• ମୟୁରଭଞ୍ଜରେ ଭୁମିକମ୍ପ । ରାତି ପ୍ରାୟ ସାଢେ ୩ଟା ବେଳେ ଏହି ଭୁକମ୍ପ ଅନୁଭୂତ ହୋଇଥିବା ସୂଚନା ।
  • ଜାମିନ ଖାରଜ ପରେ ବିଚାର ବିଭାଗୀୟ ହାଜତକୁ ଗଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ॥
  • ବିଶ୍ୱରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫,୧୦,୯୪୨ରେ ପହଞ୍ଚିଲା ।
  • ସଂକ୍ରମିତଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୬,୦୫,୫୫,୬୮୬ରେ ପହଞ୍ଚିଛି ॥
  • ଭଞ୍ଜନଗର ଅଞ୍ଚଳରେ ହାତୀର ମୃତ୍ୟୁ ସୂଚନା । ଉତ୍ତର ଘୁମୁସୁର ବନଖଣ୍ଡରେ ପଡ଼ିଛି ମୃତଦେହ ॥

ବିଜେପି ଛାଡ଼ିଲେ ଦାମ, ଇସ୍ତଫା ପତ୍ରରେ କିଛି ଏପରି ଲେଖି କ୍ଷୋଭ ଜଣାଇଲେ

ଶେଷରେ ବିଜେପି ଛାଡ଼ିଲେ ବରିଷ୍ଠ ନେତା ଦାମୋଦର ରାଉତ। ଦଳ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ ଦାମ।

 ବିଜେପି ଛାଡ଼ିଲେ ଦାମ, ଇସ୍ତଫା ପତ୍ରରେ କିଛି ଏପରି ଲେଖି କ୍ଷୋଭ ଜଣାଇଲେ

ଭୁବନେଶ୍ୱର: ଶେଷରେ ବିଜେପି ଛାଡ଼ିଲେ ବରିଷ୍ଠ ନେତା ଦାମୋଦର ରାଉତ। ଦଳ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଲେ ଇସ୍ତଫା ପତ୍ର। ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ। ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ କରିଥିଲେ ଦାମ। 
 ବସନ୍ତ ପଣ୍ଡାଙ୍କ ନିକଟକୁ ପଠାଇଥିବା ଇସ୍ତଫାପତ୍ରରେ ଦାମ ଲେଖିଛନ୍ତି, “ଗତ ସାଧାରଣ ନିର୍ବାଚନ ଚାପରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟକ୍ରମ କିମ୍ବା  ନୀତି ନିଷ୍ପତ୍ତି ପ୍ରକ୍ରିୟା ମୋ ଉପସ୍ଥିତି ବା ସଂପୃକ୍ତି ଆଦୌ ଆବଶ୍ୟକ ହେଉ ନଥିବା ମୁଁ ଅନୁଭବ କରୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି  କରିଛି। ରାଜ୍ୟ ବିଧାନସଭାରେ ୩୫ ବର୍ଷ ବିଧାୟକ ଏବଂ ପ୍ରାୟ ୬ ଥର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ କାର୍ଯ୍ୟ କଲା ପରେ ଏବେ ମୋର ଅଲୋଡ଼ା ଓ ଅନାବଶ୍ୟକ ସ୍ଥିତି ସକ୍ରିୟ ନିର୍ବାଚନ ରାଜନୀତିରୁ ସଂପୂର୍ଣ୍ଣ ଅବ୍ୟାହତି ନେବା ପାଇଁ ବାଧ୍ୟ କରୁଛି।”

ସେ ଲେଖିଛନ୍ତି, “ପରିଣତ  ବୟସରେ ଦଳୀୟ ନିର୍ବାଚନ ରାଜନୀତିରେ ନିଜକୁ  ସଂଶ୍ଳିଷ୍ଟ ନକରି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଜଣେ ଉତ୍ସର୍ଗୀକୃତ ଅନୁଗତ ଭାବରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ରଚନାତ୍ମକ କାର୍ଯ୍ୟକଳାପରେ ଅବଶିଷ୍ଟ ଜୀବନ ବିତାଇବା ପାଇଁ ମୁଁ ଭାରତୀୟ ଜନତା ପାର୍ଟିର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରୁଛି।”