ପ୍ରଣବ, ସଞ୍ଜୟ, ପ୍ରତାପଙ୍କୁ ମିଳିଲା ନୂଆ ଦାୟିତ୍ୱ
Advertisement

ପ୍ରଣବ, ସଞ୍ଜୟ, ପ୍ରତାପଙ୍କୁ ମିଳିଲା ନୂଆ ଦାୟିତ୍ୱ

ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କୁ ବିଜେଡ଼ିର ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସେପଟେ ପ୍ରଣବ ପ୍ରକାଶ ଦାସ  ବିଜେଡ଼ିର ସାଙ୍ଗଠନିକ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଏଥିସହ  ସଞ୍ଜୟ ଦାସ ବର୍ମା ସାଧାରଣ ସମ୍ପାଦକ (ହେର୍ଡକ୍ୱାର୍ଟର) ନିଯୁକ୍ତ ହୋଇଥିବା ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

  •  ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କୁ ବିଜେଡ଼ିର ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି
  •  ପ୍ରଣବ ପ୍ରକାଶ ଦାସ  ବିଜେଡ଼ିର ସାଙ୍ଗଠନିକ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି 
  • ସଞ୍ଜୟ ଦାସ ବର୍ମା ସାଧାରଣ ସମ୍ପାଦକ (ହେର୍ଡକ୍ୱାର୍ଟର) ନିଯୁକ୍ତ ହୋଇଥିବା ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି 

Trending Photos

ପ୍ରଣବ, ସଞ୍ଜୟ, ପ୍ରତାପଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ଦଳ ପକ୍ଷରୁ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା ଓ ପ୍ରତାପ କେଶରୀ ଦେବଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ବିଜେଡି ନେତା ପ୍ରତାପ ଦେବଙ୍କୁ ବିଜେଡ଼ିର ରିଟର୍ଣ୍ଣିଂ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି । ସେପଟେ ପ୍ରଣବ ପ୍ରକାଶ ଦାସ  ବିଜେଡ଼ିର ସାଙ୍ଗଠନିକ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଏଥିସହ  ସଞ୍ଜୟ ଦାସ ବର୍ମା ସାଧାରଣ ସମ୍ପାଦକ (ହେର୍ଡକ୍ୱାର୍ଟର) ନିଯୁକ୍ତ ହୋଇଥିବା ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ପ୍ରଥମ ଥର ପାଇଁ ବିଜେଡିରେ ସଂଗଠନ ସଂପାଦକ  ପଦବୀ ସୃଷ୍ଟି ହୋଇଛି । କେବଳ ଭାରତୀୟ ଜନତା ପାର୍ଟିରେ ପୂର୍ବରୁ ଏହି ପଦବୀ ରହିଛି । ସେମିତି ସାଧାରଣ ସଂପାଦକ ମୁଖ୍ୟାଳୟ ପଦବୀ ବି ବିଜେଡିରେ ପ୍ରଥମ ଥର ଆରମ୍ଭ ହୋଇଛି । ତେବେ ବିଜେପୁର ନିର୍ବାଚନ ପରେ ଏହି ବରିଷ୍ଠ ନେତାଙ୍କୁ ପୁରସ୍କାର ସ୍ୱରୁପ ଦାୟିତ୍ୱ ଦିଆଯାଇଥିବା ଚର୍ଚ୍ଚା ଧରିଛି ।