ରାଜ୍ୟପାଳଙ୍କ ଅଭିଭାଷଣ ସାରାଂଶ...
Advertisement

ରାଜ୍ୟପାଳଙ୍କ ଅଭିଭାଷଣ ସାରାଂଶ...

ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାର ଓ ଫାଇଭ ଟିକୁ ଯଥେଷ୍ଟ ଗୁରୁତ୍ୱ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଯଯତି ମହାନ୍ତି, ଭୁବନେଶ୍ୱର: ପରାମର୍ଶଭିତ୍ତିକ ପ୍ରଶାସନ ବିକାଶ ଯାତ୍ରାର ମୂଳମୁନ୍ତ୍ର । ରାଜ୍ୟପାଳଙ୍କ ଅଭିଭାଷଣରେ ମୋ ସରକାର ଓ ଫାଇଭ ଟିକୁ ଯଥେଷ୍ଟ ଗୁରୁତ୍ୱ । ଜାତୀୟ ଏଜେଣ୍ଡା ଆଧାରରେ ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବା ପାଇଁ ପଦକ୍ଷେପ ନିଆଯାଉଛି । କାଳିଆ ଯୋଜନାରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଓ ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ସହାୟତା ମିଳିବ । ୨୦୨୦-୨୧ରେ ୧.୮୪ ଲକ୍ଷ ହେକ୍ଟର ଚାଷଜମି ଜଳସେଚନ କରିବା ପାଇଁ ଲକ୍ଷ ରଖାଯାଇଛି । 
୨୦୧୪-୧୫ରୁ ଏ ପର୍ଯ୍ୟନ୍ତ ୨୩ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ କରି ଦେଶରେ ଅଗ୍ରଣୀ । ୨୦୨୪ ସୁଦ୍ଧା ସମସ୍ତଙ୍କ ଘରକୁ ପାଣି ଯୋଗାଯିବ । ମେଡିକାଲ କଲେଜ ପୁନ ବିକଶିତ ହେବ । ଉଚ୍ଚତର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଋଣ ପ୍ରୋତ୍ସାହନ ଯୋଜନା ଲାଗୁ ହେବ । ପଛୁଆ ବର୍ଗ ର ୧୦ ହଜାର ଛାତ୍ରଛାତ୍ରୀ ଆବାସିକ ସୁବିଧା ଯୋଗାଇ ଦିଆଯିବ। ଋଣଗ୍ରସ୍ତ ଅବସ୍ଥାରୁ ଆସି ସ୍ଥିରତା ହାସଲ କରିଛନ୍ତି ସରକାର । ୨୦୦୨-୦୩ ମୋଟ ଋଣ ଘରୋଇ ଅନୁପାତ ୫୦.୭ ପ୍ରତିଶତ ଥିଲା । ଏବେ ୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ୧୬. ୮ ପ୍ରତିଶତରେ ପହଞ୍ଚିଛି । 

ପୁରୀ ପାଇଁ ୨୩୦୮ କୋଟି ଟଙ୍କା ବ୍ୟୟରେ ୧୫ଟି ପ୍ରକଳ୍ପ କରାଯିବ । ଅନ୍ୟ ୬ଟି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୯ଶହ କୋଟି । ଆସନ୍ତା ବର୍ଷ ୨୫୦ଟି ସେତୁ,୨୫୪୨ କିଲୋମିଟର ରାସ୍ତା ନିର୍ମାଣ ହେବ । ସଡ଼କ ଦୁର୍ଘଟଣା କମାଇବା ପାଇଁ ସଡକ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ ହେଉଛି । ପର୍ଯ୍ୟଟନ ସ୍ଥଳୀର ବିକାଶ ୪ଟି ବୃହତ ପ୍ରକଳ୍ପ ଓ ୧୩ ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ବିକାଶ କରାଯିବ । ପୁରୀ କୋଣାର୍କ ମେରାଇନ ଡ୍ରାଇଭ, ତାଳେଶ୍ୱର- ଉଦୟ ପୁରରେ ସମୁଦ୍ର ତଟ ବିଶ୍ୱସ୍ତରୀୟ ବେଳାଭୂମିରେ କଟେଜ ନିର୍ମାଣ ହେବ ।

