କାର୍ଯ୍ୟକର୍ତ୍ତାଙ୍କୁ କ'ଣ ଉଦବୋଧନ ଦେଲେ ସମୀର ?

ପତାକା ଉତ୍ତୋଳନ କଲେ ବିଜେପିର ନବ ନିର୍ବାଚିତ ସଭାପତି

କାର୍ଯ୍ୟକର୍ତ୍ତାଙ୍କୁ କ'ଣ ଉଦବୋଧନ ଦେଲେ ସମୀର ?
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ମହାନ୍ତି, ଭୁବନେଶ୍ୱର: ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ବିଜେଡ଼ି ପକ୍ଷରୁ ଭୁବନେଶ୍ୱର ସ୍ଥିତ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ ପୂର୍ବକ ଦଳୀୟ କର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ । 

ସେହିପରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ସମୀର ମହାନ୍ତି ପତାକା ଉତ୍ତୋଳନ କରିଥିଲେ । ଏହାସହ ଉପସ୍ଥିତ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଥିଲେ ରାଜ୍ୟ ବିଜେପିର ନବ ନିର୍ବାଚିତ ସଭାପତି । ରାଜ୍ୟ ତଥା ଦେଶର ବିକାଶ ଦିଗରେ ରାଜନୈତିକ ଦଳଗୁଡ଼ିକର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ସମୀର ମହାନ୍ତି । ଏ ଦିଗରେ କାମ କରିବା ପାଇଁ ସେ ଆହ୍ୱାନ ମଧ୍ୟ କରିଥିଲେ । 

ସେହିପରି ମାଣ୍ଟରକ୍ୟାଣ୍ଟିନ ସ୍ଥିତ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ପିସିସି ମୁଖ୍ୟ ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ସମ୍ବିଧାନର ସୁରକ୍ଷା ପାଇଁ ସେ କାର୍ଯ୍ୟକର୍ତ୍ତାଙ୍କୁ ଶପଥପାଠ କରାଇଥିଲେ । ଏହା ସହ କଂଗ୍ରେସ କାର୍ଯ୍ୟାଳୟରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । 

ଅନ୍ୟପଟେ ସିପିଆଇ ତଥା ଅନ୍ୟ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ମଧ୍ୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । 

ଆହୁରି ପଢ଼ନ୍ତୁ; ତ୍ରିରଙ୍ଗା ତଳେ ଶପଥ ନେଲେ ବିରୋଧୀ