• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ତଥା ପରାକ୍ରମ ଦିବସ ଅବସରରେ ଗସ୍ତ କାର୍ଯ୍ୟକ୍ରମ
  • ଜନ୍ମସ୍ଥାନ କଟକରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
  • ମ୍ୟୁଜିୟମ ବୁଲି ଦେଖିଲେ ଧର୍ମେନ୍ଦ୍ର ।
  • ମୁଖ୍ୟମନ୍ତ୍ରୀ ମଧ୍ୟ ଯିବେ କଟକ । ମ୍ୟୁଜିୟମ ବୁଲିବା ସହିତ ନେତାଜୀଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ ।
  • କଟକ ନୂତନ ବସଷ୍ଟାଣ୍ଡର ମଧ୍ୟ ଶିଳାନ୍ୟାସ କରିବେ ।
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ଆଜି କୋତକାତା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
  • ଚାଷୀ ଆନ୍ଦୋଳନରୁ ବନ୍ଧୁକ ସହିତ ସଂଦିଗ୍ଧ ଗିରଫ ।

ହୋଟେଲରେ ରୁମର ଭିଡିଓ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲିଂ

ଓୟୋ ହୋଟେଲ ଗ୍ରାହକଙ୍କୁ ବ୍ଲାକମେଲିଂ ଅଭିଯୋଗ । ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । 

ହୋଟେଲରେ ରୁମର ଭିଡିଓ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲିଂ
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ହୋଟେଲରେ ରହୁବାକୁ ଯାଉଛନ୍ତି କି ? ସାବଧାନ । ହୋଇପାରନ୍ତି ଆପଣ ବ୍ଲାକମେଲର ଶୀକାର । ଆପଣଙ୍କୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ମଧ୍ୟ କଏଦ ହୋଇପାରେ । ଆଉ ପରବର୍ତ୍ତୀ ସମୟରେ ତାକୁ ନେଇ ଆପଣଙ୍କୁ ବ୍ଲାକମେଲ କରାଯାଇପାରେ । 

ତାହା ସାଧାରଣ ଲଜିଂ ହେଉ ବା ଓୟୋ । ରହିବା ପୂର୍ବରୁ ଭଲ ଭାବେ ଯାଞ୍ଚ ନ କରି ରହିଲେ ଆପଣ ବି ଥାନା ଦୌଡି ଦୌଡି ହୋଇପାରନ୍ତି ନୟନ୍ତା । ଏଭଳି କିଛି ବ୍ଲାକ ମେଲରଙ୍କୁ ଧରିଛି ନୟାପଲ୍ଲୀ ଥାନା ପୋଲିସ । ଜଣେ ଯୁବତୀଙ୍କୁ ବ୍ଲାକମେଲ କରୁଥିବା ବେଳେ ତାଙ୍କ ସମ୍ପର୍କୀୟମାନେ ୩ ଅଭିଯୁକ୍ତଙ୍କୁ ଧରି ପୋଲିସର ଜିମା ଦେଇଛନ୍ତି । 

ଘଟଣାଟି ହେଉଛି ନୟାପଲ୍ଲୀ ଆଇଡି ମାର୍କେଟ ସ୍ଥିତ ସାଇ ଆର୍ଯ୍ୟ ରେସିଡେନ୍ସିର । କିଛି ଦିନ ତଳେ ଯୁବତୀ ଜଣଙ୍କ ତାଙ୍କ ବନ୍ଧୁଙ୍କ ସହ ଜନ୍ମ ଦିନ ପାଳିବାକୁ ଆସିଥିଲେ । ବିଳମ୍ବିତ ରାତି ହେବାରୁ ହଷ୍ଟେଲ ଯାଇ ନ ପାରି ଓୟୋ ରୁମରେ ରହିବାକୁ ସ୍ଥିର କରିଥିଲେ । ହେଲେ ଏହାର କିଛି ଦିନ ପରେ ତାଙ୍କ ପାଖକୁ ବ୍ଲାକମେଲରଙ୍କ ପକ୍ଷରୁ ଫୋନ ଆସିଲା । ୫୦ ହଜାର ଟଙ୍କା ନ ଦେଲେ ସେ ସବୁ ଭିଡିଓ ଭାଇରାଲ କରିବେ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ । ଏହା ପରେ ନିଜ ସମ୍ପର୍କୀୟଙ୍କ ଜରିଆରେ ସମ୍ପୃକ୍ତ ବ୍ଲାକମେଲରଙ୍କୁ ଧରି ପୋଲିସ ଜିମା ଦିଆଯାଇଛି । ଘଟଣାରେ ନୟାପଲ୍ଲୀ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଯୁବତୀଙ୍କ ବୟାନ ରେକର୍ଡ କରିଛି । 

