• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ହୃଦରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ହାର୍ଟ ସର୍ଜରୀ ୟୁନିଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

  ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ କ୍ୟାପିଟାଲ ହସ୍ପିଟାଲରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଭାତ କୁମାର ଦାସ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ।

ହୃଦରୋଗୀଙ୍କ ପାଇଁ ଖୋଲିବ ସ୍ୱତନ୍ତ୍ର ହାର୍ଟ ସର୍ଜରୀ ୟୁନିଟ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ଆଡ଼ଭାନ୍ସ କାର୍ଡ଼ିଆକ୍ ୟୁନିଟ୍ । ହୃଦରୋଗୀଙ୍କ ଉନ୍ନତ ଚିକିତ୍ସା ଏବେ ସମ୍ଭବ ହୋଇପାରିବ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ । ସତ୍ୟସାଇ ହାର୍ଟ ଇନଷ୍ଟିଚ୍ୟୁଟରେ ମୁଖ୍ୟ ଭାବେ କାମ କରୁଥିବା ଓଡ଼ିଆ ଡ଼ାକ୍ତର ପ୍ରଭାତ କୁମାର ଦାସ ହେବେ ମୁଖ୍ୟ ପରାମର୍ଶଦାତା । ତାଙ୍କ ପରାମର୍ଶ ଅନୁସାରେ କ୍ୟାପିଟାଲ ହସ୍ପିଟାଲରେ ଭିତିଭୂମିର ବିକାଶ ସାଙ୍ଗକୁ ହୃଦ ରୋଗୀଙ୍କୁ ମିଳିବ ସବୁ ପ୍ରକାର ଚିକିତ୍ସା । ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ହୃଦ ରୋଗର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ ହେବ କ୍ୟାପିଟାଲ ହସ୍ପିଟାଲରେ । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଭାତ କୁମାର ଦାସ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିବା ପରେ ଏହି ସୂଚନା ଦେଇଛନ୍ତି ।
୧୯୫୪ରେ ମାତ୍ର ୬୦ଟି ଶଯ୍ୟାକୁ ନେଇ ଆରମ୍ଭ ହୋଇଥିଲା କ୍ୟାପିଟାଲ ହସ୍ପିଟାଲ ।  ଏବେ ହସ୍ପିଟାଲର କଳେବର ବଦଳିବା ସାଙ୍ଗକୁ ରୋଗୀଙ୍କ ସଂଖ୍ୟା ବି ବହୁତ ପରିମାଣରେ ବଢିଗଲାଣି । କେବଳ ଭୁବନେଶ୍ୱର ନୁହେଁ, ଆଖାପାଖ ନୟାଗଡ଼, ପୁରୀ ସହ ଖୋର୍ଦ୍ଧା ଜିଲ୍ଲାର ଅନେକ ରୋଗୀ ନିର୍ଭର କରିଥନ୍ତି ଏହି ହସ୍ପିଟାଲ ଉପରେ । ଏବେ ଏହାର ଶଯ୍ୟା ସଂଖ୍ୟା ପ୍ରାୟ ୬୫୦ରେ ପହଞ୍ଚିଛି । କ୍ୟାପିଟାଲ ହସ୍ପିଟାଲରେ ଡ଼ାକ୍ତରୀ ପିଜି ପାଠ୍ୟକ୍ରମ ଖୋଲିବାକୁ ମଧ୍ୟ ସରକାର ପୂର୍ବରୁ ନିଷ୍ପତି ନେଇଛନ୍ତି । ଏହା ସାଙ୍ଗକୁ ଏବେ ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ବଢୁଥିବାରୁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଉନ୍ନତ ମାନର କାର୍ଡ଼ିଆକ୍ ୟୁନିଟ୍ ଖୋଲିବାକୁ ନିଷ୍ପତି ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ କାର୍ଡ଼ିଓଲୋଜି ବିଭାଗରେ କ’ଣ ଭିତିଭୂମି ରହିଛି? ଉନ୍ନତ ମାନର ହୃଦରୋଗ ଚିକିତ୍ସା ପାଇଁ ଆଉ କ’ଣ ଆବଶ୍ୟକତା ଅଛି ? ହୃଦରୋଗର କେଉଁ କେଉଁ ସୁବିଧା ରୋଗୀଙ୍କୁ ମିଳିବା ଦରକାର ? କେତେ ଜଣ ଡାକ୍ତର ଏବଂ ପାରାମେଡ଼ିକାଲ କର୍ମଚାରୀ ନିହାତି ଦରକାର ରହିଛି ? ଏସବୁ ବିଷୟରେ ଜାଣିବାକୁ ଖୋଦ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପହଞ୍ଚିଥିଲେ କ୍ୟାପିଟାଲ ହସ୍ପିଟାଲରେ । ସାଙ୍ଗରେ ଥିଲେ ଭାରତର ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ଡ଼ାକ୍ତର ପ୍ରଭାତ କୁମାର ଦାସ । ଏବେ ତ୍ୟସାଇ ହାର୍ଟ ଇନଷ୍ଟିଚ୍ୟୁଟ ଦାୟିତ୍ୱରେ ଡ଼ାକ୍ତର ଦାସ ଅଛନ୍ତି । ହେଲେ ସେ ଜଣେ ଓଡ଼ିଆ ହୋଇଥିବାରୁ ରାଜ୍ୟ ସରକାର ତାଙ୍କ ସହାୟତା ଲୋଡ଼ିଛନ୍ତି ଏବଂ ଡ଼ାକ୍ତର ଦାସ ମଧ୍ୟ ସମ୍ମତି ଦେଇଛନ୍ତି ।

ଖୁବଶୀଘ୍ର କଟକର ଏସସିବି ପରି ରାଜଧାନୀର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର କାର୍ଡ଼ିଆକ୍ ୟୁନିଟ୍ ଖୋଲିବ।  ବର୍ଷକ ମଧ୍ୟରେ ଏହା ସ୍ୱୟଂ ସମ୍ପୂର୍ଣ୍ଣ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି, ଯାହା ଦ୍ୱାରା ପ୍ରାୟ ୧୨ଲକ୍ଷ ରୋଗୀ ଉପକୃତ ହୋଇପାରିବେ ।