• ଆଜି ଉପସ୍ଥାପନ ହେବ ରାଜ୍ୟ ବଜେଟ
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କରିବେ ଉପସ୍ଥାପନ
  • ବଜେଟ-୨୦୨୦ ଉପରେ ରାଜ୍ୟବାସୀଙ୍କ ନଜର
  • ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ କାର୍ ଦୁର୍ଘଟଣା
  • ୪ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ଇଷ୍ଟାଗ୍ରାମରେ କୋହଲିଙ୍କ ବିରାଟ ରେକର୍ଡ
  • ପ୍ରଥମ ଭାରତୀୟ ଭାବେ ୫୦ ମିଲିୟନ ଫଲୋୟର୍ସ

ବର୍ଜ୍ୟବସ୍ତୁରୁ କାଫେ

ବର୍ଜ୍ୟବସ୍ତୁ ରୁ ସ୍ୱତନ୍ତ୍ର କାଫେ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱରର ଜଣେ ଯୁବକ 

ବର୍ଜ୍ୟବସ୍ତୁରୁ କାଫେ
ବର୍ଜ୍ୟବସ୍ତୁ ରୁ ସ୍ୱତନ୍ତ୍ର କାଫେ ପ୍ରସ୍ତୁତ କରିଛନ୍ତି ଭୁବନେଶ୍ୱରର ଜଣେ ଯୁବକ

bhubଭୁବନେଶ୍ୱର: ବର୍ଜ୍ୟବସ୍ତୁ ରୁ କାଫେ । ଏପରି ଏକ ସ୍ୱତନ୍ତ୍ର କାଫେ ପ୍ରସ୍ତୁତ କରିଛନ୍ତି ଜଣେ ଯୁବକ ।  ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ ‘ଡେଲିଶ୍ କାଫେ’ ନାଁ ବିଭିନ୍ନ ବର୍ଜ୍ୟ ବସ୍ତୁକୁ ନେଇ ଏକ ମାସରେ ସେ ସମ୍ଭବ କରିପାରିଛନ୍ତି, ଯାହାକୁ ଯୁବପିଢି ହେଉ ଅବା ବୟସ୍କ, ବିଭିନ୍ନ ସେଲିବ୍ରେସନ ଓ ପାର୍ଟି ପ୍ଲେସ୍ ଭାବେ ବ୍ୟବହାର କରିପାରିବେ । ଏହି ମୁକ୍ତାକାଶ କାଫେକୁ ମାଗଣାରେ ଯୋଗାଇଦେଉଛନ୍ତି ମାନସ ।

ବର୍ଜ୍ୟବସ୍ତୁରୁ ମୁକ୍ତାକାଶ କାଫେ । ଭାଙ୍ଗି ଯାଇଥିବା ପାଣି ଟାଙ୍କି ସ୍ଲାବରୁ ଡାଇନିଂ ଟେବୁଲ, ପୁରୁଣା ଅଖା ଏବଂ ଘିଅ ଡବାରୁ ଫୁଲ କୁଣ୍ଡ, ପୁରୁଣା କାଚ ବୋତଲରୁ ଡିଜାଇନ ଲାଇଟ୍, ନଷ୍ଟ ଟାୟାରରୁ ଗଛ କୁଣ୍ଡ । କେବଳ ଏତିକିରେ ଗଢା ‘ଡେଲିଶ୍ କାଫେ’। ସଂପୂର୍ଣ୍ଣ ବର୍ଜ୍ୟବସ୍ତୁ ଓ ଅନାବଶ୍ୟକ ସାମଗ୍ରୀକୁ ନେଇ ତିଆରି ହୋଇଛି ଏହି କାଫେ । ଏପରିକି ବାତ୍ୟା ଫନିରେ ଉଡିକି ପଡିଥିବା ଜାଲିର ଚତୁଃପାର୍ଶ୍ୱ ଡେକୋରେସନ କରାଯାଇଛି । ଯାହାକୁ ନିଜ ହାତରେ ମାତ୍ର ଏକ ମାସରେ ତିଆରି କରିବାରେ ସଫଳ ହୋଇଛନ୍ତି ଡୁମଡୁମା ଅଞ୍ଚଳର ମାନସ ସାହୁ । ଯାହାକୁ ଯେ କୌଣସି ପ୍ରକାର ଛୋଟମୋଟ ସେଲିବ୍ରେସନ କ୍ଷେତ୍ରରେ ବିଭିନ୍ନ ବର୍ଗର ଲୋକେ ମାଗଣାରେ ବୁକ୍ କରିପାରିବେ ।

ଏହାସହ ଲୋକମାନଙ୍କୁ ସୁହାଇଲା ଭଳି ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟକର ଖାଇବା ଯୋଗାଇବା ଲକ୍ଷ୍ୟରେ ମଧ୍ୟ ବିଭନ୍ନ ପ୍ରକାର ଖାଦ୍ୟ ଉପଲବ୍ଧ କରାଯାଇଛି । ମାନସ ନିଜେ ଏହି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ବିଭିନ୍ନ ଭେରାଇଟି ଖାଦ୍ୟ, ଡ୍ରିଙ୍କସ ଆଦି ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ସେ ପରଷୁଛନ୍ତି ।

ତେବେ ଛାତ ଉପରେ ମୁକ୍ତାକାଶରେ ତିଆରି ହୋଇଥିବା ଏହି ସ୍ଥାନକୁ ବିଭିନ୍ନ ପର୍ଯ୍ୟଟକ ଓ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି । ରୁଫ୍ ଟପ୍ ପାର୍ଟି ହେଉ  ଅବା ଜନ୍ମ ଦିନ କିମ୍ବା ବ୍ୟାଚେଲର ପାର୍ଟି । ସବୁ ପ୍ରକାର କାର୍ଯ୍ୟକ୍ରମରେ ଏହାକୁ ବ୍ୟବହାର କରିହେବ ।

ଘରେ ହେଉ ଅବା ବାହାରେ, ଛୋଟ ମୋଟ ସେଲିବ୍ରେସନ ପାଇଁ ବିଭିନ୍ନ ଘରୋଇ ସ୍ଥାନ ବୁକ୍ କଲେ ବ୍ୟୟବହୁଳକୁ ଦୃଷ୍ଟିରେ ରଖି ସହରର ପେଁ ପାଁ ଧାଁ ଦୌଡ଼ ଭିଡ଼ ପରିବେଶରୁ ଦୂରେଇ ଉପକଣ୍ଠରେ ପ୍ରସ୍ତୁତ ଏହି କାଫେ ବା ରେସ୍ତୋରାଁର ମଜା ଲୋକମାନେ ନେଇପାରିବେ ।