• ରାତି ପାହିଲେ ଗଣତନ୍ତ୍ର ଦିବସ । କେନ୍ଦ୍ରୀୟ ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା ।
  • ଅଭିନେତା ଶାନ୍ତି ମିଶ୍ରଙ୍କ ପରଲୋକ ।
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • ରାଜ୍ୟରେ ହୁ ହୁ ହୋଇ ବଢୁଛି ତେଲ ଦର । ମାଲକାନଗିରିରେ ୯୧ ଛୁଇଁଲା ତେଲ । ରାଜଧାନୀରେ ୮୫ ପାର ।
  • ଲଦାଖରେ ଚୀନ ସେନାର ଅନୁପ୍ରବେଶ । ଭାରତୀୟ ସୀମା ମଧ୍ୟରେ ଥିବା ରାସ୍ତା ବ୍ୟବହାର କରୁଥିବା ନେଇ ଲଦାଖବାସୀଙ୍କ ସୂଚନା ।
  • ଭାରତ-ଚୀନ କର୍ପ୍‌ସ କମାଣ୍ଡର ସ୍ତରୀୟ ବୈଠକ ଶେଷ । ମୋଲ୍‌ଡୋରେ ୧୫ ଘଣ୍ଟା ଧରି ଚାଲିଥିଲା ନବମ ପର୍ଯ୍ୟାୟ ଦ୍ବିପାକ୍ଷିକ କଥାବାର୍ତ୍ତା ।

ପାରାଦୀପଠୁ ୯୫ କିଲୋମିଟର ଦୂରରେ ରହିଛି ବୁଲ୍‌ବୁଲ୍

ଆଜି ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରଭାବିତ ହୋଇଛି । ଭଦ୍ରକ ଧାମରାରେ ୧୧୦ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି ।

ପାରାଦୀପଠୁ ୯୫ କିଲୋମିଟର ଦୂରରେ ରହିଛି ବୁଲ୍‌ବୁଲ୍

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍’ ଅତି ଭୟଙ୍କର ରୂପ ଧାରଣ କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼େ ମୁହାଁଉଛି । ଏବେ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ପାରାଦୀପ ବନ୍ଦର ଠାରୁ ୯୫ କିମି ଦୂରରେ ରହିଛି  ବୁଲ୍‌ବୁଲ୍ । ଆଜି ରାତିସୁଦ୍ଧା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ । ଏହାର ପ୍ରଭାବରେ ଆଜି ସକାଳ ଠାରୁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସାଙ୍ଗକୁ ପବନ ବହିବା ଆରମ୍ଭ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ବାତ୍ୟା ବୁଲବୁଲ ପାରାଦୀପ ଠାରୁ ୧୩୪ କିମି ଦୂରରୁ ଅତିକ୍ରମ କରି ପଶ୍ଚିମବଙ୍ଗର ସୁନ୍ଦରବନ ଠାରେ ସ୍ଥଳଭାଗ ଛୁଇଁବ । ଘଣ୍ଟାପ୍ରତି ୧୫ କିମି ବେଗରେ ଓଡିଶା ଉପକୂଳ ନିକଟ ଦେଇ ଗତି କରୁଛି ବାତ୍ୟା ବୁଲବୁଲ୍ । 

ବାତ୍ୟା ବୁଲ୍‌ବୁଲ୍ ପ୍ରଭାବରେ ବର୍ଷାର ପରିମାଣ ବଢିବାରେ ଲାଗିଛି । ଚାନ୍ଦବାଲି, ଧାମରା ଓ ଧାମନଗର ଅଞ୍ଚଳରେ ବର୍ଷାର ପରିମାଣ ବୃଦ୍ଧି ପାଉଛି । କାଲିଠାରୁ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପବନ ବହିବା ସହ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ବାତ୍ୟା ବୁଲବୁଲର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି  ବୁଲବୁଲ ପ୍ରଭାବକୁ ଦେଖି ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ଆସିଥିବା ବ୍ୟବସାୟୀଙ୍କୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ସମୁଦ୍ର କୂଳରେ ଅସ୍ଥାୟୀ ଭାବେ ରହୁଥିବା ବ୍ୟବସାୟୀଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ।