ପ୍ରଥମ ଦିନରେ କଟିଲା ୧୫୪୫ ବିଜୁଳି ସଂଯୋଗ
Advertisement

ପ୍ରଥମ ଦିନରେ କଟିଲା ୧୫୪୫ ବିଜୁଳି ସଂଯୋଗ

୧୫୪୫ ଜଣଙ୍କ ଲାଇନ୍ କାଟିଲା ସେସୁ 

ପ୍ରଥମ ଦିନରେ କଟିଲା ୧୫୪୫ ବିଜୁଳି ସଂଯୋଗ

ଭୁବନେଶ୍ୱର:  ଆଜି ଠାରୁ ଆରମ୍ଭ ହୋଇଛି ସେସୁର ଲାଇନ୍ କଟା ଅଭିଯାନ । ଦୀର୍ଘ ମାସ ଧରି କିମ୍ବା ମାତ୍ରାଧିକ ବିଲ୍ ପୈଠ କରି ନ ଥିବା ଉପଭୋକ୍ତାଙ୍କ ଲାଇନ୍ କାଟି ଦେଇଛି ସେସୁ । ଫଳରେ ଅନ୍ଧାରରେ ନ ହେଲେ ଧାରକରଜ କରି ବିଲ୍ ଡିପୋଜିଟ୍ କରିଛନ୍ତି ଖିଲାପକାରୀ ଗ୍ରାହକ । ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ବ୍ୟବସାୟିକ ପ୍ରତିଷ୍ଠାନର ଲାଇନ କାଟିଛି ସେସୁ । ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଏହି ବିଲ୍ ଦାଖଲ କରିହେବ । କିନ୍ତୁ ଏହା ପରେ ଆଉ ତ୍ରାହି ନାହିଁ । ପ୍ରଥମ ଦିନରେ ୫ କୋଟି ୩୮ ଲକ୍ଷ ଟଙ୍କାର ବିଲ ଆଦାୟ ହୋଇଛି । 

 ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଫେଜ୍ ୨ର ଚନ୍ଦକା ଶିଳ୍ପାଞ୍ଚଳ । ଏହି ଘରେ ପ୍ରଥମେ ସେସୁ ସ୍ବ୍କାଡର ପଡିଥିଲା ରେଡ୍ । ଏକ ଲେଡିଜ୍ ହଷ୍ଟେଲ ଚାଲୁଥିବା ଏହି ଘରେ ବାକି ପଡିଛି ଏକ ଲକ୍ଷ ୧୮ ହଜାର ଟଙ୍କାର  ଇଲେକଟ୍ରିକ୍ ବିଲ୍  । ପ୍ରଥମେ ସ୍ବ୍କାଡ ପହଞ୍ଚି ବକେୟା ବିଲ୍ ବାବଦରେ ପଚାରିଥିଲା । ଟଙ୍କା ବଦଳରେ ଘର ମାଲିକ ବାହାନା ଦେଖାଇଥିଲେ , ହେଲେ କୌଣସି କଥାକୁ କର୍ଣ୍ଣପାତ କରି ନ ଥିଲା ସେସୁ । ଏହା ପରେ ଖୁଣ୍ଟରେ ସିଡି ପକାଇ ଇଲେକଟ୍ରିକ୍ କନେକ୍ସସନ୍ କାଟି ଦେଇଥିଲା ସେସୁ । ସେହିପରି ଇନଫୋସିସ୍ ଛକ ନିକଟରେ ଥିବା ଏକ ମାର୍କେଟ କମ୍ଲେକ୍ସ ଉପରେ ତଚଢାଉ କରିଥିଲା ସେସୁର ସ୍ବ୍କାର୍ଡ । ଏଠାରେ ୧୩ଟି ଦୋକାନ ଉପରେ ବାକି ପଡିଛି ଏକ ଲକ୍ଷ ୧୩ ହଜାର ଟଙ୍କା । ଏଠି ବି ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ।ଇଲେକଟ୍ରିକ୍ ସବ ଷ୍ଟେସନରେ  ଚଢି ଲାଇନ କାଟି ଦିଆଯାଇଥିଲା ।  ପ୍ରଥମ ଦିନରେ  ୧୫୪୫ ଜଣଙ୍କ ଲାଇନ୍ କାଟିଛି  ସେସୁ ।ବିଶେଷ କରି ମଧ୍ୟମ ଧରଣର ବ୍ୟବସାୟିକ ପ୍ରତିଷ୍ଠାନର ଲାଇନ କାଟି ଦେଇଛି ସେସୁ । ଆଉ ଏହି ଡରରେ କେବଳ ଚନ୍ଦ୍ରଶେଖରପୁର ସେକ୍ସନ୍ ୨ ଅଧୀନରୁ ୨୦ ଜଣ ଖିଲାପକାରୀ ଆଜି ୨୪ ଲକ୍ଷ ଟଙ୍କାରୁ ୧୪ ଲକ୍ଷ ଟଙ୍କା ପୈଠ କରିସାରିଛନ୍ତି ।

 ସେହିପରି ସେସୁ ଅଧୀନରେ ଚିହ୍ନଟ ହୋଇଥିବା ମଧ୍ୟମ ଖୀଲାପକାରୀ ବ୍ୟବସାୟିକ ପ୍ରତିଷ୍ଠାନର ଲାଇନ କଟାଯାଇଛି । ସେସୁ ସିଜିଏମ୍ କହିଛନ୍ତି ସମସ୍ତ ଖିଲାପକାରୀଙ୍କୁ ଫେବୃଆରୀ ୫ ପର୍ଯ୍ୟନ୍ତ ସମୟ ଦିଆଯାଇଛି , ସେମାନେ ଚାହିଁଲେ ଏ ହି ତାରିଖ ଭିତରେ ବିଲ୍ ପୈଠ କରି ପାରିବେ । ନ ହେଲେ ପୂର୍ବ ନିଷ୍ପତ୍ତି ଅନୁସାରେ ଲାଇନ କାଟି ଦିଆଯିବ । ଏବଂ ଏ ନେଇ ମଧ୍ୟ ସେମାନଙ୍କୁ ପୂର୍ବରୁ ନୋଟିସ୍ ଦିଆ ସରିଛି ।