close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

୫ରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି ମହିଳା ମୋର୍ଚ୍ଚା

 ଘଟଣାର ସିବିଆଇ ତଦନ୍ତ କରାଯିବା ସହ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରା ନ ଗଲେ ବିଧାନସଭା ଅଚଳ କରି ଦିଆଯିବ ବୋଲି ବିରୋଧୀ ଦଳ ନେତା ଏବଂ ବିଜେପି ବିଧାୟକମାନେ ଘୋଷଣା କରିଥିଲେ । ଗୋଟିଏ ଦିନ ପରେ ବିଜେପି ମହିଳା ମୋର୍ଚ୍ଚା ସମାନ ପ୍ରସଙ୍ଗକୁ ନେଇ ଚଳିତ ମାସ ୫ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା କରିଛି ।

 ୫ରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିବ ବିଜେପି ମହିଳା ମୋର୍ଚ୍ଚା

ମଳୟ ମହାନ୍ତି, ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ବିଜେପି ଯୁଦ୍ଧଂଦେହି ଡାକରା ଦେଇଛି । ଘଟଣାର ସିବିଆଇ ତଦନ୍ତ କରାଯିବା ସହ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରା ନ ଗଲେ ବିଧାନସଭା ଅଚଳ କରି ଦିଆଯିବ ବୋଲି ବିରୋଧୀ ଦଳ ନେତା ଏବଂ ବିଜେପି ବିଧାୟକମାନେ ଘୋଷଣା କରିଥିଲେ । ଗୋଟିଏ ଦିନ ପରେ ବିଜେପି ମହିଳା ମୋର୍ଚ୍ଚା ସମାନ ପ୍ରସଙ୍ଗକୁ ନେଇ ଚଳିତ ମାସ ୫ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା କରିଛି ।

ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରାଯିବା ସହ ସରକାରଙ୍କ ସ୍ୱଚ୍ଛ ଶାସନରେ ମହିଳାଙ୍କ ସ୍ଥାନ କେଉଁଠି ବୋଲି ପ୍ରଶ୍ନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା  ପ୍ରଶ୍ନ କରିଛି । 

ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିଜେପିର ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ । ସ୍ମିତାରାଣୀ ମୃତ୍ୟୁ ଘଟଣାରେ କଂଗ୍ରେସ ପ୍ରଥମେ ସିବିଆଇ ତଦନ୍ତ ଦାବି କରିଥିବାବେଳେ ଏବେ ବିଜେପି ମଧ୍ୟ  ଦାବି କରିଛି । ତେଣୁ ବିଜେପିର ଆନ୍ଦୋଳନକୁ ପିସିସି ସଭାପତି ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ଆସନ୍ତା ବିଧାନସଭା ଅଧିବେସନ ପୂର୍ବରୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରା ନ ଗଲେ ବିଧାନସଭା ଅଚଳ କରି ଦିଆଯିବ ବୋଲି କଂଗ୍ରେସ ବିଧାୟକ  ସୁର ରାଉତରାୟ କହିଛନ୍ତି । 

 

Tags: