ପ୍ରାୟ ୧୭% ପିଲା ଅସୁରକ୍ଷିତ ଅବସ୍ଥାରେ ରହୁଥିଲେ ଏବଂ ବିଭିନ୍ନ ଭାବରେ ଶୋଷଣର ଶିକାର ହୋଇଥିଲେ। ଓଡ଼ିଶା ରାଜ୍ୟ କମିଶନ ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ , ୟୁନିସେଫ ଏବଂ ସେଭ୍ ଦି ଚାଇଲ୍ଡ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ସ୍ପଷ୍ଟ ହୋଇଛି ।
Trending Photos
ଭୁବନେଶ୍ବର: ମହାମାରୀ ସମୟରେ ଓଡିଶାର ସାଧାରଣ ଜୀବନଯାତ୍ରା ଅନେକ ମାତ୍ରାରେ ପ୍ରଭାବିତ ହୋଇଥିଲା । ଏଥିରେ କୋମଳମତି ଶିଶୁ ଓ ପିଲାଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥିଲା । ଓଡ଼ିଶାର ବିଭିନ୍ନ ସହରର ବସ୍ତି ଏବଂ ରାସ୍ତା କଡ଼ରେ ରହୁଥିବା ୫୭% ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୭% ପିଲା ଅସୁରକ୍ଷିତ ଅବସ୍ଥାରେ ରହୁଥିଲେ ଏବଂ ବିଭିନ୍ନ ଭାବରେ ଶୋଷଣର ଶିକାର ହୋଇଥିଲେ। ଓଡ଼ିଶା ରାଜ୍ୟ କମିଶନ ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ , ୟୁନିସେଫ ଏବଂ ସେଭ୍ ଦି ଚାଇଲ୍ଡ ସଂଗଠନ ପକ୍ଷରୁ କରାଯାଇଥିବା ସର୍ଭେରେ ଏହା ସ୍ପଷ୍ଟ ହୋଇଛି ।
କୋରୋନା (Corona Pandemic) ବିଗାଡ଼ି ଦେଇଛି ଜୀବନଚର୍ଯ୍ୟା । ଅସ୍ତବ୍ୟସ୍ତ ହୋଇଯାଇଛି ସାଧାରଣ ଜୀବନ। ମହାମାରୀ ସହ ଚାଲିଛି ଅହରହ ସଂଗ୍ରାମ । ଆଉ ଏଥିରୁ ବାଦ୍ ପଡ଼ିନି ନିଷ୍ପାପ ଶୈଶବ ଆଉ ନିରୀହ କୈଶୋର । ଅବହେଳାର ଶିକାର ହୋଇଛନ୍ତି ବସ୍ତି ଆଉ ରାସ୍ତା କଡ଼ରେ ରହୁଥିବା କୋମଳମତି । ପେଟର ଭୋକ ମେଣ୍ଟାଇବାକୁ କୌଣସି ମତେ ଦି ଗଣ୍ଡା ଖାଇବାକୁ ତ ମିଳିଯାଉଥିଲା । ହେଲେ ପଠାପଢା କିମ୍ବା ଭୌତିକ ଶିକ୍ଷାରୁ ଏମାନେ ବଞ୍ଚିତ ରହିଥିଲେ । ଓଡ଼ିଶା ରାଜ୍ୟ କମିଶନ ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ , ୟୁନିସେଫ (Unicef) ଏବଂ ସେଭ୍ ଦି ଚାଇଲ୍ଡ ସଂଗଠନର ମିଳିତ ଅଧ୍ୟୟନରୁ ମିଳିଥିବା ତଥ୍ୟରେ ଏହା ସ୍ପଷ୍ଟ । ଲକଡାଉନ କାରଣରୁ ଓଡିଶାର ରାସ୍ତାକଡ଼ରେ ରହୁଥିବା ୫୭% ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ୧୭% ଛୋଟପିଲା ବିଭିନ୍ନ ଭାବରେ ଶୋଷଣର ଶିକାର ମଧ୍ୟ ହୋଇଛନ୍ତି ।
Also Read: ଜଗା ଜମିର ସତ-ମିଛ ଦ୍ୱନ୍ଦ୍ୱ
ଲକଡାଉନ ସମୟରେ ବିଭିନ୍ନ ଭାବରେ ପ୍ରଭାବିତ ହୋଇଥିବା ଛୋଟଛୋଟ ପିଲାଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା । ଏଭଳି ଶିଶୁଙ୍କ ପରିବାରର ଆୟର ସ୍ରୋତ ଏବଂ କୋରୋନା (Corona) ରେ ଏହା କେମିତି ପ୍ରଭାବିତ ହୋଇଥିଲା ତାହା ମଧ୍ୟ ସର୍ଭେ (Survey) ରେ ସାମିଲ ହୋଇଥିଲା । ୮୭ ପ୍ରତିଶତ ପିଲାଙ୍କ ପାଖରେ କୋଭିଡ଼ ସମ୍ପର୍କିତ ସୂଚନା ରହିଛି ଏବଂ ୫୬ ପ୍ରତିଶତ ପିଲା ମହାମାରୀ ସମୟରେ ଏକାଧିକ ସ୍ଥାନ ପରିବର୍ତ୍ତନ କରିଛନ୍ତି ।
Also Read: ବିଜେପିର 'ମୁଖ୍ୟମନ୍ତ୍ରୀ' ଖୋଜା: ନବୀନ-ବିରୋଧୀ ଭେଟଘାଟ
ଏହି ରିପୋର୍ଟ ସରକାରଙ୍କ ପାଖରେ ଦାଖଲ କରାଯିବ । ତେବେ ସରକାର ଗ୍ରାଉଣ୍ଡ ଜିରୋ (Ground Zero Survey) କୁ ଯାଇ ଏଭଳି ଶିଶୁଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ସଠିକ ଥଇଥାନ କରିବାର ଆବଶ୍ୟକତା ରହିଛି ।