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସରକାରଙ୍କ ଫୋକସରେ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଜଳସେଚନ, କୃଷି ସହାୟତା, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଭିତ୍ତିଭୂମି ରହିଛି । ଓଡିଶାକୁ ପରବର୍ତ୍ତୀ ପର୍ଯ୍ୟାୟରେ ନେବା ପାଇଁ ଏହା ସହାୟକ ହେବ । ୪୮ ଲକ୍ଷ ୩୮ ହଜାର ୫୪୮ ଜଣଙ୍କୁ ସାମାଜିକ ସୁରକ୍ଷା ପେନସନ ଯୋଗାଇ ଦିଆଯାଉଛି । ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ସହ ୨୫ ଲକ୍ଷ ଭୂମିହୀନ କୃଷକ ପରିବାରଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଛି । ଡିସେମ୍ବର ୨୦୧୯ ସୁଦ୍ଧା ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ୪୦୭୨ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨ ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟା ସମ୍ପୂର୍ଣ୍ଣ ହୋଇଛି । ୨୦୨୦ -୨୧ ବର୍ଷରେ ପ୍ରାୟ ୧:୮୪ ଲକ୍ଷ ହେକଟର ଚାଷ ଜମିକୁ ଜଳ ସେଚନ ସୁବିଧା ଯୋଗାଇବା  ପାଇଁ ଲକ୍ଷ ରଖିଛନ୍ତି । ଓଡିଶା ପବ୍ଲିକ ସର୍ଭିସ କମିଶନ ପରୀକ୍ଷା ମାଧ୍ୟମରେ ଓଡିଶା ଡାକ୍ତରୀ ଚିକିତ୍ସା ସେବା କ୍ୟାଡରରେ ଖୁବଶୀଘ୍ର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତି ଦେବେ ସରକାର । 

ଡାକ୍ତରଖାନା ଗୁଡିକରେ ପରିମଳ ବ୍ୟବସ୍ଥା ଉନ୍ନତି ଆଣି ଜନସ୍ୱାସ୍ଥ୍ୟ ସୁବିଧା ଗୁଡିକର ଉଲ୍ଲେଖନୀୟ ପରିବର୍ତ୍ତନ ନିମନ୍ତେ "ନିର୍ମଳ" ନାମକ ଯୋଜନା ଆରମ୍ଭ ହୋଇଛି । ୨୦୨୪ ମସିହା ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ ସଂଯୋଗ ଜରିଆରେ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ଯୋଜନା । ବିନା ଅସୁବିଧାରେ ଋଣ, ସାର, ବିହନ, ଗୋଦାମ ଘର ସୁବିଧା, ଋଣ ସଂଯୋଗିକରଣ, ବଜାର ସୁବିଧା, କୃଷି ଯନ୍ତ୍ରପାତି ଭଡାରେ ଆଣିବା ବ୍ୟବସ୍ଥା ସହିତ ଗୋଟିଏ ଛାତ ତଳେ ମାଇକ୍ରୋ ଏଟିଏମ୍ ସୁବିଧା ସହ ପ୍ରାଥମିକ କୃଷି ସମବାୟ ସମିତି ଗୁଡିକୁ ଏକକ ସମାଧାନ କେନ୍ଦ୍ର ରୂପେ ପରିବର୍ତିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

