close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ମୟୂରଞ୍ଜରେ ବାଲ୍ୟବିବାହ ସଂଖ୍ୟା ସର୍ବାଧିକ, ବିବାହ ରୋକିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର

୨୦୧୮ରେ ସର୍ବାଧିକ ୭୫ଟି ବାଲ୍ୟ ବିବାହକୁ ରୋକିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ

ମୟୂରଞ୍ଜରେ ବାଲ୍ୟବିବାହ ସଂଖ୍ୟା ସର୍ବାଧିକ, ବିବାହ ରୋକିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର
ସୌଜନ୍ୟ: ସୋସିଆଲ ମିଡିଆ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ମୟୂରଞ୍ଜରେ ସର୍ବାଧିକ ବାଲ୍ୟବିବାହ ସଂଖ୍ୟା । ୨୦୧୮ରେ ସର୍ବାଧିକ ୭୫ଟି ବାଲ୍ୟ ବିବାହକୁ ରୋକିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ । ବର୍ଷକ ମଧ୍ୟରେ ମୋଟ ୪୧୧ଟି ବାଲ୍ୟ ବିବାହ ରୋକି ପାରିଛନ୍ତି ରାଜ୍ୟ ସରକାର । ତେବେ ବାଲ୍ୟ ବିବାହ ରୋକିବା ତଥା ଲୋକଙ୍କୁ ସଚେତନ କରିବା ସହ ଏହି ପ୍ରଥାକୁ ବନ୍ଦ କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି । ଜାତୀୟ ସ୍ତରରେ ଏହି ହାର ୨୪ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ରହିଛି ମାତ୍ର ୨୧ ପ୍ରତିଶତ । ନାବାଳିକା ବିବାହ ତଥା ବାଲ୍ୟ ବିବାହ ରୋକିବା ସହ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ରାଜ୍ୟ ସରକାର କଡ଼ା ଆଇନ ଲାଗୁ କରିଛନ୍ତି । ଫୋକସରେ ରହିଛି ଆଦିବାସୀ ଅଧ୍ୟୁସିତ ଅଞ୍ଚଳ । 

ରାଜ୍ୟରେ ବାଲ୍ୟ ବିବାହ ଶୂନ ହେବ । ଆଗକୁ ବାଲ୍ୟ ବିବାହ କରୁଥିବା ଲୋକଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ବାଲ୍ୟ ବିବାହ କରାଉଥିବା ବାପା ମାଆ ହୁଅନ୍ତୁ କି ଝିଅକୁ ବୋହୂ କରି ନେଇ ଯାଉଥିବା ଲୋକ ଅବା ବିବାହ କରାଉଥିବା ବ୍ରାହ୍ମଣ ସମସ୍ତେ ଆଇନ ଆଗରେ ଦୋଷୀ ହେବେ । ସମସ୍ତଙ୍କ ବିରୋଧରେ ଆଇନ ଅନୁସାରେ ହେବ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ବାଲ୍ୟ ବିବାହ ଶୂନ କରିବା ଲକ୍ଷ୍ୟରେ ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ବିଭାଗ । କିଭଳି ବାଲ୍ୟବିବାହ ରୋକାଯିବ ସେଥି ନେଇ ରାଜ୍ୟର ସମସ୍ତ ସିଡିପିଓଙ୍କୁ ଦିଆଯାଇଛି ଟ୍ରେନିଂ । ରାଜ୍ୟର ସଂଶୋଧିତ ବାଲ୍ୟ ବିବାହ ଆଇନ ଅନୁସାରେ ସମସ୍ତେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ । ଜାତୀୟ ହାର ଠାରୁ ରାଜ୍ୟରେ ବାଲ୍ୟ ବିବାହ ହାର ବେଶ କମ ରହିଛି। ଜାତୀୟ ହାର ୨୪ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ୨୧ ପ୍ରତିଶତ ବାଲ୍ୟ ବିବାହ ହାର ରହିଛି ।

ବାଲ୍ୟବିବାହ ରୋକିବା ପାଇଁ ସମସ୍ତ ଜିଲାରେ ଜୋରଦାର କାର୍ଯ୍ୟ କରାଯାଉଛି । ବିଭିନ୍ନ ଜିଲ୍ଲାରେ ରୋକା ଯାଇଥିବା ବାଲ୍ୟ ବିବାହ ମଧ୍ୟରେ ସର୍ବାଧିକ ମୟୂରଭଞ୍ଜରେ ୭୫ଟି ବାଲ୍ୟ ବିବାହ ରୋକାଯାଇଛି । ସେହିପରି ମାଲକାନଗିରିରେ ୬୨ଟି, କେନ୍ଦୁଝରରେ ୩୦, କନ୍ଧମାଳରେ ୨୨ଟି ବାଲ୍ୟ ବିବାହ ୨୦୧୮ରେ ରୋକା ଯାଇଛି । ରାଜ୍ୟରେ ମୋଟ ୪୧୧ଟି ବାଲ୍ୟବିବାହ ରୋକିବାରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଫଳ ହୋଇଛି । ଆଗାମୀ ଦିନରେ ବାଲ୍ୟ ବିବାହ ଶୂନ ହେବା ପାଇଁ ସଂକଳ୍ପ ନେଇଛି ବିଭାଗ । କିଭଳି ବାଲ୍ୟ ବିବାହ ବେଳେ ତାହାକୁ ରୋକିବା ସହ ଆଗକୁ ବଢିବା ପାଇଁ ସଂକଳ୍ପ ନେଇଛନ୍ତି 
ଆଦିବାସୀ ଅଧ୍ୟୁସିତ ଅଞ୍ଚଳରେ ଲୋକେ ଧିରେ ଧିରେ ସଚେତନ ହେଉଥିବା ବେଳେ ଅଧିକରୁ ଅଧିକ ସଚେତନ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।