୯୦ କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ ପାଇଁ ବିଏମସି ଲକ୍ଷ୍ୟ ରଖିଥିବା ବେଳେ ମାତ୍ର ୨୩ କୋଟି ସଂଗ୍ରହ ହୋଇଛି।
Trending Photos
)
ଭୁବନେଶ୍ୱର: ଥମୁନି ହୋଲ୍ଡିଂ ଟ୍ୟାକ୍ସ ବିବାଦ। ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପରିବର୍ଦ୍ଧିତ ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ଜନ ଅସନ୍ତୋଷ ତେଜିବା ପରେ ଶେଷରେ ଏହାକୁ ସ୍ଥଗିତ ରଖାଯାଇଛି। ଏ ମାମଲାରେ ହାଇକୋର୍ଟଙ୍କ ଚୁଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ପୂର୍ବନିର୍ଦ୍ଧାରତି ଦରରେ ଟିକସ ଆଦାୟ କରିବାକୁ ସରକାର ନିଷ୍ପତ୍ତି ଦେଇଛନ୍ତି।
ଏହାସତ୍ତ୍ୱେ ଯେଉଁମାନେ ପୂର୍ବରୁ ବର୍ଦ୍ଧିତ ଟିକସ ଦେଇସାରିଛନ୍ତି ସେମାନଙ୍କ ମଧ୍ୟରେ ଏବେ ଛନକା ପଶିଛି। ଏହାସହ କୋଭିଡ ସମୟରେ ଅଚାନକ ପିଛିଲା ଭାବେ ଅହେତୁକ ବୃଦ୍ଧିକୁ ନେଇ ମଧ୍ୟ ସୃଷ୍ଟି ହୋଇଥିବା ଅସନ୍ତୋଷ ଥମୁନାହିଁ। କୋରୋନା ମହାମାରୀ କାରଣରୁ ସୃଷ୍ଟି ଆର୍ଥିକ ଦୂରାବସ୍ଥା ସମୟରେ ସହରବାସୀଙ୍କ ଉପରେ ଏପରି ଆର୍ଥିକ ବୋଝ ଲଦିବାକୁ ସହଜେ ଗ୍ରହଣ କରିପାରିନାହାନ୍ତି ଟିକସଦାତା।
Also Read: ରାଜଧାନୀରେ ଜଳ ଯନ୍ତ୍ରଣା, ଅଚଳ Water ATM କେବେ ହେବ ସଚଳ?
ତାହା ପୁଣି ବିନା ସଚେତନତାରେ ପିଛିଲା ଭାବେ ୨୦୧୯ ବର୍ଷରୁ ଲାଗୁ କରିବା କାରଣରୁ ଜନଅସନ୍ତୋଷ ବୃଦ୍ଧି ପାଇଥିବା ଟିକସଦାତା କହିଛନ୍ତି। ଏହାସହ ପୂର୍ବରୁ ମିଳୁଥିବା ସେବାରେ କିଛି ପରିବର୍ତ୍ତନ ହୋଇନଥିବା ବେଳେ ଟିକସରେ କାହିଁକି ପରିବର୍ତ୍ତନ ହେବ ଏବଂ କେଉଁ ବାବଦରେ ଟିକସ ବଢିବ, ବେଞ୍ଚ ମାର୍କ ଭ୍ୟାଲୁର ମାନଦଣ୍ଡ କ'ଣ ଏସବୁ ବାଵଦରେ ଜନସଧାରଣଙ୍କୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବା କୁହାଯାଉଛି।
ସେପଟେ ବିଶେଷଜ୍ଞ କହିଛନ୍ତି ସରକାର ଏତେ ବର୍ଷ ହେଲା ଟିକସ ବୃଦ୍ଧି ନକରି ଏକକାଳୀନ ଏତେ ମାତ୍ରାରେ ବଢ଼ାଇ ଲୋକଙ୍କ ଉପରେ ବୋଝ ଲଦିଛନ୍ତି। ମ୍ୟୁନିସିପାଲ କର୍ପୋରେସନ ଆକ୍ଟ (Municpal Corporation Act) ଅନୁସାରେ ସ୍ୱତନ୍ତ୍ର କମିଟି ଗଠନ କରି ବର୍ଦ୍ଧିତ ଦର ନିର୍ଦ୍ଧାରଣ କରିବା କଥା ହେଲେ ଭୁବନେଶ୍ୱର ମହାନଗନ ନିଗମ-ବିଏମସି (Bhubaneswar Municipal Corporation
-BMC) ପକ୍ଷରୁ ତରବରିଆ ଭାବେ ଏହାକୁ କାର୍ଯ୍ୟକାରୀ କରାଯାଉଛି।
Also Read: ‘ଦୟା ରଥ’: ବସ୍ତ୍ର ଦାନ କରି ଖୁସି ବାଣ୍ଟନ୍ତୁ
ଏହାସହ ଟିକସ ମୂଲ୍ୟାୟନର ପୁନଃବିଚାର କରାଯାଇ ଟିକସ ଅର୍ଥ କେଉଁ କେଉଁ କ୍ଷେତ୍ରରେ ବିନିଯୋଗ କରାଯାଉଛି ସେନେଇ ରିପୋର୍ଟ କାର୍ଡ ଦେବାକୁ କହିଛନ୍ତି ଅର୍ବାନ ପ୍ଲାନର ପିୟୂଷ ରାଉତ। ଅପରପଟେ ବର୍ଦ୍ଧିତ ଦର ଅନୁସାରେ ୯୦ କୋଟି ଟଙ୍କାର ବକେୟା ରାଶି ଆଦାୟ ପାଇଁ ବିଏମସି ଲକ୍ଷ୍ୟ ରଖିଥିବା ବେଳେ ମାତ୍ର ୨୩ କୋଟି ଆଦାୟ ହୋଇଛି।
ଏବେ ଏହି ମାମଲାରେ ହାଇକୋର୍ଟଙ୍କ ସ୍ଥଗିତାଦେଶ ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଇବ ବିଏମସି। ବର୍ତ୍ତମାନ ସହରରେ ଅନେକ ବିକାଶମୂଳକ କାର୍ଯ୍ୟ ଚାଲିଥିବା ବେଳେ ରାଜସ୍ୱ ନଆସିଲେ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେବାର ସମ୍ଭାବନା ଥିବା କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ।
Also Read: ମଡେଲ ସହ ଶୀତତାପ ନିୟନ୍ତ୍ରିତ ହେବ ଡମଣା ହାଟ
ତିନୋଟି ଆଧାରରେ ଟିକସ ଆଦାୟ କରାଯାଉଛି। ହୋଲଡିଂ (Holding), ଲାଟ୍ରିନ (Latrin), ଲାଇଟିଂ (Lighting) ବାବଦରେ ଟିକସ ଆଦାୟ କରାଯାଉଛି। ସେହିପରି ଅଞ୍ଚଳ ଅନୁସାରେ ଆବାସିକ (Residential) ଏବଂ ବାଣିଜ୍ୟକ (Commercial) ଟିକସ ମୂଲ୍ୟ ମଧ୍ୟ ଭିନ୍ନ ଭିନ୍ନ ରହିଛି। ବର୍ତ୍ତମାନ ବର୍ଦ୍ଧିତ ଟିକସ ଆଦାୟକୁ ନେଇ ହାଇକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା।