ଭୁବନେଶ୍ବର: ରାଜଧାନୀରେ ସଂକ୍ରମଣ ରୋକିବାକୁ ବିଏମସି ଅପଣାଇଲା ପୂର୍ବ ବର୍ଷର ରଣକୌଶଳ। ପୁଣି ଲାଗୁ ହେଲା ହାଟ ବଜାର ବିକେନ୍ଦ୍ରୀକରଣ ବ୍ୟବସ୍ଥା। ସାମାଜିକ ଦୂରତା ରକ୍ଷା କିମ୍ବା ମାସ୍କ ନଥିଲେ ସିଲ ହେବ ବ୍ୟବସାୟିକ ପ୍ରତିଷ୍ଠାନ।


COMMERCIAL BREAK
SCROLL TO CONTINUE READING

ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଡାକଡି ହେବ କଟକଣା। ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦେଶ ଦେଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ। ଗତବର୍ଷ ଭଳି ନିର୍ଦ୍ଧାରିତ ସ୍ଥାନରୁ ହାଟ ବଜାର ଉଠାଇ ପୃଥକ୍ ଭାବେ ଅନ୍ୟତ୍ର ଥଇଥାନ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। 


Also Read: Corona Alert: ଚେକିଂ ବ୍ୟବସ୍ଥାକୁ କଡାକଡି କଲା BMC


 


ସେହିପରି ସୋମବାର ଠାରୁ ରାଜଧାନୀର ଆଉ କିଛି ଘରୋଇ ଚିକିତ୍ସାଳୟରେ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବିଏମସି କମିଶନର କହିଛନ୍ତି। ସେପଟେ ବ୍ୟବସାୟୀ ଏହାକୁ ସ୍ୱାଗତ କରିଥିବା ବେଳେ ସେମାନଙ୍କ ପାଇଁ ଆବଶ୍ୟକୀୟ ପାନୀୟ ଜଳ, ଟେଣ୍ଟ, ବିଦ୍ୟୁତ ଆଦି ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ।