close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ବୁଲବୁଲ କ୍ଷୟକ୍ଷତି ନେଇ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ବୈଠକ

ବୈଠକରେ ସ୍ଵତନ୍ତ୍ର ରିଲିଫ କମିସିନର, ସେସୁ ସିଇଓ, ଶକ୍ତି ବିଭାଗ ସଚିବ, କୃଷି ସଚିବ, ପୂର୍ତ୍ତ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ବୁଲବୁଲ କ୍ଷୟକ୍ଷତି ନେଇ ମୁଖ୍ୟଶାସନ ସଚିବଙ୍କ ସମୀକ୍ଷା ବୈଠକ

ଶାନ୍ତ ସ୍ୱରୂପ ରାଉତ, ଭୁବନେଶ୍ୱର: ବୁଲବୁଲ କ୍ଷୟକ୍ଷତି ଆକଳନ ନେଇ ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ବସିଛି l ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଶନିବାର ବାତ୍ୟା ବୁଲବୁଲରେ କ୍ଷତି ହୋଇଥିବା ଆକଳନ ନେଇ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେସିଂ ଜରିଆରେ ସମୀକ୍ଷା କରିଛନ୍ତି  l ବୈଠକରେ ସ୍ଵତନ୍ତ୍ର ରିଲିଫ କମିସିନର, ସେସୁ ସିଇଓ, ଶକ୍ତି ବିଭାଗ ସଚିବ, କୃଷି ସଚିବ, ପୂର୍ତ୍ତ ବିଭାଗ, ଗୃହ ଓ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l ବିଶେଷ କରି ୫ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରପଡା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲ୍ଲା ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବାରୁ ଏହା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି  l 

ତେବେ ୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରୁ ୨ ଲକ୍ଷରୁ ଅଧିକ ହେକ୍ଟର ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ଦିଆଯାଇଛି l  ଏହାସହ ୫,୫୦୦ ଘର ପ୍ରଭାବିତ ହୋଇଥିବା ବେଳେ ବଳକା ଭଙ୍ଗଘର ରିପୋର୍ଟ ଜିଲ୍ଲାପାଳଙ୍କ ଦ୍ୱାରା ୭ ଦିନ ମଧ୍ୟରେ ଦେବାକୁ କୁହାଯାଇଛି l ତେବେ ଏସଇସିସି ତାଲିକାରେ ନାଁ ଥିବା ହିତାଧିକାରୀ ଓ ଏସଇସିସି ତାଲିକାରେ ନାଁ ନଥିବା ହିତାଧିକାରୀଙ୍କ ଦୁଇଟି ତାଲିକା ଦେବାକୁ କୁହାଯାଇଛି, ଯାହାଦ୍ୱାରା ଏସଇସିସି ତାଲିକାରେ ନାଁ ନଥିବା ହିତାଧିକାରୀଙ୍କୁ ଘରଭଙ୍ଗା ସହାୟତା ଓ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ସହ ତାଲିକାଭୁକ୍ତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦିଆଯିବ l ସେହିପରି ଗଣମାଧ୍ୟମରେ ପ୍ରକାଶିତ ତିନି ଜଣଙ୍କ ମୃତ୍ୟୁ ଖବରରୁ ଦୁଇ ଜଣଙ୍କର ବାତ୍ୟା ଜନିତ ହୋଇନଥିବା ବେଳେ ଜଣ ମୃତ୍ୟୁ ନେଇ ରିପୋର୍ଟ ପ୍ରସ୍ତୁତ କରାଯାଉଛି  l

ସେହିପରି ବିଦ୍ୟୁତ କ୍ଷେତ୍ରରେ ୧୬ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିବା ବେଳେ ୧୫ଲକ୍ଷ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଣ ସରିଛି ଏବଂ ସୋମବାର ସୁଦ୍ଧା ୭୦ ହଜାର ଓ ମଙ୍ଗଳବାର ସୁଦ୍ଧା ବଳକା ୩୦ ହଜାର ଲୋକଙ୍କୁ ବିଦ୍ୟୁତ ଯୋଗାଇଦିଆଯିବାକୁ ଲକ୍ଷ୍ୟ ରହିଛି   l ଏହାସହ ଯେଉଁଠାରେ ବିଦ୍ୟୁତ ସମସ୍ୟା ହେତୁ ପାନୀୟ ଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଛି ସେଠାରେ ଟ୍ୟାଙ୍କର ଓ ଡିଜି ଲଗାଇ ପାଣି ଯୋଗାଇ ଦିଆଯାଉଛି  l ସେହିପରି ୧୫ଟି ଗୃହ ପାଳିତ ପଶୁ ସହ ୫୦ଟି କୁକୁଡ଼ାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l କେନ୍ଦ୍ରାପଡା ଓ ଜଗତସିଂହପୁର ରେ କିଛି ବୋଟ ମଧ୍ୟ କ୍ଷତି ହୋଇଛି l ଏହାସହ କେନ୍ଦ୍ରାପଡାରେ ୭୦ ହେକ୍ଟର କଦଳୀ ପନିପରିବା କ୍ଷତି ହୋଇଛି  l

ତେବେ ତାଲିକା ପ୍ରସ୍ତୁତ ବେଳେ ଚାଷୀମାନଙ୍କ ସହ ଭିଡିଓ ଓ ଫଟୋ ଉଠାଇ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  l  ବୌଠକ ପରେ ଏସଆରସି ପ୍ରଦୀପ ଜେନା ଏହା ସୂଚନା ଦେଇଛନ୍ତି l