ଷ୍ଟେରଏଡ ନେବା ପରେ ଦେଖାଦେଉଛି Black Fungus, ଡାଏବେଟିସ, ଉଚ୍ଚ ରକ୍ତଚାପ !
Advertisement

ଷ୍ଟେରଏଡ ନେବା ପରେ ଦେଖାଦେଉଛି Black Fungus, ଡାଏବେଟିସ, ଉଚ୍ଚ ରକ୍ତଚାପ !

ରାଜ୍ୟ ସରକାର କହିଛନ୍ତି, ପ୍ରତି ହସ୍ପିଟାଲକୁ ଏହି ନୂଆ ଗାଇଡଲାଇନ୍ ପଠାଯାଇଛି, ସେହି ଅନୁସାରେ ଚିକିତ୍ସା ହେବ । ଆପଣ କୋରୋନାରେ ପୀଡିତ ହୋଇଥିଲେ କି ? ଚିକିତ୍ସା ବେଳେ ଷ୍ଟେରଏଡ୍ ନେଇଥିଲେ କି ? ଯଦି ନେଇଥିଲେ ସାବଧାନ, ଆପଣ ନିଜର ଡାଏବେଟିସ୍ ଓ ବ୍ଲଡ୍ ପ୍ରେସର ତୁରନ୍ତ ଚେକ୍ କରାଇ ନିଅନ୍ତୁ । ତା ସହ ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ ଉପରେ ନଜର ରଖନ୍ତୁ ।

ଷ୍ଟେରଏଡ ନେବା ପରେ ଦେଖାଦେଉଛି Black Fungus, ଡାଏବେଟିସ, ଉଚ୍ଚ ରକ୍ତଚାପ !

ରାଜେଶ ସାମନ୍ତରାୟ, ଭୁବନେଶ୍ବର:  କୋରୋନାର ଦ୍ବିତୀୟ ଲହର ଭାରତରେ ସରିବାକୁ ଯାଉଛି । ଅନେକ ବ୍ୟକ୍ତି ରୋଗରେ ପ୍ରାଣ ହରାଉ ଥିବା ବେଳେ ବହୁତ ରୋଗୀ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । କିନ୍ତୁ ଘରକୁ ଫେରିବା ପରେ ମଧ୍ୟମ ଓ ସାଂଘାତିକ ସଂକ୍ରମଣର ହୋଇଥିବା କୋରୋନା ରୋଗୀ ପରବର୍ତ୍ତୀ ସମୟରେ ଅନ୍ୟ ରୋଗରେ ପୀଡିତ ହେବାର ନଜିର ଏବେ ସାମ୍ନାକୁ ଆସୁଛି । ଏହାର କାରଣ ଚିକିତ୍ସା ପଦ୍ଧତିରେ ବ୍ୟବହାର ହେଉଥିବା ଷ୍ଟେରଏଡ୍ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦେଇଛନ୍ତି । 

ଷ୍ଟେରଏଡ (Steroids) ର ମାତ୍ରାଧିକ ଓ ଭୁଲ ଡୋଜ୍ ପାଇଁ ଅନେକ ରୋଗ ମଣିଷ ଶରୀରରେ ଦେଖା ଦେଉଛି । ବ୍ଲାକ୍ ଫଙ୍ଗସ, ଡାଏବେଟିସ, ଉଚ୍ଚ ରକ୍ତଚାପ ଭଳି ରୋଗ ଏବେ ସୁସ୍ଥ ରୋଗୀଙ୍କ ଦେହରେ ଦେଖା ଦେବାରୁ ICMR ଓ WHO ଏକ ସ୍ବତନ୍ତ୍ର ଗାଇଡ୍ ଲାଇନ ଜାରି କରିଛନ୍ତି । ସେପଟେ ରାଜ୍ୟ ସରକାର କହିଛନ୍ତି, ପ୍ରତି ହସ୍ପିଟାଲକୁ ଏହି ନୂଆ ଗାଇଡଲାଇନ୍ ପଠାଯାଇଛି, ସେହି ଅନୁସାରେ ଚିକିତ୍ସା ହେବ । ଆପଣ କୋରୋନାରେ ପୀଡିତ ହୋଇଥିଲେ କି ? ଚିକିତ୍ସା ବେଳେ ଷ୍ଟେରଏଡ୍ ନେଇଥିଲେ କି ? ଯଦି ନେଇଥିଲେ ସାବଧାନ, ଆପଣ ନିଜର ଡାଏବେଟିସ୍ ଓ ବ୍ଲଡ୍ ପ୍ରେସର ତୁରନ୍ତ ଚେକ୍ କରାଇ ନିଅନ୍ତୁ । ତା ସହ ବ୍ଲାକ୍ ଫଙ୍ଗସ୍ (Black Fungus) ରୋଗର ଲକ୍ଷଣ ଉପରେ ନଜର ରଖନ୍ତୁ । 

Also Read: 'ତୃତୀୟ ଲହର ରୋକିବାକୁ ହେଲେ ଟିକାକରଣ ଜରୁରୀ'

କାରଣ ମାତ୍ରାଧିକ ଓ ଭୁଲ ଡୋଜର ଷ୍ଟେରଏଡ୍ ନେବା ଦ୍ବାରା ଆପଣଙ୍କର ଗୁରୁତର ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିପାରେ । ଆପଣଙ୍କୁ ବ୍ଲାକ୍ ଫଙ୍ଗସ (Black Fungus), ଡାଏବେଟିସ୍ (Diabetes) ଓ ରକ୍ତଚାପ (Blood Pressure) ହୋଇପାରେ । ଏହାସହ ଶରୀରରେ ଅନେକ ଅସନ୍ତୁଳନ ଦେଖା ଦେବାର ଆଶଙ୍କା ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଷ୍ଟେରଏଡ୍ ଏକ କୃତ୍ରିମ ଶକ୍ତି ପ୍ରଦାନକାରୀ ଔଷଧ । ଯଦି ଏହାକୁ ଉଚିତ୍ ଡାଏଗ୍ନୋସିସ୍ ନକରି ମଣିଷ ଶରୀରରେ ଦିଆଯାଏ ତାହେଲେ ଗୁରୁତର ସମସ୍ୟା ଉପୁଜିବ । ତେଣୁ ଜଣେ କୋରୋନା ରୋଗୀକୁ ଷ୍ଟେରଏଡ୍ ଦେବା ପୂର୍ବରୁ ସଠିକ୍ ସମୟ, ସଠିକ୍ ଡୋଜ୍ ଓ  ଉପଯୁକ୍ତ ସମୟ ବ୍ୟବଧାନ ରଖିବା ନିହାତି ଦରକାର । ତା ସହ କେବଳ ମଧ୍ୟମ ଧରଣର ଓ ଗୁରୁତର ରୋଗୀଙ୍କୁ ଏହି ଷ୍ଟେରଏଡ୍ ଦେବା ଦରକାର । ଜଣେ କୋରୋନା ରୋଗୀ ଦିନକୁ ସର୍ବନିମ୍ନ ୬ ମିଲିଗ୍ରାମରୁ ନେଇ ସର୍ବାଧିକ ୩୨ ମିଲିଗ୍ରାମ ପର୍ଯ୍ୟନ୍ତ ଷ୍ଟେରଏଡ୍ ନେଇ ପାରିବେ।

Also Read: M-Yoga app ବିଷୟରେ କିଛି ଅଜଣା କଥା, ଯାହା ଜାଣିବା ଜରୁରୀ

ସେପଟେ ଷ୍ଟେରଏଡର ଭୁଲ୍ ବ୍ୟବହାର ସଂପର୍କରେ ଅବଗତ ହେବା ପରେ ସଜାଗ ହୋଇ ଉଠିଛି  ICMR । ଏହା ପରେ ICMR ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ମାନି ସବୁ ରାଜ୍ୟ ପାଇଁ ଷ୍ଟେରଏଡ୍ ଗାଇଡ୍ ଲାଇନ୍ (Steroids GuideLine)ଜାରି କରିଛି । କେନ୍ଦ୍ର ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ଷ୍ଟେରଏଡ଼ ବ୍ୟବହାର କରାଯିବ ବୋଲି ରାଜ୍ୟ ପକ୍ଷରୁ କୁହାଯାଇଛି । ଷ୍ଟେରଏଡ୍ ବ୍ୟବହାରର ଉଭୟ ଭଲ ଓ ଖରାପ ପ୍ରଭାବ ରହିଛି । ବର୍ତ୍ତମାନ କୋଭିଡରେ ଏହାର ଆବଶ୍ୟକତା କେବଳ ମଧ୍ୟମରୁ ଗୁରୁତର ପେସେଣ୍ଟଙ୍କ କ୍ଷେତ୍ରରେ ରହିଛି । କୋରୋନା (Corona) ର ଜରୁରୀକାଳିନ ଚିକିତ୍ସା ପାଇଁ ଭାରତରେ ଷ୍ଟେରଏଡର ବ୍ୟବହାର ହେଉଥିଲା । ଏହାର ସଫଳତା ପରେ ବହୁଳ ବ୍ୟବବହାର ହେଉଛି । କିନ୍ତୁ ଏବେ ଏହାର ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାରୁ ଷ୍ଟେରଏଡ୍ ବ୍ୟବହାରରେ ପରିବର୍ତ୍ତନ କରାଯାଇଛି।