ଆମେ ସଜାଗ ଅଛୁ: ମୁଖ୍ୟ ଶାସନ ସଚିବ
ଆଜି ରାତିସୁଦ୍ଧା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲବୁଲ ।
Trending Photos

ଭୁବନେଶ୍ୱର: ଆଜି ରାତିସୁଦ୍ଧା ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍ବୁଲ୍ । ହେଲେ ଏଥିଯୋଗୁ ଓଡ଼ିଶାରେ ବିଶେଷ କ୍ଷୟକ୍ଷତି ହେବ ନାହିଁ। ଏଠାରେ ସ୍ଥିତି ଭଲ ଅଛି । ୭୦ରୁ ୮୦ କିମି ବେଗରେ ପବନ ବହୁଛି, ଧୀରେ ଧୀରେ ତାହା କମିଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।
ଆଜି ସକାଳେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ । ଏଥିସହ ସେ କହିଛନ୍ତି, ‘ବୁଲ୍ବୁଲ୍’ ଯୋଗୁ ଏ ଯାବତ ଧାମରା, କେନ୍ଦ୍ରାପଡ଼ା, ପାରାଦୀପ ଆଦି କିଛି ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ହେଲେ କୌଣସିଠାରେ ଘର ଭାଙ୍ଗି ନ ଥିବା ବେଳେ ମୃତାହତ ଓ କ୍ଷୟକ୍ଷତିର ସୂଚନା ମିଳିନି । କିନ୍ତୁ ବର୍ତ୍ତମାନ ସୁଦ୍ଧା ସବୁ କ୍ଷୟକ୍ଷତିର ସୂଚନା ମିଳିପାରିନି। ପଶ୍ଚିମବଙ୍ଗ ଧୀବରମାନଙ୍କୁ ଧାମରା ଓ ତାଳଚୁଆରେ ସୁରକ୍ଷିତ ଭାବେ ରଖାଯାଇଛି ।
More Stories
Comments - Join the Discussion