• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ବଦଳିଲା ସଂଗରୋଧ ନିୟମ

ବଦଳିଲା ସଂଗରୋଧ ନିୟମ

ବଦଳିଲା ନିୟମ, ଡାକ୍ତରଙ୍କ ନିର୍ଦ୍ଦେଶ ବାଧ୍ୟତାମୂଳକ

Edited By:Zee Odisha Desk
Published: Apr 29, 2020, 05:29 PM IST|Updated: Apr 29, 2020, 05:29 PM IST
joinshare
ବଦଳିଲା ସଂଗରୋଧ ନିୟମ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News Headlines: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ ଓ ଅନ୍ୟାନ୍ୟ ବଡ଼ ଖବର

    Top 10 News Headlines: ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ ଓ ଅନ୍ୟାନ୍ୟ ବଡ଼ ଖବର

    Top 10 News Headlines4:36 PM IST
    2

    Odisha News: ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ, ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇର

    Pulse Polio Vaccination ProgrammeJun 12
    3

    ଏଣିକି ୫ କିଲୋ ବଦଳରେ ମିଳିବ ୧୦ କିଲୋ ଚାଉଳ !

    Odia NewsJun 12
    4

    Odisha News: ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ, ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନର ଶୁଭାରମ୍ଭ

    Odisha newsJun 12
    5

    E85 ଇନ୍ଧନର ପ୍ରଚଳନ ଭାରତର ଅଟୋମୋବାଇଲ ଶିଳ୍ପ ଏବଂ ଇନ୍ଧନ ଇକୋସିଷ୍ଟମକୁ କିପରି ପ୍ରଭାବିତ କରିବ?

    Odia NewsJun 12

    ଯଯାତି କେଶରୀ ମହାନ୍ତି,  ଭୁବନେଶ୍ୱର: ବଦଳିଲା ସଂଗରୋଧ ନିୟମ। ସଂଗରୋଧରେ ରହିବାକୁ ହେଲେ ଡାକ୍ତରଙ୍କ ଅନୁମତି ଆବଶ୍ୟକ। ଜାରି ହେଲା କେନ୍ଦ୍ର ସରକାରଙ୍କ ନୂଆ ଗାଇଡ଼୍‌ଲାଇନ୍ । ସଙ୍ଗରୋଧ ବେଳେ ଡ଼ାକ୍ତରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଙ୍ଗରୋଧର ୧୪ ଦିନ ଯାକ ଡ଼ାକ୍ତରଙ୍କ ସମ୍ପୂର୍ଣ୍ଣ ନଜରରେ ରହିବେ ସଂକ୍ରମିତ । ସେବା ପ୍ରଦାନ କରୁଥିବା ବ୍ୟକ୍ତି ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଦିଆଯାଇପାରିବ । ଏପଟେ ରାଜ୍ୟରେ ପ୍ରତି ପଞ୍ଚାୟତ ଓ ସହରାଞ୍ଚଳରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ରରେ କେଉଁ ସୁବିଧା ରହିବା ଜରୁରୀ ସେ ବାବଦରେ ମଧ୍ୟ ରାଜ୍ୟ ସରକାର ବିସ୍ତୃତ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କେବଳ ସରକାରୀ ନୁହେଁ, ଅନେକ ବେସରକାରୀ ସଙ୍ଗରୋଧ କେନ୍ଦ୍ର ମଧ୍ୟ ରହିଛି ।

