)
ସମ୍ବଲପୁର: ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ ନେବାତକୁ ଯାଉଛନ୍ତି। ସୋମବାର ଠାରୁ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳବାସୀ ଉପକୃତ ହେବେ।
ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ସରକାର ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି। ଗୁରୁତର ରୋଗୀଙ୍କ ପାଖରେ ତୁରନ୍ତ ହେଲିକପ୍ଟରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଟିମ ପହଞ୍ଚିବେ। ବାୟୁ ସ୍ବାସ୍ଥ୍ୟ ସେବାର ପ୍ରଥମ ପର୍ଯ୍ୟାୟରେ ଉପାନ୍ତ ଅଞ୍ଚଳରେ ରୋଗୀଙ୍କୁ ଏହି ସୁବିଧା ମିଳିବ। ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଉଦଘାଟନ କରିବେ।
ସ୍ବାସ୍ବସେବା କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ବରୂପ ଆଜିଠାରୁ ରାଜ୍ୟର ୪ଗୋଟି ଜିଲ୍ଲାରେ ଆରମ୍ଭ ହେବ "ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା" କାର୍ଯ୍ୟକ୍ରମ । ମାଲକାନଗିରି, ନବରଙ୍ଗପୁର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଏହି ସେବାର ଆଜି ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ। #OdishaCares pic.twitter.com/sY2YBXwKKC
— I & PR Department, Odisha (@IPR_Odisha) December 20, 2021
ରାଜ୍ୟରେ ସରକାରୀ ବାୟୁ ସ୍ବାସ୍ଥ୍ୟ ସେବା (Air Ambulance Health Service) ଆରମ୍ଭ ହେବାକୁ ଯାଉଛି। ସମ୍ବଲପୁରରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗେ ଦେବାକୁ ଆସିଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗଣମାଧ୍ୟମକୁ ଏହା ସୂଚନା ଦେଇଛନ୍ତି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ରାଜ୍ୟରେ ବାୟୁ ସ୍ବାସ୍ଥ୍ୟ ସେବା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାର ରୋଗୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି। ଏହାଦ୍ବାରା ଗୁରୁତର ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏୟାରଲିଫ୍ଟ କରାଯାଇ ଅଣାଯାଇପାରିବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ଏହି ସେବା କାର୍ଯ୍ୟକାରୀ ହେବ ବୋଲି ଆଜି ସମ୍ବଲପୁରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି। ତେବେ ଏହି ଯୋଜନାରେ ହ୍ୟାଲିକେପ୍ଟର ସଂଖ୍ୟା ଓ ତାହାର ଭଡା ବାଧକ ସାଜିପାରେ। ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ କଟକ ବଡ ମେଡିକାଲରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ଆଗକୁ ଏଥିରେ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ସାମିଲ କରାଯିବ।