ଆସନ୍ତା ୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ
trendingNow,recommendedStories0/zeeodisha/odisha613205

ଆସନ୍ତା ୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ

ଚଳିତ ମାସ ଡିସେମ୍ବର ୨୭ ତାରିଖରୁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହେବ । ଏହା ୨୦୨୦ ଫେବୃଆରୀ ୨୬ ତାରିଖରେ ଶେଷ ହେବ । ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । 

ଆସନ୍ତା ୨୭ରୁ ବିଜେଡିର ସାଂଗଠନିକ ନିର୍ବାଚନ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ଚଳିତ ମାସ ଡିସେମ୍ବର ୨୭ ତାରିଖରୁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଆରମ୍ଭ ହେବ । ଏହା ୨୦୨୦ ଫେବୃଆରୀ ୨୬ ତାରିଖରେ ଶେଷ ହେବ । ୫ଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ସାଙ୍ଗଠନିକ ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । 

ବିଜେଡିର ସମସ୍ତ ୩୩ ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ , ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଚଳିତ ମାସ ୨୭ ତାରିଖରୁ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ପ୍ରତି ପଞ୍ଚାୟତରେ ଜଣେ ସଭାପତି ସହିତ ୧୫ ଜଣ ଜଣ କମିଟି ସଭ୍ୟ ନିର୍ବାଚିତ ହେବେ । ସେହିପରି  ନଗରାଞ୍ଚଳର ଜଣେ ସଭାପତି ସହିତ କମିଟି ୨୦ ଜଣ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । 

ସେହିପରି ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ଜାନୁଆରୀ ୧୪ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବ୍ଲକ ସଭାପତି ସହିତ ବ୍ଲକ କମିଟି ସଭ୍ୟ, ଏନଏସି ସଭାପତି, ଏନଏସି କମିଟି ସଭ୍ୟ, ମୁନିସିପାଲିଟି ସଭାପତି, କମିଟି ସଭ୍ୟ ଏବଂ ମହାନଗର ନିଗମ ସଭାପତି ଓ କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ ।

ତୃତୀଯ଼ ପର୍ଯ୍ୟାୟ ନିର୍ବାଚନ ଜାନୁଆରୀ ୩୦ ତାରିଖରୁ ଫେବୃଆରୀ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିରେ ଜିଲ୍ଲା ସଭାପତିଙ୍କ ସମେତ ଜିଲ୍ଲା କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ। ସେହିପରି ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ଫେବୃଆରୀ ୧୬ ତାରିଖରୁ ଫେବୃଆରକୀ ୧୮ ତାରିଖ ମଧ୍ୟରେ  ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ପରିଷଦ ସଭ୍ୟ ପଦ ପାଇଁ ନିର୍ବାଚନ ହେବ । 

ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ  । ଏନେଇ ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଏହି ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ; 'ଓଡିଶା ଆସିଲେ ଅଣ୍ଡାମାଡ ଖାଇବେ କେନ୍ଦ୍ରମନ୍ତ୍ରୀ'

Trending news