Advertisement
Article Detail0/zeeodisha/odisha874579

RTI କର୍ମୀଙ୍କୁ ବୋମାମାଡ ଘଟଣା: BJD ବିଧାୟକଙ୍କ ନାଁରେ ଏତଲା, BJP କରିବ ଜନ ଆନ୍ଦୋଳନ

ସର୍ବଶ୍ୱରଙ୍କ ଉପରେ ହୋଇଥିବା ମରଣାନ୍ତାକ ଆକ୍ରମଣକୁ ବିଜେପି କଡା ନିନ୍ଦା କରିଛି। ଏହି ମାମଲାରେ ଦଳ ଧର୍ମଶାଳାର ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛି। ସେପଟେ କଂଗ୍ରେସ ନେତାମାନେ ହସ୍ପିଟାଲ ଯାଇ ସର୍ବେଶ୍ୱରଙ୍କୁ ଭେଟିଛନ୍ତି।

RTI କର୍ମୀଙ୍କୁ ବୋମାମାଡ ଘଟଣା: BJD ବିଧାୟକଙ୍କ ନାଁରେ ଏତଲା, BJP କରିବ ଜନ ଆନ୍ଦୋଳନ
RTI କର୍ମୀଙ୍କୁ ବୋମାମାଡ ଘଟଣା: BJD ବିଧାୟକଙ୍କ ନାଁରେ ଏତଲା, BJP କରିବ ଜନ ଆନ୍ଦୋଳନ

ଭୁବନେଶ୍ୱର: ଆରଟିଆଇ କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ହୋଇଥିବା ବୋମାମାଡ ଘଟଣାକୁ ନେଇ ତେଜୁଛି ରାଜନୀତି। ସର୍ବଶ୍ୱରଙ୍କ ଉପରେ ହୋଇଥିବା ମରଣାନ୍ତାକ ଆକ୍ରମଣକୁ ବିଜେପି କଡା ନିନ୍ଦା କରିଛି। ଏହି ମାମଲାରେ ଦଳ ଧର୍ମଶାଳାର ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କରିଛି। ସେପଟେ କଂଗ୍ରେସ ନେତାମାନେ ହସ୍ପିଟାଲ ଯାଇ ସର୍ବେଶ୍ୱରଙ୍କୁ ଭେଟିଛନ୍ତି।

ସର୍ବଶ୍ୱର ବେଉରା (Sarbeswar Beura) ଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଆଜି ବିଜେପି (BJP) ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର (Bhrugu Baxipatra) ଏକ ପ୍ରେସମିଟ କରିଛନ୍ତି। ସେଠାରେ ସେ ଏହି ଆକ୍ରମଣ ପାଇଁ ସିଧାସଳଖ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ଦୋଷ ଲଦିଛନ୍ତି। ଘଟଣାରେ ସରକାରୀ ଦଳ (BJD) ର ଗୁଣ୍ଡାମାନଙ୍କର ସମ୍ପୁକ୍ତି ରହିଛି ବୋଲି ବକ୍ସିପାତ୍ର ଅଭିଯୋଗ କରିଛନ୍ତି। 

Also Read: ବଢିବ ତାପମାତ୍ରା; ଆଗାମୀ ଦୁଇ ଦିନ ବର୍ଷା ଘଡଘଡି ସମ୍ଭାବନା

Add Zee News as a Preferred Source

ବିଜେପି ରାଜ୍ୟ ଉପସଭାପତି (Odisha BJP) କହିଛନ୍ତି ଯେ, ସର୍ବେଶ୍ବରଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ FIR ଦେଇଛନ୍ତି। ସେଥିରେ ଧର୍ମଶାଳା ବିଧାୟକ (Dharmashala MLA) ପ୍ରଣବ ବଳବନ୍ତରାୟଙ୍କ ନାଁ ଆଛି। ସର୍ବେଶ୍ୱରଙ୍କୁ ବିଧାୟକ ଧମକ ଦେଉଥିବା FIRରେ ଉଲ୍ଲେଖ କରାଯାଇଛି। ତେଣୁ ଧର୍ମଶାଳା ବିଧାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦରକାର ବୋଲି ସେ ଦାବି କରିଛନ୍ତି।

ଏହା ବ୍ୟତୀତ ସେ କହିଛନ୍ତି, ୨୦୧୭ ପଞ୍ଚାୟତ ନିର୍ବାଚନ (Panchayat election) ସମୟରୁ ସରକାର ଦଳର ତଥାକଥିତ ନେତା ଓ ଗୁଣ୍ଡାମାନେ ବିଜେପିର ୧୭ ଜଣଙ୍କୁ ଆକ୍ରମଣ କରିଛନ୍ତି। ସର୍ବେଶ୍ୱର ବେଉରାଙ୍କୁ ମଧ୍ୟ ପୂର୍ବରୁ ଧର୍ମଶାଳା (Dharmashala) ଅଞ୍ଚଳରେ ଆକ୍ରମଣ କରାଯାଇଥିଲା। କିନ୍ତୁ ସେତେବେଳେ ମଧ୍ଯ ଧର୍ମଶାଳା ପୋଲିସ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିଲା। ଯଦି ଏବେ ସର୍ବେଶ୍ୱରଙ୍କୁ ନ୍ୟାୟ ନମିଳି ତେବେ ଯାଜପୁର ଜିଲ୍ଲା ସମେତ ସାରା ରାଜ୍ୟରେ ବ୍ୟାପକ ଜନଆନ୍ଦୋଳନ କରିବା ସହ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଭୃଗୁ ବକ୍ସିପାତ୍ର ଚେତାବନୀ ଦେଇଛନ୍ତି।

Also Read: Pipili ByPoll 2021: ରୁଦ୍ରଙ୍କୁ ଟିକେଟ ମିଳିବା ପରେ ନବୀନଙ୍କୁ ଭେଟିଲେ ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ

ସୂଚାନଯୋଗ୍ୟ, ଶନିବାର ରାତିରେ ଏକ ଅଷ୍ଟପ୍ରହରୀରୁ ଫେରୁଥିବା ବେଳେ ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ତାଙ୍କ ଗାଡି ଉପରେ ୩ଟି ବୋମାମାଡ କରାଯାଇଥିଲା। ଫଳରେ ସର୍ବେଶ୍ୱର ଗୁରୁତର ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅଞ୍ଚଳରେ ହେଉଥିବା ଘୋଟାଲା ଲୋକଲୋଚନକୁ ଆଣିବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି। 

 

 

 

 

About the Author