• ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ୨୫ ତାରିଖ ସକାଳ ସୁଦ୍ଧା ୧୦ ଜିଲ୍ଲାକୁ ଘନ କୁହୁଡ଼ି ଆଶଙ୍କା
  • ଦିଲ୍ଲୀରେ ଲାଗିଲା 'ପାକିସ୍ତାନ ଜିନ୍ଦାବାଦ' ନାରା, ଆକ୍ସନରେ ପୋଲିସ
  • ଚାଷୀ ଆନ୍ଦୋଳନ: ରାଜଭବନ ସମ୍ମୁଖରେ କେନ୍ଦ୍ର ବିରୁଦ୍ଧରେ ବର୍ଷିଲେ କଂଗ୍ରେସ-ବାମପନ୍ଥୀ
  • ପୁରୀ ପୋଲିସ ବିଭାଗରେ ସାମାନ୍ୟ ଅଦଳବଦଳ
  • ଟାଉନଥାନା ଆଇଆଇସି ଉପେନ୍ଦ୍ର ପ୍ରଧାନଙ୍କୁ ଗୋପଥାନାକୁ ବଦଳି
  • ଟ୍ରାଫିକ ଆଇଆଇସି ଗୋକୁଳାନନ୍ଦ ପ୍ରଧାନଙ୍କୁ ଟାଉନଥାନାକୁ ବଦଳି
  • ସେହିପରି ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କୁ ପୁରୀ ଟ୍ରାଫିକ ଥାନାକୁ ବଦଳି

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା

ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି ।

କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା
ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ନୂଆଦିଲ୍ଲୀ: ବ୍ରାଉନ ସୁଗର ଚାଲାଣ ରୋକିବାରେ କ୍ରାଇମବ୍ରାଞ୍ଚକୁ ବଡ଼ ସଫଳତା । ଜଟଣୀ ଓ ପିପିଲି ଅଞ୍ଚଳରେ ଚଢ଼ାଉ କରି କ୍ରାଇମବ୍ରାଞ୍ଚ ଏସଟିଏଫ ଜବତ କରିଛି ଏକ କିଲୋ ୭୫୦ ଗ୍ରାମର ବ୍ରାଉନସୁଗର । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ପ୍ରାୟ ଏକ କୋଟି ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି  । ବ୍ରାଇନସୁହର ବିକ୍ରି କରିବା ଅଭିଯୋଗରେ ଏସଟିଏଫ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଗଞ୍ଜାମର ହୋଇଥିବା  ବେଳେ ଅନ୍ୟ ଜଣେ ପୁରୀ ଜିଲ୍ଲା କଣାସର । 

ବ୍ରାଉନ ସୁଗର କାରବାର ରୋକିବାରେ କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ସଫଳତା । ରାଜଧାନୀ ଭୁବନେଶ୍ୱରକୁ ଟାର୍ଗେଟ କରିଥିବା ଏଭଳି ଏକ ଗ୍ୟାଙ୍ଗର ୩ ମେମ୍ବରକୁ ଧରିଛି କ୍ରାଇମବ୍ରାଞ୍ଚ । ସେମାନଙ୍କ ନିକଟରୁ ମିଳିଛି ଏକ କୋଟି ୭୫ ଲକ୍ଷ ଟଙ୍କାର ବ୍ରାଉନ ସୁଗର । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ଏହା କ୍ରାଇମବ୍ରାଞ୍ଚର ସବୁଠାରୁ ବଡ଼ ସଫଳତା । କେବଳ ୨୦୨୦ରେ କ୍ରାଇମବ୍ରାଂଚ ୪ କିଲୋ ଗ୍ରାମରୁ ଅଧିକ ବ୍ରାଉନ ସୁଗର ଜବତ କରିଛି । ବାଲେଶ୍ୱରରୁ ଏମାନେ ବ୍ରାଉନସୁଗର ଆଣି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ । ସେମାନଙ୍କ ନିକଟରୁ ଗୋଟାଏ ମୋଟର ସାଇକଲ ଓ ସ୍କର୍ପିଓ ଧରାପଡ଼ିଛି । 

ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ୨୦୧୩ରେ ଜଙ୍କିଆ ନାରଗଦା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଜେଲରୁ ଫେରିବା ପରେ କମ୍ ସମୟରେ ଅଧିକ ଟଙ୍କା କିଭଳି ଆଦାୟ କରିବେ ସେଥିପାଇଁ ରାସ୍ତା ବାହାର କରିଥିଲେ । ଶେଷରେ ବ୍ରାଉନସୁଗର ମାଫିଆଙ୍କ ସହ ଲିଙ୍କ ହେବା ପରେ ବାଲେ୍ଶ୍ୱରରୁ ବ୍ରାଉନସୁଗର ନେବା ଆଣିବା କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ । ବିଶେଷ କରି ଭୁବନେଶ୍ୱର ଉପକଣ୍ଠ ଜଟଣୀ, ପିପିଲି ଓ ଏୟାର ଫିଲ୍ଡ ଅଞ୍ଚଳରେ ଏମାନେ ସେମାନଙ୍କ ଗ୍ରାହକ ଯୋଗାଡ କରିବାରେ ଲାଗିଥିଲେ । ଖବର ପାଇ ଏସଟିଏଫ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଗତ ୩ ବର୍ଷର ତଥ୍ୟକୁ ଯଦି ନଜର ପକାଇବା ବ୍ରାଉନ ସୁଗର ବିରୋଧରେ ଓଡିଶା ପୋଲିସର ସମସ୍ତ ବିଭାଗ ମିଶି ୨୦୧୬ରେ ୫୪୧ ଗ୍ରାମ, ୨୦୧୭ରେ ୧ କିଲୋ ୭୮୨, ୨୦୧୮ରେ ୬୩୫ ଗ୍ରାମ ଓ ୨୦୧୯ରେ ୨ କିଲୋ ୫୬୦ ଗ୍ରାମ ବ୍ରାଉନସୁଗର ଜବତ କରିଥିଲେ । ଓଡିଶାରୁ ଧଳ ଜହର ବାହାର କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ପ୍ରଥମେ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନସୁଗର ବିକ୍ରି କରୁଥିବା ଗ୍ୟାଙ୍ଗକୁ ଠାବ କରିବା ପରେ ଏଥିରେ ସମ୍ପୃକ୍ତ ଓଡିଶାର ଅନେକ କିଙ୍ଗପିନକୁ ଗିରଫ କରାଯାଇଥିଲା । ଏବେ କ୍ରାଇମବ୍ରାଞ୍ଚ ପଡୋଶୀ ରାଜ୍ୟ ପୋଲିସ ସହ ମିଶି ଏହି ଆନ୍ତଃରାଜ୍ୟ ଡ୍ରଗ ମାଫିଆଙ୍କୁ ଧରିବାକୁ ଏକ ପ୍ରକାର ଅଣ୍ଟା ଭିଡିଛି ।

ଦିନେ ଦୁଇ ଦିନ ମଧ୍ୟରେ ବିଭିନ୍ନ ସଂସ୍ଥା ଦ୍ୱାରା ବ୍ରାଉନସୁଗର ଧରାପଡ଼ୁଛି । ଏ ମଧ୍ୟରେ ବ୍ରାଉନ ସୁଗର ବେପାରୀ ଓ ପୋଲିସ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ପ୍ରମାଣ ମଧ୍ୟ ମିଳିଥିଲା । ଏବେ କ୍ରାଇମବ୍ରାଞ୍ଚ ଖୋର୍ଦ୍ଧା, ବାଲେଶ୍ୱର, ପୁରୀ ଅଞ୍ଚଳରୁ ଏତେ ପରିମାଣର ବ୍ରାଉନସୁଗର ଧରାପଡିବା ପରେ ଚୋରା ବେପାରର ଲିଙ୍କ ଖୋଜିବାରେ ପୋଲିସକୁ କେତେ ସଫଳତା ମିଳିବ, ତାକୁ ହିଁ ଅପେକ୍ଷା । 

 ଆହୁରି ପଢ଼ନ୍ତୁ; କରୋନାକୁ ନେଇ ସଜାଗ ଓଡ଼ିଶା, ବିଦେଶୀ ପର୍ଯ୍ୟଟକଙ୍କ ଉପରେ ନଜର