close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗର ନଗ୍ନଚିତ୍ର, କ୍ୟାପିଟାଲ ହସ୍ପିଟାଲ୍ ବାରଣ୍ଡାରେ ପ୍ରସବ ହେଲା ଶିଶୁ

ପଦାରେ ପଡ଼ିଲା ସ୍ଵାସ୍ଥ୍ୟ ବିଭାଗର ଅବହେଳା। ହସ୍ପିଟାଲ ବାରଣ୍ଡାରେ ଏକ ଶୁଶୁକୁ ଜନ୍ମ ଦେଇଛନ୍ତି ଜଣେ ପ୍ରସୂତି। ଟଙ୍କା ଅଭାବରୁ କଟକ ଯାଇନପାରି ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ଶିଶୁକୁ ଜନ୍ମ ଦେଇଥିଲେ ପ୍ରସୂତି।

 ପଦାରେ ପଡିଲା ସ୍ୱାସ୍ଥ୍ୟ ବିଭାଗର ନଗ୍ନଚିତ୍ର, କ୍ୟାପିଟାଲ ହସ୍ପିଟାଲ୍ ବାରଣ୍ଡାରେ ପ୍ରସବ ହେଲା ଶିଶୁ

ଭୁବନେଶ୍ୱର: ଲୋକେ ଡାକ୍ତରଙ୍କୁ ଭଗବାନ ସଦୃଶ୍ୟ ମାନନ୍ତି। ହେଲେ ସେହି ଡାକ୍ତର ଯଦି ରୋଗୀଙ୍କ ଠାରୁ ମୁହଁ  ଫେରାନ୍ତି ତାହାହେଲେ ରୋଗୀ ଅସହାୟ ହୋଇପଡିବନି ବା କେମିତି। ଯାହା ଦେଖିବାକୁ ମିଳିଛି କ୍ୟାପିଟାଲ ହସ୍ପିଟାଲରେ। ଲେବର ରୁମରୁ ଡାକ୍ତର ଫେରାଇ ଦେବା ପରେ ହସ୍ପିଟାଲ ବାରଣ୍ଡାରେ ଏକ ଶୁଶୁକୁ ଜନ୍ମ ଦେଇଛନ୍ତି ଜଣେ ପ୍ରସୂତି । ଯାହା  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି। 

କ୍ୟାପିଟାଲ ହସ୍ପିଟାଲକୁ ମେଡିକାଲ କଲେଜ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିପାଇଁ ଶହେ ବେଡ୍ ବିଶିଷ୍ଟ MCH ମଧ୍ୟ ନିର୍ମାଣ କରାଗଲା। ହେଲେ ମାସକୁ ହଜାର ଶିଶୁ ଏଠାରେ ଜନ୍ମ ନେଉଥିବା ବେଳେ ବର୍ତ୍ତମାନ କଣ୍ଟ୍ରାକଚୁଆଲ ଡାକ୍ତରଙ୍କୁ ମିଶାଇ ୧୬ ଜଣ ପ୍ରସୂତି ବିଭାଗରେ ରହିଛନ୍ତି । ଏହି ହସ୍ପିଟାଲ ଉପରେ  ଶତାଧିକ ଲୋକ ନିର୍ଭର କରୁଛନ୍ତି । 
 
ଶୁକ୍ରବାର ଘଟିଥିବା ଘଟଣା  ସ୍ଵାସ୍ଥ ସେବାର ଚେହେରା ପଦାରେ ପକାଇଛି। ଲେବର ରୁମରୁ ଫେରାଇ ଦେବାରୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ପ୍ରସୂତି  ବାରଣ୍ଡାରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଗୁରୁତର କହି ତାଙ୍କୁ ଡାକ୍ତର କଟକ ହସ୍ପିଟାଲକୁ ନେବାକୁ କହିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଟଙ୍କା ଅଭାବରୁ କଟକ ଯାଇନପାରି ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ  ଶିଶୁକୁ ଜନ୍ମ ଦେଇଥିଲେ ପ୍ରସୂତି। ତେବେ ଏହା ଏଠାରେ ପ୍ରଥମ ଘଟଣା ନୁହଁ, ଯେ କୌଣସି ରୋଗୀ ହସ୍ପିଟାଲକୁ ଆସିଲେ କଟକ ଯିବା ପାଇଁ ଡାକ୍ତର ଓ ଷ୍ଟାଫ ନର୍ସ ଚାପ ପକାଇଥାନ୍ତି ବୋଲି ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।  

 ରାଜ୍ୟରେ ସରକାର ବର୍ତ୍ତମାନ ସ୍ଵାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ହେଲେ ଡାକ୍ତରଙ୍କ ଏଭଳି ବ୍ୟବହାର କ୍ୟାପିଟାସ ହସ୍ପିଟାଲ ଭଳି ଚିକିତ୍ସାଳୟର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।