ବିଜେପିର ଜନସଂପର୍କ ଯାତ୍ରାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରତିକ୍ରିୟା, ଲୋକମାନେ ବୁଝି ସାରିଛନ୍ତି
Advertisement

ବିଜେପିର ଜନସଂପର୍କ ଯାତ୍ରାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରତିକ୍ରିୟା, ଲୋକମାନେ ବୁଝି ସାରିଛନ୍ତି

ନାଗରିକତା ସଂଶୋଧନ ଆଇନ ବା ସିଏଏ ସଂପର୍କରେ ବିଜେପିର ଜନସଂପର୍କ ଯାତ୍ରାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରତିକ୍ରିୟା  ପ୍ରକାଶ କରିଛନ୍ତି ।

 ବିଜେପିର ଜନସଂପର୍କ ଯାତ୍ରାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରତିକ୍ରିୟା, ଲୋକମାନେ ବୁଝି ସାରିଛନ୍ତି

ମଳୟ ମହାନ୍ତି, ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ବା ସିଏଏ ସଂପର୍କରେ ବିଜେପିର ଜନସଂପର୍କ ଯାତ୍ରାକୁ ନେଇ ବିଜେଡି ଏବଂ କଂଗ୍ରେସ ପ୍ରତିକ୍ରିୟା  ପ୍ରକାଶ କରିଛନ୍ତି । ସିଏଏ ପ୍ରସଙ୍ଗରେ ଦେଶକୁ ଧର୍ମ ନାମରେ ଭାଗ ଭାଗ କରିବାକୁ ବିଜେପି ଉଦ୍ୟମ କରୁଥିବା ଲୋକମାନେ ବୁଝି ସାରିଛନ୍ତି । ଏହା ଭାରତୀୟ ସମ୍ବିଧାନ ଏବଂ ମୂଆଦୂଆ ପ୍ରତି କୁଠାରଘାତ ବୋଲି କଂଗ୍ରେସ କହିଛି । ତେଣୁ ଏ ସଂପର୍କରେ ଲୋକମାନେ ବୁଝି ସାରିଛନ୍ତି ଏବଂ ସେଥିପାଇଁ କଂଗ୍ରେସ ପ୍ରତି ଆକର୍ଷୀତ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ବିଜେପି ବୁଝାଇବାର କିଛି ମାନେ ନାହିଁ ବୋଲି କଂଗ୍ରେସ କହିଛି ।

ଅନ୍ୟପକ୍ଷରେ ସିଏଏ ପ୍ରସଙ୍ଗରେ ସଚେତନତା କାର୍ଯ୍ୟକ୍ରମକୁ ବିଜେଡି ବିଳମ୍ବିତ ପଦକ୍ଷେପ ବୋଲି କହିଛି । ବିଜେପି ଏହାକୁ ବହୁ ପୂର୍ବରୁ କରିବାର ଥିଲା କିନ୍ତୁ ବିଳମ୍ବରେ କରୁଛି ବୋଲି ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି । ପୂର୍ବରୁ ସଚେତନତା କାର୍ଯ୍ୟକ୍ରମ  କରିଥିଲେ ସାରା ଦେଶରେ ଏହାକୁ ନେଇ ଏତେ ଅଶାନ୍ତି କିମ୍ବା ନିଆଁ ଜଳି ନ ଥାନ୍ତା । ଅନ୍ୟପକ୍ଷରେ କିନ୍ତୁ ବିଜେପି ଦ୍ୱାରା  ପ୍ରଚଳିତ ଏନଆରସି ଭୟଙ୍କର ଏବଂ ଏହାକୁ ଦଳ ବିରୋଧ କରିଥିବା ବିଜେଡି କହିଛି । ପୂର୍ବରୁ ଦଳ ଏ ସଂପର୍କରେ ନିଜର ପକ୍ଷ ସ୍ପଷ୍ଟ କରିସାରିଥିବା ବିଜେଡି କହିଛି ।