'ରାଜ୍ୟ ସରକାରଙ୍କ ଅପାରଗତା ପାଇଁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି'
Advertisement

'ରାଜ୍ୟ ସରକାରଙ୍କ ଅପାରଗତା ପାଇଁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି'

ଓଡିଶା ପରିସୀମା ମଧ୍ୟରେ ଥିବା କୋଟିଆର ତିନୋଟି ଗାଁରେ କିଭଳି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ତାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହେବ । 

'ରାଜ୍ୟ ସରକାରଙ୍କ ଅପାରଗତା ପାଇଁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି'

ମଳୟ ରଞ୍ଜନ ମହାନ୍ତି, ଭୁବେନଶ୍ୱର: କୋଟିଆରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କରିବେ ରାଜ୍ୟ ସରକାର । ଏ ନେଇ ଆଇନ ବିଭାଗ ଏ ଓ ଆର ଶିବଶଙ୍କର ମିଶ୍ରଙ୍କୁ ଚିଠି କରିଛି । ଓଡିଶା ପରିସୀମା ମଧ୍ୟରେ ଥିବା କୋଟିଆର ତିନୋଟି ଗାଁରେ କିଭଳି ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ତାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହେବ । 

ସେପଟେ କୋଟିଆ ପ୍ରସଙ୍ଗ (Kotia Issue) କୁ ନେଇ ରାଜ୍ୟ ରାଜନୀତି ତୀବ୍ର ହେବାରେ ଲାଗିଛି। ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ୍ କୋଟିଆ ଅଭିମୁଖେ ଯାଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏହି ଟିମ୍ କୋଟିଆ ଯାଇଥିବା ବେଳେ ବିରୋଧୀ ଦଳର ନେତାଙ୍କ ସମେତ ବିଧାୟକ ମାନେ କୋଟିଆ ଯାଇଛନ୍ତି। ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ, କୋଟିଆ ସହ ଭାବାଗତ ସମ୍ପର୍କ ରହିଛି । ସେମାନଙ୍କ ସହ କଥା ହେବେ । ସେମାନଙ୍କ ମଧ୍ୟରେ କ'ଣ ସମସ୍ୟା ସେ ନେଇ ଚର୍ଚ୍ଚା କରିବେ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି (State BJP president) । ଏହାସହ ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ବ୍ୟକ୍ତିଗତ ଭାବରେ ଆଲୋଚନା କରିବେ । 

Also Read: କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ କଥା କହି କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ

କୋଟିଆ ଓଡ଼ିଶାର ବୋଲି କହିଛନ୍ତି ସମୀର ମହାନ୍ତି । ରାଜ୍ୟ ସରକାର (Odisha Government)ଙ୍କ ଅପାରଗତା ପାଇଁ କୋଟିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିରୋଧୀ ଦଳ ନେତା ( Opposition Leader) କହିଛନ୍ତି। କୋଟିଆ (Kotia) ରେ ଆସନ୍ତା ୧୩ ତାରିଖରେ ହେବ ନିର୍ବାଚନ । ରାଜ୍ୟ ସରକାର କେଉଁଠି ଥିଲେ, ପୂର୍ବରୁ କାହିଁକି ପଦକ୍ଷେପ ନେଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । କୋଟିଆ ସମସ୍ୟାକୁ ସମାଧାନ କରିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେପଟେ କଂଗ୍ରେସ (Congress) ମଧ୍ୟ ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୀର୍ଘ ଦିନ ହେବ ଏଭଳି ସମସ୍ୟା ଉପୁଜିଥିଲେ ମଧ୍ୟ ଆନ୍ତରିକତାର ଅଭାବ ଯୋଗୁଁ ଏଭଳି ସ୍ଥିତି ହୋଇଛି ବୋଲି ପିସିସି ସଭାପତି (PCC president) ନିରଞ୍ଜନ ପଟ୍ଟନାୟକ କହିଛନ୍ତି (Niranjan Pattanaik)

Edited:Zee Odisha Desk