ବନ୍ଦ ହେବନି ବିଏସଏନଏଲ, ସୂଚନା ଦେଲେ ରବିଶଙ୍କର ପ୍ରସାଦ
Advertisement

ବନ୍ଦ ହେବନି ବିଏସଏନଏଲ, ସୂଚନା ଦେଲେ ରବିଶଙ୍କର ପ୍ରସାଦ

BSNL ଓ MTNLର ମିଶ୍ରଣ ହୋଇ ଚାଲିବ ସଂସ୍ଥା

BSNL ଓ MTNLର ମିଶ୍ରଣ ହୋଇ ଚାଲିବ ସଂସ୍ଥା

ଭୁବନେଶ୍ୱର: ଦୀର୍ଘଦିନର ଚର୍ଚ୍ଚା ଫର୍ଚ୍ଚା ହୋଇଛି । ଅନେକ ଦିନ ହେବ ଚାଲିଥିବା ଚର୍ଚ୍ଚା ଉପରେ ପଡ଼ିଛି ଯବନିକା । ବିଏସଏନଏଲ କମ୍ପାନୀ କ୍ଷତିରେ ଚାଲୁଥିବାରୁ ବନ୍ଦ ହୋଇଯିବା ନେଇ ଉଠିଥିବା ଗୁଜବ ଉପରେ ବୁଧବାର ବଡ଼ ନିଷ୍ପତ୍ତି ନେଇଛନ୍ତି ସରକାର । ବନ୍ଦ ହେବନି ବିଏସଏନଏଲ ବରଂ ଦୁଇଟି ସଂସ୍ଥାକୁ ମିଶାଇ ଆଗକୁ ଆହୁରି ମଜବୁତ ସଂସ୍ଥାରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କମିଟିରେ ଏହା ସ୍ଥିର କରାଯାଇଛି । ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସଏନଏଲ ଓ ମହାନଗର ଟେଲିଫୋନ ନିଗମ ଲିମିଟେଡ୍ ବା ଏମଟିଏନଏଲର ମିଶ୍ରଣ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି । ଏହି ଦୁଇ କମ୍ପାନୀ ବିପର୍ଯ୍ୟୟ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ତେଣୁ ଏହି କମ୍ପାନୀମାନଙ୍କୁ ବନ୍ଦ କରା ନ ଯାଇ ପୁନରୁଦ୍ଧାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । 

ଦୁଇ କମ୍ପାନୀର ସ୍ଥିତି ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ ସୋଭେରାନ ବଣ୍ଡ ଆକାରରେ ୧୫ ହଜାର କୋଟି ଟଙ୍କା ଓ ଆସେଟର ଆର୍ଥିକୀକରଣ ପାଇଁ ୩୮ ହଜାର ଟଙ୍କା ଦିଆଯିବାକୁ ସ୍ଥିର କରାଯାଇଥିବା କହିଛନ୍ତି ଟେଲିକମ ମନ୍ତ୍ରୀ ରବି ଶଙ୍କାର ପ୍ରସାଦ । 

ଏସବୁ ବାଦ୍ ୨୦୨୦ ମାର୍ଚ୍ଚ ସୁଦ୍ଧା ବିଏସଏନଏଲର ୪ଜି ଉପଲବ୍ଧ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ବିଏସଏନଏଲ ୨୦୧୦ ମସିହା ପାଖରୁ କ୍ଷତିରେ ଚାଲୁଥିବାବେଳେ ଜିଓ ଆସିବା ପରେ ଅଧିକ କ୍ଷତିରେ ଚାଲିଥିଲା ।