ସେପଟେ ଅଭିଯୁକ୍ତଙ୍କ ଠାରୁ ପୋଲିସ ବହୁ ଗୁମର ଜାଣିବାକୁ ପାଇଛି । ଓୟୋ ରୁମ ଆଳରେ ହୋଟେଲରେ ଚାଲିଥିବା ଗୋରଖ ଧନ୍ଦା ବିଷୟରେ ବଖାଣିଛନ୍ତି ଏମାନେ । କହିଛନ୍ତି,  ହୋଟେଲରେ ହୁଏ ଅଶ୍ଳୀଳ ଭିଡିଓ ସୁଟିଂ । ସୁଟିଂ ପାଇଁ ଆସନ୍ତି ପ୍ରଫେସନାଲ କ୍ୟାମେରା ମ୍ୟାନ । ଯୁବକମାନେ ନିୟମିତ ରହୁଥିବା ବେଳେ ବିଭିନ୍ନ ଯୁବତୀଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା । ବିଶେଷ କରି ୩ଟି ରୁମର କ୍ୟାମେରା ଲଗାଇ ସୁଟିଂ କରାଯାଏ । ଏଭଳି ଚାଞ୍ଚଲ୍ୟକର ବୟାନ ଆସିବା ପରେ ଓୟୋ ରୁମ ଗୁଡିକର ସେଫଟି ଓ ସିକ୍ୟୁରିଟି ନେଇ ପ୍ରଶ୍ନ ଉଠିବା ସ୍ୱଭାବିକ । 

ସେପଟେ ଘଟଣାରୁ ନିଜକୁ ଅଲଗା କରିବାକୁ ଚେଷ୍ଟା କରିଛନ୍ତି ହୋଟେଲ କର୍ତ୍ତୃପକ୍ଷ । କହିଛନ୍ତି, ଧରା ପଡିଥିବା ଅଭୁଯୁକ୍ତମାନେ ସଫେଇ ପାଇଁ ନିୟୋଜିତ ହୋଇଥିବା ଠିକା ସଂସ୍ଥାର । ଅନ୍ୟପଟେ ଏମାନେ ଭିଡିଓ ସୁଟିଂ କରିଛନ୍ତି ନା କେବଳ ବ୍ଲାକମେଲ କରୁଥିଲେ, ତାହାର ତଦନ୍ତ ପୋଲିସ କରୁଛି । ଏଭଳି ଘଟଣା ପଦାକୁ ଆସିବା ପରେ ଓୟୋ ରୁମରେ ରହୁଥିବା ଅତିଥିଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ସବୁଠୁ ବଡ କଥା ହେଲା, ଯଦି ହୋଟେଲ କର୍ତ୍ତୃପକ୍ଷଙ୍କ ଏଥିରେ ସମ୍ପୃକ୍ତି ନାହିଁ ତେବେ ହୋଟେଲ ରେଜିଷ୍ଟରରୁ ଯୁବତୀଙ୍କ ନମ୍ବର ଅଭିଯୁକ୍ତମାନେ ପାଇଲେ କେମିତି ? ଏ ସମ୍ପର୍କରେ ଓୟୋ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।