ଆଜି ରାଜ୍ୟ କ୍ୟାବିନେଟ ବୈଠକ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଆଜି ଦିନ ୧୨ଟା ୧୫ମିନିଟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ବସିବ । ଆଜି ଦିନ ୧୨ଟା ୧୫ମିନିଟରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ମନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ମୋଟ ୨୦ଟି ପ୍ରସ୍ତାବ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ଏହି ବୈଠକରେ ଶୀତକାଳୀନ ଅଧିବେଶନରେ ଆଗତ ହେବାକୁ ଥିବା ବିଲ୍ ଉପରେ କ୍ୟାବିନେଟ ମଞ୍ଜୁରୀ ନିଆଯିବ । ପୌରାଞ୍ଚଳ ଓ ମହାନଗର ନିଗମ ଆଇନରେ ସଂଶୋଧନ ପ୍ରସ୍ତାବ ଆଗତ ନେଇ ଆଲୋଚନା ହେବ ।

ବିଧାନସଭା ଚାଲିଥିବାରୁ ମନ୍ତ୍ରୀମାନଙ୍କୁ କ୍ୟାବିନେଟର ଏଜେଣ୍ଡା ଦିଆଯାଇ ନାହିଁ । ତେବେ ମୋଟ ୬ଗୋଟି ଏଜେଣ୍ଡା ଉପରେ ଆଲୋଚନା ହେବ ବୋଲି ସୂଚନା ରହିଛି ।