    କୋରୋନା ପଜିଟିଭ୍ ରୋଗୀଙ୍କ ଚିକିତ୍ସା କରୁଥିବା ଡ଼ାକ୍ତର ହୁଅନ୍ତୁ କି ଷ୍ଟାଫ୍ ନର୍ସ, ଏମାନେ ବି କୋରୋନାର ପ୍ରକୋପରୁ ବଞ୍ଚିପାରୁନାହାନ୍ତି । ଅନେକ ଡାକ୍ତର ଓ ନର୍ସ ମଧ୍ୟ କୋରୋନା ପଜିଟିଭ୍ ଭାବେ ଚିହ୍ନଟ ହେଲେଣି । ଏଥିରୁ କେତେକେ କୋଭିଡ଼୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତ ଆଉ କି ହୋମ୍ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି । ତେଣୁ କେଉଁ ବ୍ୟକ୍ତିମାନେ କ୍ୱାରେଣ୍ଟାଇନ୍‌ରେ ରହିବେ, ସଙ୍ଗରୋଧ ହେବା ପରେ କାହା ପରାମର୍ଶ ମାନି ଚଳିବେ, ସେସବୁ ପାଇଁ କେନ୍ଦ୍ର ସରକାର ନୂଆ ସଙ୍ଗରୋଧ ଗାଇଡ଼୍‌ଲାଇନ୍ ଜାରି କରିଛନ୍ତି । ନୂଆ ନିୟମ ଅନୁସାରେ ପୀଡିତଙ୍କ ସାମାନ୍ୟ ଲକ୍ଷଣ ଅଛି କି ଲକ୍ଷଣର ପୂର୍ବାବସ୍ଥା ରହିଛି, ତାହା ତାଙ୍କୁ ଦେଖୁଥିବା ଚିକିତ୍ସା ଅଧିକାରୀ ହିଁ ସ୍ପଷ୍ଟ କରିବେ। ସଂକ୍ରମିତଙ୍କ ଘରେ ଏକାନ୍ତବାସ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ ହୋଇପାରୁଥିବା ଏପରିକି ପରିବାରର ଅନ୍ୟମାନଙ୍କ ଠାରୁ ସଂଗରୋଧରେ ରହିବା ପାଇଁ ମଧ୍ୟ ପରିବେଶ ଥିବା ଦରକାର । ସମ୍ପୃକ୍ତ ଚିକିତ୍ସା ଅଧିକାରୀ ସଂକ୍ରମିତଙ୍କ ଉପରେ ଚବିଶ ଘଣ୍ଟିଆ ସତର୍କ ନଜର ରଖିବେ। ଏକାନ୍ତବାସରେ ରହିବ ସମୟତକ ସମ୍ପୃକ୍ତ ଡାକ୍ତର ଓ ଡାକ୍ତରଖାନା ସହ ସିଧାସଳଖ ଯୋଗାଯୋଗ ରଖିବା ଜରୁରୀ। ସେହିପରି ସେବା ପ୍ରଦାନକାରୀ ଓ ପୀଡିତଙ୍କ ସଂସ୍ପର୍ଶରେ ଆସୁଥିବା ଅନୁରୂପ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାଇଡ୍ରକ୍ସିକ୍ଲୋରୋକ୍ୱିନ ପ୍ରଫିଲାକସିସ ଔଷଧର ଆଵଶ୍ୟକୀୟ ମାତ୍ରାରେ ନେବାକୁ ପଡିବ।

    ଏପଟେ ରାଜ୍ୟ ସରକାର ମଧ୍ୟ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପ ପରିଚାଳନା ନେଇ ସ୍ୱତନ୍ତ୍ର ଗାଇଡ଼୍ ଲାଇନ୍ ଜାରି କରିଛନ୍ତି ।  ଏଥିରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦିଗ-ପ୍ରାଇଭେସୀ, ସେଫ୍‌ଟି ଏବଂ ଡ଼ିଗନିଟି ଉପରେ ଫୋକସ୍ କରାଯାଇଛି । ଗୋପନୀୟତା, ନିରାପତା ଏବଂ ମର୍ଯ୍ୟାଦା ସାଙ୍ଗକୁ ସାମାଜିକ ଦୁରତା ଓ ପରିଷ୍କାର ପରିଚ୍ଛନତା ଉପରେ ଗୁରୁତ୍ୱ ଦିଆଯାଇଛି । ସଙ୍ଗରୋଧ ରହୁଥିବା ବ୍ୟକ୍ତିମାନଙ୍କୁ କ’ଣ କ’ଣ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ, କେତେବେଳେ ଜଳଖିଆ ଓ ମିଲ୍ ଦିଆଯିବ, ତା’ର ସମ୍ପୂର୍ଣ୍ଣ ଖସଡ଼ା ପ୍ରସ୍ତୁତ ହୋଇଛି । ସଙ୍ଗରୋଧ କେନ୍ଦ୍ରରେ ଜ୍ୱର ଓ କାଶ ଭଳି ଲକ୍ଷଣ ଦେଖାଗଲେ ସେମାନଙ୍କୁ ଅଲଗା ରଖାଯିବାର ବି ବ୍ୟବସ୍ଥା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଯାତ୍ରୀ ନିବାସ ସହ  ଓୟୁଏଟି, କୃପାଜଳ ଇଂଜିନିୟରିଙ୍ଗ କଲେଜ, କିଟ୍‌ର ହଷ୍ଟେଲ ଗୁଡ଼ିକ ସଙ୍ଗରୋଧ କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି । ଏହା ସାଙ୍ଗକୁ ବିଭିନ୍ନ ହୋଟେଲ ଗୁଡ଼ିକ ପେଡ଼୍ କ୍ୱାରେଂଟାଇନ୍ ଭାବେ ରହିବା ପାଇଁ ରୁମ୍ ପ୍ରସ୍ତୁତ କରି ରଖିଛନ୍ତି । ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ପରିଚାଳନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଡ଼ାକ୍ତରମାନେ ମତ ଦେଇଛନ୍ତି ।

    ରାଜ୍ୟର ୬୭୯୮ ପଞ୍ଚାୟତରେ ପ୍ରାୟ ୨ଲକ୍ଷ ଲୋକଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ ହୋଇ ରହିଛି । ଏହାର ତଦାରଖ କରିବାକୁ ସରପଂଚଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ ହୋଇଛି । ସହରାଂଚଳରେ ମଧ୍ୟ ୱାର୍ଡ଼ ଅଫିସରଙ୍କ ଦାୟିତ୍ୱରେ ଅନେକ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି ।

    Add Zee News as a Preferred Source
    TAGS:
    Quarentine rules
    Odisha government
    Central government