ବିଜେଡି ପାଇଁ ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି: ଲେନିନ ମହାନ୍ତି
Advertisement

ବିଜେଡି ପାଇଁ ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି: ଲେନିନ ମହାନ୍ତି

ଅନୁପ ସାଏଙ୍କ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତିରୁ ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ବିଜେଡି ପାଇଁ ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି । ସମସ୍ତେ ଆଇନର ଗଣ୍ଡି ଭିତରେ । ଏ କଥା ଅନୁପ ସାଏଙ୍କ କ୍ଷେତ୍ରରେ ମଧ୍ୟ ଦଳ ସୁପ୍ରିମୋ ସ୍ପଷ୍ଟ କରିଛନ୍ତି । ଏଥିପାଇଁ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋଙ୍କୁ ଧନ୍ୟବାଦ ଦିଆଯାଇଛି । 

ଅନୁପ ସାଏଙ୍କ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତିରୁ ଆପଣେଇଛନ୍ତି ମୁଖ୍ୟମନ୍ତ୍ରୀ । ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡ ଘଟଣାରେ ଅନୁପ ସାଏଙ୍କ ଲିଙ୍କ ଦେଖିବା ମାତ୍ରେ ତାଙ୍କୁ ପଣ୍ୟାଗାର ନିଗମ ଏବଂ ଦଳରୁ ବହିଷ୍କୃତ କରାଯାଇଛି । ତେଣୁ ଅପରାଧ ଏବଂ ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନସ ନୀତି ଦେଖାଇ ଆସୁଥିବା ମୁଖ୍ୟମନ୍ତ୍ରୀ ଏହି କ୍ଷେତ୍ରରେ ମଧ୍ୟ ଏହାକୁ ପ୍ରତିପାଦିତ କରିଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି । ଏଥିରୁ ସ୍ପଷ୍ଟ ଯେ ବିଜେଡି ସୁପ୍ରିମୋଙ୍କ ପାଇଁ ଆଇନର ଉର୍ଦ୍ଧ୍ୱରେ କେହି ନୁହଁନ୍ତି ବୋଲି ସେ କହିଛନ୍ତି ।