୨୦୧୯ ସୁଦ୍ଧା ଖଣିଜ ଦ୍ରବ୍ୟରୁ ରୟାଲିଟି ଆକାରରେ ୭୭୪୭,୬୭ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ଯାହାକି ଗତବର୍ଷ ଏହି ସମୟ ମଧ୍ୟରେ ଅଦାୟ ତୁଳନାରେ ୭ ପ୍ରତିଶତ ଅଧିକ। ୨୦୨୦-୨୧ ଶିକ୍ଷା ବର୍ଷରୁ ୩୬ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରୀ କରିବାକୁ ସରକାରଙ୍କ ନିଷ୍ପତ୍ତି । ରାଜ୍ୟରେ ଓଡ଼ିଶା ସମନ୍ୱିତ ଜଳ ସେଚନ ପ୍ରକଳ୍ପ ଜରିଆରେ ପ୍ରାୟ ୨୦୦ ଟି କ୍ଷୁଦ୍ର ଜଳ ସେଚନ ଭଣ୍ଡାରର ଉନ୍ନତିକରଣ କାର୍ଯ୍ୟ ହାତକୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ବ୍ୟତୀତ ପ୍ରାୟ ୧୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବା ସହ କମାଣ୍ଡ ଏରିଆ ଅନ୍ତର୍ଗତ ବୃହତ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପ ଗୁଡିକରେ ୦.୭୭ ଲକ୍ଷ ହେକ୍ଟର ଅଞ୍ଚଳରେ କ୍ଷେତ୍ରନଳି ନିର୍ମାଣ କରିବାକୁ ସରକାରଙ୍କ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ୫.୨୨ କୋଟି ଏଲଇଡି ବଲ ଯୋଗାଇ ଦେଇ ବର୍ଷକୁ ୬ ହଜାର ୭୮୨.୭୬ ମେଗା ୟୁନିଟ ଶକ୍ତି ସଞ୍ଚୟ ହେଉଛି । ଶକ୍ତି ଆବଶ୍ୟକ ପଡୁଥିବା ସମୟରେ ୧୩୫୮ ମେଗାୱାଟ ଶକ୍ତି କମ ବ୍ୟବହୃତ ହେଉଛି । ସମଗ୍ର ରାଜ୍ୟରେ ୧.୬୬ ଲକ୍ଷ ଏଲଇଡି ଟ୍ୟୁବ ଲାଇଟ ଓ ୩୭ ହଜାର ୫୪୨ ଷ୍ଟାର ଚିହ୍ନଟ ପଙ୍ଖା ବିତରଣ କରିଛନ୍ତି ସରକାର ।

ରାଜ୍ୟପାଳଙ୍କ ଅଭିଭାଷଣ ସାରାଂଶ...

୧- ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ମିଳିଛି ସହାୟତା
୨ - ୩୦ ଲକ୍ଷ ଲୋକ ନିର୍ମାଣ ଶ୍ରମିକ ଉପକୃତ
୩ - ୯୩ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି
୪ - ୪୮ ଲକ୍ଷ ଲୋକ ସାମାଜିକ ସଶକ୍ତିକରଣରେ ସାମିଲ
୫ - ୨୫ ଲକ୍ଷ ଲୋକଙ୍କୁ ମିଳିଛି ପକ୍କାଘର
୬ - ୧୯ ଲକ୍ଷ ଲୋକ ନରେଗା ମାଧମରେ ଉପକୃତ
୭ - ୬୦ ଲକ୍ଷ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇଛନ୍ତି
୮ - ୪୦ ଲକ୍ଷ ମହିଳା ମମତା ଯୋଜନାରେ ସାମିଲ
୯ - ୪୭ ଲକ୍ଷ ଛାତ୍ରଛାତ୍ରୀ ଶିକ୍ଷା ବ୍ୟବସ୍ଥାରେ ଉପକୃତ ହୋଇଛନ୍ତି
୧୦ - ୧୬ ଲକ୍ଷ ଲୋକ କ୍ଷୁଦ୍ର ଅଣୁ ଓ ମଧ୍ୟମ ଉଦ୍ୟଗ ଦ୍ଵାରା ଉପକୃତ