ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟପାଳ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ବିବୃତି ରଖିଛନ୍ତି। ବିପର୍ଯ୍ୟୟ ପରିଚାଳନା ରେ ଆମେ ବିଶ୍ୱରେ ନାଁ କମେଇ ପାରିଛୁ। ଚାଷୀ ଆୟ ଦୁଇଗୁଣା କରିବାରେ ଆମେ ଏକମାତ୍ର ରାଜ୍ୟ। କାଳିଆ ଯୋଜନା ସ୍ଵତନ୍ତ୍ର ଯୋଜନା। ଚାଷୀଙ୍କ ଆବଶ୍ୟକତା ପୂରଣ କରିଥିବା ଏହି ଯୋଜନା ଏବେ ଦେଶର ମଡେଲ ହୋଇଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ନୂଆ ସ୍ୱାସ୍ଥ୍ୟ ଯୋଜନା ମାଗଣାରେ ଉପଲବ୍ଧ ହେଉଛି। ସବୁ ସରକାରୀ ମେଡିକାଲ୍ରେ ଦିଆଯାଉଛି। ମ୍ୟାଲେରିଆ ନିରାକରଣ ରେ ଆମେ ଆଗରେ। ମହିକ ସଶକ୍ତିକରଣ, ମିଶନ ଶକ୍ତି, ଆମର ଉଦାହରଣ ହୋଇଛି। ପାଇପ ଯୋଗେ ପାନୀୟ ଜଳ ଯୋଗାଣ ୨୪ ଘଣ୍ଟିଆ ଯୋଗାଇ ଦିଆଯାଉଛି। ଜାଗା ମିଶନ ଜରିଆରେ ୫୭ ହଜାର ଲୋକଙ୍କୁ ଦିଆଯାଇଛି । ୫ ଲକ୍ଷ ଏସି ଓ ଏସଟି ପିଲାଙ୍କୁ ମାଗଣା ଶିକ୍ଷା ଦିଆଯାଉଛି। ୫ଟି ମନ୍ତ୍ର ପ୍ରଶାସନ କୁ ସୁଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ।
ସେ ନିଜ ଅଭିଭାଷଣରେ ଆହୁରି ମଧ୍ୟ କହିଥିଲେ କି, ୨୦୨୦ ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକେ ସରକାରୀ କାର୍ଯ୍ୟାଳୟ ଯିବେ ନାହିଁ । ଘରେ ବସି ଅନଲାଇନରେ ସବୁ ସେବା ପାଇବେ। ସବୁ କାରବାର ଅନଲାଇନରେ ହେବ। ମାର୍ଚ୍ଚ ୫, ୨୦୨୦ ସୁଦ୍ଧା ସବୁ ବିଭାଗ 'ମୋ ସରକାର' ଅଧୀନରେ ରହିବ। ବିଶ୍ୱସ୍ତରୀୟ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ଏବେ ସରକାର ଫୋକସ କରୁଛନ୍ତି। ଦୃଢ ଶିଳ୍ପାୟନ, ବିଶ୍ୱସ୍ତରୀୟ ଭିତ୍ତିଭୂମି, ଏମଏସଏମଇ କଲଷ୍ଟର, ଷ୍ଟାର୍ଟ ଅପ ହବ, ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲାଭଳି ପର୍ଯ୍ୟଟନ, ଉତ୍ତମ ମାନର ସାମାଜିକ-ଅର୍ଥନୈତିକ ସୁଚାଙ୍କ ସାରା ବିଶ୍ୱରେ ଓଡ଼ିଶା କୁ ନୂଆ ପରିଚୟ ଦେବ। ନୂତନ ଓଡିଶା-ସଶକ୍ତ ଓଡିଶା ଗଠନ ଆମର ଲକ୍ଷ ରହିଛି ବୋଲି ସେ କହିଥିଲେ।