• ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା
  • ଏସଡିଜେଏମ କୋର୍ଟ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ
  • ହେଲେ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ସଂଜୀବ ମିତ୍ତଲ
  • ଜାନୁଆରି ୩୦ରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ
  • ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ
  • ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଶେଷ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ଆଇପିଏଲ ରେ ବିଡିଂ ପାଇଁ ଓଡ଼ିଶାର ୬ ଜଣଙ୍କ ନାଁକୁ ଓସିଏ ର ସୁପାରିସ
  • ଗୌରବ ଚୌଧୁରୀ, ପପୁ ରାୟ, ରାଜେଶ ଧୂପର, ରାଜେଶ ମହାନ୍ତି, ତାରିଣୀ ସ ଓ ଶୁଭ୍ରାଂଶୁ ସେନାପତିଙ୍କ ନାଁ ସୁପାରିସ

ମହାରଥୀଙ୍କ ବିରୁଦ୍ଧରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି

ବିଜେପି କହିଛି ଯେ, ପ୍ରାୟ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ମାଡି ବସିଛନ୍ତି ପୂର୍ବତନ ମନ୍ତ୍ରୀ ମହାରଥୀ ।  ଏହାକୁ ନେଇ ବିଜେପି ଅଭିଯୋଗ କରିବା ପରେ ବିଭାଗୀୟ ମନ୍ତ୍ରୀ ଖୋଲିଛନ୍ତି ମୁହଁ । ସେ କହିଛନ୍ତି ଯେ, ଅଭିଯୋଗ ଆସିଲେ ତଦନ୍ତ କରାଯିବ ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।  

ମହାରଥୀଙ୍କ ବିରୁଦ୍ଧରେ ୧୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ଦୁର୍ନୀତିର ଅଭିଯୋଗ ଆଣିଲା ବିଜେପି

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ପୁଣିଥରେ ବିବାଦରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏଥର ସେହି ଫାର୍ମ ହାଉସ ପାଇଁ ବିବାଦ ଦେଖା ଦେଇଛି । ସାଧାରଣ ଲୋକଙ୍କ ଜମି ସହ ଚାଷ ଜମିକୁ ଜଳ ସେଚନ ପାଇଁ ହୋଇଥିବା କେନାଲକୁ ମାଡି ବସି ଫାର୍ମ ହାଉସ କରିଛନ୍ତି ମହାରଥୀ । ଏପରି ଗଭୀର ଅଭିଯୋଗ ଆଣିଛି ବିଜେପି । 

ବିଜେପି କହିଛି ଯେ, ପ୍ରାୟ ଶହେ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜମି ମାଡି ବସିଛନ୍ତି ପୂର୍ବତନ ମନ୍ତ୍ରୀ ମହାରଥୀ ।  ଏହାକୁ ନେଇ ବିଜେପି ଅଭିଯୋଗ କରିବା ପରେ ବିଭାଗୀୟ ମନ୍ତ୍ରୀ ଖୋଲିଛନ୍ତି ମୁହଁ । ସେ କହିଛନ୍ତି ଯେ, ଅଭିଯୋଗ ଆସିଲେ ତଦନ୍ତ କରାଯିବ ଓ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

କେତେବେଳେ ବେବିନା ଗଣ ଦୁଷ୍କର୍ମ ମାମଲାର ଅଭିଯୁକ୍ତ ଲୁଚି ରହିବା ଘଟଣା,  ଆଉ କେତେବେଳେ ନିର୍ବାଚନ ସମୟରେ ଟଙ୍କା ବଣ୍ଟାକୁ ଧରିଥିବା ନିର୍ବାଚନ ଅଧିକାରୀଙ୍କୁ ମାଡମରା ଘଟଣା । ସବୁବେଳେ ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ତାଙ୍କ ବିବାଦୀୟ ଫାର୍ମ ହାଉସ । ସାଧାରଣ ଲୋକଙ୍କ ଜମି ସହ ଜଳସେଚନ କେନାଲକୁ ପୋତି ଫାର୍ମ ହାଉସ କରିଛନ୍ତି ମହାରଥୀ ବୋଲି ବିଜେପି କହିଛି । 

ବିଜେପି ଆହୁରି କହିଛି ଯେ, ପାଖାପାଖି ଶହେ କୋଟିରୁ ଉର୍ଦ୍ଧ ଟଙ୍କାର ଜମି ହଡପ କରିଛନ୍ତି ମହାରଥୀ । ଏହି ବିବାଦୀୟ ଫାର୍ମ ହାଉସଟି ପିପିଲି ନିକଟ ହୁଙ୍କେଇପୁରରେ ରହିଛି । ଫାର୍ମ ହାଉସ କରିବା ପାଇଁ ଲୋକଙ୍କୁ ଧମକ ଦେଇ ଜମି ହଡପ କରିଛନ୍ତି ମହାରଥୀ । ଏ ଘଟଣାକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଜିଲ୍ଲାପାଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି । ଏ ଘଟଣା ଉପରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । ସେପେଟ ଏଭଳି ଗମ୍ଭୀର ଅଭିଯୋଗ ଆସିବା ପରେ କୌଣସି ଉତ୍ତର ଦେଇ ନାହାନ୍ତି ମହାରଥୀ ।