ଭୁବନେଶ୍ୱର ଏବିଭିପି ଶାଖା ପକ୍ଷରୁ ଛାତ୍ରୀ ଝରାଫୁଲ(Jharaphula) ଙ୍କ ହତ୍ୟାର ପ୍ରକୃତ ଦୋଷୀକୁ ଚି଼ହ୍ନଟ କରାଯାଇ ତୁରନ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି ହୋଇଛି । ଓଡ଼ିଶା ରେ ନାରୀ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ଏବିଭିପିର କାର୍ଯ୍ୟକର୍ତ୍ତା ।
Trending Photos
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର: ଚର୍ଚ୍ଚାରେ ଥିବା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲକୁ ନ୍ୟାୟ ଦାବିରେ ଏବିଭିପି ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବିକ୍ଷୋଭ କରାଯାଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ଦ୍ଵିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାୟକଙ୍କ ହତ୍ୟାକାରୀକୁ ଗିରଫ କରିବା ଦାବିରେ ଏବିଭିପିର ବହୁ କର୍ଯ୍ୟକର୍ତ୍ତା ମାଷ୍ଟରକ୍ୟାଣ୍ଟିନରେ ସରକାରଙ୍କ ବିରୋଧରେ ନାରବାଜି କରିଥିଲେ ।
ଭୁବନେଶ୍ୱର ଏବିଭିପି (Bhubaneswar ABVP) ଶାଖା ପକ୍ଷରୁ ଛାତ୍ରୀ ଝରାଫୁଲ(Jharaphula) ଙ୍କ ହତ୍ୟାର ପ୍ରକୃତ ଦୋଷୀକୁ ଚି଼ହ୍ନଟ କରାଯାଇ ତୁରନ୍ତ ଦଣ୍ଡ ବିଧାନ କରାଯାଉ ବୋଲି ଦାବି ହୋଇଛି । ଓଡ଼ିଶା (Odisha) ରେ ନାରୀ ଅସୁରକ୍ଷିତ ବୋଲି ଅଭିଯୋଗ କରିଛନ୍ତି ଏବିଭିପି (ABVP)ର କାର୍ଯ୍ୟକର୍ତ୍ତା ।
Also Read: ପୁଣି ଦେଖାଦେଲା ବିଭ୍ରାଟ, ସୁନାବେଶ ଦର୍ଶନରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ
ଏପରିକି ପୂର୍ବରୁ ରାଜ୍ୟର ବହୁ ନାରୀ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବାବେଳେ ତାଙ୍କୁ ନ୍ୟାୟ ଦିଆଯାଇପାରିନଥିବା ଅଭିଯୋଗ କରାଯାଇଛି। ତେଣୁ ତୁରନ୍ତ ଝରାଫୁଲ ହତ୍ୟାକାଣ୍ଡ (Jharaphula Murder Case) ରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରିବାକୁ ଏବିଭିପି ରାଜ୍ୟ ଯୁଗ୍ମ ସମ୍ପାଦିକା କବିତା କହଁର।
Also Read:ପୋଷ୍ୟ ସ୍କୁଲ ମୋହରା, କେତେ ଦୂର ହେବ ବିକାଶ ?
ସେପଟେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ (Ramadevi Women's University) ର ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିବା ଘଟଣାରେ ଯୁବତୀଙ୍କ ପ୍ରେମିକ କୁହାଯାଉଥିବା ଯୁବକ ଆତ୍ମସମର୍ପଣ କରିଛନ୍ତି । ଯୁବକଙ୍କ ନାଁ ରାକେଶ ସ୍ବାଇଁ । ଭୁବନେଶ୍ୱର ଏୟାରଫିଲ୍ଡ (AirField) ଥାନାରେ ରାକେଶ ଆଜି ସନ୍ଧ୍ୟା ସମୟରେ ଆତ୍ମସମର୍ପଣ କରିଥିଲେ । ହେଲେ ଅନ୍ୟତମ ଅଭିଯୁକ୍ତ ଏବେ ବି ଫେରାର ଅଛି । ସିସିଟିଭି ଫୁଟେଜ (CCTV) ରୁ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ପୋଲିସ । ସିସିଟିଭି ଭିଡିଓ ଯାଞ୍ଚ କରି ପୋଲିସ ତଦନ୍ତ ଆରମ୍ଭ କରିବା ପରେ ହତ୍ୟାକାଣ୍ଡ ପଛରେ ପ୍ରେମ ବ୍ୟାପାର ଥିବା ଜଣାପଡ଼ିଥିଲା । ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ ।
Edited: Zee Odisha Desk