close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଏପରି କରନ୍ତୁ ଗୋଲମରିଚର ବ୍ୟବହାର ; ମିଳିବ ଫାଇଦା

ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି । ଏହାର ବୈଜ୍ଞାନିକ ନାମ ହେଉଛି 'ପାଇପର୍ ନିଗ୍ରମ' (Piper Nigrum) । ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ ।

ଏପରି କରନ୍ତୁ ଗୋଲମରିଚର ବ୍ୟବହାର ; ମିଳିବ ଫାଇଦା
source: social media

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି । ଏହାର ବୈଜ୍ଞାନିକ ନାମ ହେଉଛି 'ପାଇପର୍ ନିଗ୍ରମ' (Piper Nigrum) । ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ । ତେବେ ଆସନ୍ତୁ ଜାଣିବା ଗୋଲମରିଚ ଦେହ ପାଇଁ କେତେ ଉପକାରୀ ।

- ଅଧିକ କାଶ ହେବା ଫଳରେ ଛାତିରେ ଯନ୍ତ୍ରଣା ହେବା ସହିତ, ବିରକ୍ତ ମଧ୍ୟ ଲାଗିଥାଏ । ଯଦି ଆପଣଙ୍କୁ କାଶ ହେଉଛି ତେବେ ଅଧାଚାମଚ ଗୋଲମରିଚ ଗୁଣ୍ଡ ଓ ଅଧାଚାମଚ ମହୁ ନିଅନ୍ତୁ ।  ଗୋଲମରିଚ ଗୁଣ୍ଡ ଓ ମହୁକୁ ମିଶାଇ ତାକୁ ଚାଚି ଚାଟି ଖାଆନ୍ତୁ । ଏପରି ପ୍ରାୟ ତିନି ଚାରି ଦିନ ପର୍ଯ୍ୟନ୍ତ ଖାଆନ୍ତୁ । ଏହା ଦ୍ୱାରା କାଶରୁ ଆରାମ ମିଳିବା ସହିତ ଛାତିର ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିବ ।

- ଗଳା ଦରଜ ହେଲେ ଗୋଲମରିଚର ବ୍ୟବହାର କରନ୍ତୁ । ଗୋଟିଏ ଗ୍ଲାସ୍ ପାଣିରେ, ୧୦ଟି ଗୋଲମରିଚ ପକାଇ ତାକୁ ଫୁଟାନ୍ତୁ । ଗୋଲମରିଚ ଫୁଟା ପାଣି ଟିକେ ଥଣ୍ଡା ହେବା ପରେ ବା ଉଷୁମ ହୋଇଗଲେ ସେଥିରେ ଗର୍ଗଲିଂ କରନ୍ତୁ । ଏଭଳି ଦିନକୁ ଦୁଇ ଥର କରନ୍ତୁ । ଗଳା ଦରଜ କମିବ ।

- ଗ୍ୟାଷ୍ଟିକ  ସମସ୍ୟା  ଦୂରକରିଥାଏ ଗୋଲମରିଚ । ଗୋଟିଏ କପ୍ ପାଣିରେ ଗୋଟିଏ ଫାଳ ଲେମ୍ବୁରସ ନିଅନ୍ତୁ, ତା ସହିତ ଅଧା ଚାମଚ  ଗୋଲମରିଚ ଗୁଣ୍ଡ, ବିଟ୍ ଲୁଣ ବା ବ୍ଲାକ୍ ସଲ୍ଟ ମିଶାଇ ଖାଆନ୍ତୁ  । ଆରାମ ମିଳିବ ।

- ଥଣ୍ଡା ଜ୍ୱରରୁ ମଧ୍ୟ ଉପଶମ ଦେଇଥାଏ ଗୋଲମରିଚ । ଯଦି ଥଣ୍ଡା, ଜ୍ୱର ସହିତ ବାରମ୍ବାର ଛିଙ୍କ ହେଉଛି , ତେବେ ଗୋଟିଏ ଗ୍ଲାସ କ୍ଷୀରରେ ୫-୬ଟି ଗୋଲମରିଚ ପକାଇ ଫୁଟାନ୍ତୁ, ତାକୁ ଚାହା ଭଳି ପିଅନ୍ତୁ । ଯଦି ଅଧିକ ଜ୍ୱର ହୋଇଥାଏ ତେବେ ଗୋଲମରିଚର ମାତ୍ରା ବଢ଼ାଇ ପାରିବେ । ବିଶେଷଜ୍ଞଙ୍କ ମତ ଅନୁଯାଇ ଏହା ଜ୍ୱର ଓ ଥଣ୍ଡାରୁ ଉପଶମ ଦେଇଥାଏ ।  

-  ନିମ୍ନ ରକ୍ତଚାପ ଲାଗି ଗୋଲମରିଚ ଭାରି ଉପକାରୀ ।  ଯଦି ଆପଣଙ୍କ ନିମ୍ନ ରକ୍ତଚାପ  ସମସ୍ୟା ରହିଛି, ତେବେ ୫ଟି ଗୋଲମରିଚ ଓ ୧୫ଟି କିସମିସ୍ ମିଶାଇ ଖାଆନ୍ତୁ । ସମସ୍ୟା ଦୂର ହୋଇଯିବ ।  

- ଆଖିରେ ଦୃଷ୍ଟିଶକ୍ତି ବୃଦ୍ଧି ପାଇଁ ମଧ୍ୟ ଗୋଲମରିଚ ସେବନ କରିପାରିବେ । ଅଧା ଚାମଚ  ଘିଅ ସହିତ, ଅଧା ଚାମଚ ଗୋଲମରିଚ ଗୁଣ୍ଡ ମିଶାଇ ସେବନ କରିବା ଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢେ ।

-  ପାଇଲସ୍ ଯନ୍ତ୍ରଣା ଭୋଗୁଥିଲେ  ୨୦ ଗ୍ରାମର ଗୋଲମରିଚ , ୧୦ଗ୍ରାମ ଜିରା ଓ ୧୦ଗ୍ରାମ ଧଳା ମିଶ୍ରିକୁ ଗୁଣ୍ଡ କରି ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।  ଅଧା ଚାମଚ ଏହି ଗୁଣ୍ଡକୁ ଦିନକୁ ଦୁଇଥର ସେବନ କରନ୍ତୁ ।  

Tags: