହେଲା । କିଛି ରାଜ୍ୟର ନିଷ୍ପତ୍ତି ଓ ପରାମର୍ଶ ସାଙ୍ଗକୁ କୋରୋନାର ଭୟାବହତାକୁ ନଜରରେ ରଖି ଦେଶର ହିତ ଉଦ୍ଦ୍ୟେଶ୍ୟରେ ଲକ୍ ଡ଼ାଉନ୍‌କୁ ଅବଧିକୁ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତି ନେଇଛନ୍ତି । ଘରେ ରହୁନ୍ତ, ନିରାପଦ ରୁହନ୍ତୁ ଏବଂ କୋରୋନାକୁ ଦୂରେଇ ଦିଅନ୍ତୁ ।

About the Author